ଜବରଦଖଲକାରୀଙ୍କ କବ୍ଜାରେ ମାର୍କେଟ ବିଲ୍ଡିଂ; ନିଦାବିଷ୍ଣୁ BMC, କମିଶନରେଟ ପୋଲିସ
Advertisement
Article Detail0/zeeodisha/odisha800760

ଜବରଦଖଲକାରୀଙ୍କ କବ୍ଜାରେ ମାର୍କେଟ ବିଲ୍ଡିଂ; ନିଦାବିଷ୍ଣୁ BMC, କମିଶନରେଟ ପୋଲିସ

ଜବରଦଖଲକାରୀଙ୍କ ଠାରୁ ହଟୁନି ବରଂ ଥଇଥାନ ଅଭାବରୁ କ୍ରମାଗତ ଭାବେ ସେମାନଙ୍କ ସଂଖ୍ୟା ବଢିବାରେ ଲାଗିଛି। 

ଜବରଦଖଲକାରୀଙ୍କ କବ୍ଜାରେ ମାର୍କେଟ ବିଲ୍ଡିଂ; ନିଦାବିଷ୍ଣୁ  BMC, କମିଶନରେଟ ପୋଲିସ

ଶାନ୍ତସ୍ବରୂପ ରାଉତ,ଭୁବନେଶ୍ବର: ଜବରଦଖଲକାରୀଙ୍କ କବ୍ଜାରେ ରାଜଧାନୀର ବୃହତ୍ତମ କପଡା ବ୍ୟବସାୟ କେନ୍ଦ୍ର ୟୁନିଟ ୨ ମାର୍କେଟ ବିଲ୍ଡିଂ (Market Building)। ପ୍ରାୟ ୫ ବର୍ଷ ପୂର୍ବେ ତତ୍କାଳୀନ ଟ୍ବନ୍ ସିଟି ପୋଲିସ କମିଶନରଙ୍କ (TwinCity Police Commissioner) ନେତୃତ୍ବରେ ଏହର ସୌନ୍ଦର୍ଯ୍ୟକରଣ କାମ କରାଯାଇ ଜବରଦଖଲ ମୁକ୍ତ କରିବାକୁ ଘୋଷଣା କରାଯାଇଥିଲା।

ହେଲେ ସେହି ପ୍ରତିଶ୍ରୁତି ଏବେ ପାଣିର ଗାର ପାଲଟିଛି। ଜବରଦଖଲକାରୀଙ୍କ ଠାରୁ ହଟୁନି ବରଂ ଥଇଥାନ ଅଭାବରୁ କ୍ରମାଗତ ଭାବେ ସେମାନଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏପରିକି କୋରୋନା ସଂକଟ (Corona Crisis) କାଳରେ ମଧ୍ୟ ନିୟମକୁ ଖୋଲା ଉଲ୍ଲଂଘନ, ସେପଟେ ଗାଡି ପାର୍କିଂ କରିବାକୁ ମଧ୍ୟ ସମସ୍ୟା ଉପୁଜୁଛି। ସେପଟେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଆଖି ଦୃଶିଆ ଉଚ୍ଛେଦ କରି ନିଦାବିଷ୍ଣୁ ପାଲଟି ଯାଇଛି।

Also Read: ଏଣିକି ଟ୍ରେଡ ଲାଇସେନ୍ସ ମାଧ୍ୟମରେ ରାଜସ୍ବ ଆଦାୟ କରିବ ବିଏମସି

ରାଜ୍ୟ ରାଜଧାନୀରେ ଅବସ୍ଥିତ ଥିବା ପ୍ରମୁଖ ଦପ୍ତର ଯଥା ସଚ୍ଚିବାଳୟ, ଲୋକସେବା ଭବନ, ଏଜି ଛକ, ଟ୍ରାଫିକ ଥାନା, କ୍ୟାପିଟାଲ ଥାନା ପାର୍ଶ୍ୱରେ ରହିଥିବା ୟୁନିଟ ୨ ମାର୍କେଟ ବିଲ୍ଡିଂ ଏବେ ଅଣନିଃଶ୍ବାସୀ ହୋଇପଡିଛି। ଚାରିପଟୁ ଘେରିଛନ୍ତି ଜବରଦଖଲକାରୀ। ସ୍ଥାୟୀ ଦୋକାନ ବାଦ୍ ଉଠାଦୋକାନୀଙ୍କ ପ୍ରାଦୁର୍ଭାବ ବଢିବାରେ ଲାଗିଛି। ମାର୍କେଟ ବିଲ୍ଡିଂ ଭିତରେ ଓ ବାହାରେ ମାଳ ମାଳ ଉଠାଦୋକାନୀ ଜବରଦଖଲ କରି ମାଡି ବସିଛନ୍ତି। 
ଯାହା ଫଳରେ ଗ୍ରାହକ ଯାତାୟତ କରିବା ହେଉ ଅବା ଗାଡି ପାର୍କିଂ କରିବାରେ ଘୋର ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହାକୁ ନେଇ ୟୁନିଟ ୨ ମାର୍କେଟ ବିଲ୍ଡିଂ ସଂଘ ପକ୍ଷରୁ ବାରମ୍ବାର ସ୍ଥାନୀୟ ଥାନାରେ ଅଭିଯୋଗ କଲେ ମଧ୍ୟ ପ୍ରତିଶୃତି ଦେଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବା କହିଛନ୍ତି ସଂଘର ଯୁଗ୍ମ ସମ୍ପାଦକ ରଞ୍ଜିତ ମହାନ୍ତି।

Also Read: ବିଏମସି ପରେ ଏଣିକି ପ୍ଲାଷ୍ଟିକ ପରିଚାଳନା କରିବେ ସ୍କୁଲ ପିଲା

 

ଗତ ୫ ବର୍ଷ ତଳେ ଟ୍ବିନ ସିଟିର ତତ୍କାଳୀନ ପୋଲିସ କମିଶନରଙ୍କ ନେତୃତ୍ବରେ ମାର୍କେଟ ବିଲ୍ଡିଂର ସୌନ୍ଦର୍ଯ୍ୟକରଣ କରାଯାଇଥିଲା। ଏହା ସହ ଉଠାଦୋକୀନୀ (Street Vendor) ମୁକ୍ତ କରିବାକୁ ଘୋଷଣା କରାଯାଇ ଉଚ୍ଛେଦ ମଧ୍ୟ କରାଯାଇଥିଲା। ହେଲେ ଗତ ୨ ବର୍ଷ ହେବେ ଯେସାକୁ ତେସା, ପୂର୍ବପରି ପୁନରାବୃତ୍ତି। ସେପଟେ ନଛୋଡବନ୍ଧା ଉଠାଦୋକାନୀ। ବର୍ଷ ବର୍ଷ ଧରି ଗୁଜୁରାଣ ମେଣ୍ଟାଇବା ଲାଗି ରାସ୍ତାକଡରେ ବ୍ୟବସାୟ କରୁଛନ୍ତି।

ଭୁବନେଶ୍ୱର ମହାନଗର ନିଗମ- ବିଏମସି (BMC-Bhubaneswar Municipal Corporation) ପକ୍ଷରୁ ଥଇଥାନ ଅଭାବରୁ ବାଧ୍ୟ ହୋଇ ରାସ୍ତାକଡରେ ଜାଗା ମାଡି ବସୁଥିବା ସ୍ବୀକାର କରିଛନ୍ତି। ହେଲେ ଏହା ସାଧାରଣ ଲୋକ ମଧ୍ୟ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଏପରିସ୍ଥଳେ ପ୍ରଶାସନ ପକ୍ଷରୁ ତୁରନ୍ତ ପଦକ୍ଷେପ ଗ୍ରହଣ କରାନଗଲେ ସଂଘର ବୈଠକ ଡାକି ଆବଶ୍ୟକୀୟ ନିଷ୍ପତ୍ତି ନେବାକୁ କହିଛନ୍ତି ୟୁନିଟ ୨ ମାର୍କେଟ ବିଲ୍ଡିଂ ସଂଘର କାର୍ଯ୍ୟକାରୀ ସଭ୍ୟ ସୁଶାନ୍ତ ମହାପାତ୍ର। ସବୁଠୁ ବଡ କଥା ହେଲା କୋରୋନା ପ୍ରକୋପ କାଳରେ ମଧ୍ୟ ପୂର୍ବଭଳି ଗହଳି ଏଠାରେ ଦେଖିବାକୁ ମିଳିଥିଲା। ଯାହାର କୋଭିଡ୧୯ ମୁକାବିଲା ପାଇଁ ଜାରି ହୋଇଥିବା ଗାଇଡଲାଇନ୍ସର ଉଲଂଘନ କରୁଛି। ଆଉ ୱିକେଣ୍ଡ (Weekend) ପଡିଲେ କଥା ସରିଲା। ଏପରିସ୍ଥିତିରେ ମାର୍କେଟ ବିଲ୍ଡିଂ କେବେ ବ୍ୟବସ୍ଥିତ ହେଉଉଛି ତାହା ବିଏମସି ଓ କମିଶନରେଟ ପୋଲିସ (Commissionerate Police) ପକ୍ଷରୁ ନିଆଯିବାକୁ ଥିବା ପଦକ୍ଷେପ ଉପରେ ନିର୍ଭର କରୁଛି।