ମାତ୍ର ରାଜ୍ୟରେ ବଢୁଥିବା କୋରୋନା (Coronavirus) ସଂକ୍ରମଣକୁ ଦୃଷ୍ଟିରେ ରଖି ମାଟ୍ରିକ ପରୀକ୍ଷା (Matric exam) ନ କରାଇବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ । ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ବାତିଲ ନେଇ ଏପ୍ରିଲ ୨୧ ତାରିଖରେ ଘୋଷଣା କରାଯାଇଥିଲା ।
Trending Photos
ଭୁବନେଶ୍ୱର: ଆସନ୍ତାକାଲି ରାଜ୍ୟରେ ପ୍ରକାଶ ପାଇବ ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳ । ଏନେଇ ବୋର୍ଡ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଜାରି କରାଯାଇଛି । ମାଟ୍ରିକ ବାର୍ଷିକ ପରୀକ୍ଷା ସହିତ , ରାଜ୍ଯ ମୁକ୍ତ ସ୍କୁଲ୍ ଓ ମଧ୍ୟମା ପରୀକ୍ଷା ଫଳ ମଧ୍ୟ ପ୍ରକାଶ ପାଇବ । ରେଜଲ୍ଟ ଅପରାହ୍ଣ ୪ ଟା ରେ ବୋର୍ଡ କାର୍ଯ୍ୟାଳୟ ପରିସରରେ ପ୍ରକାଶ ପାଇବାକୁ ଥିବା ବେଳେ ସନ୍ଧ୍ୟା ୬ଟାରେ ୱେବସାଇଟରେ ଉପଲବ୍ଧ ହେବ ।
www.bseodisha.ac.in / www.bseodisha.nic.in ୱେବସାଇଟ ରେ ବି ଆପଣ ରେଜଲ୍ଟ ଦେଖିପାରିବେ । ଅନ୍ୟପଟେ SMS ଲାଗି ପ୍ରଥମେ OR01 <roll number> ଲେଖି 5676750 ନମ୍ବରରେ ମେସେଜ କଲେ ମଧ୍ୟ ଆପଣ ଫଳାଫଳ ଜାଣିପାରିବେ । କୋରୋନା ମହାମାରୀ କୁ ଦୃଷ୍ଟି ରେ ରଖି ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ବାତିଲ ହୋଇଥଲା । ନବମ ଶ୍ରେଣୀର ବାର୍ଷିକ ପରୀକ୍ଷା ମାର୍କ ସହିତ ସ୍କୁଲରେ ହୋଇଥିବା ପରୀକ୍ଷା ମାର୍କକୁ ଆଧାର କରି ଦଶମ ପରୀକ୍ଷା ଫଳ ପ୍ରକାଶ କରିବା ପାଇଁ ବୋର୍ଡ ସ୍ଥିର କରିଥିଲା।
Also Read: ଦେଶରେ କୋରୋନା ମାମଲାରେ ପୁଣି ବୃଦ୍ଧି, ଦିନକରେ ଚିହ୍ନଟ ହେଲା ଏତିକି ସଂକ୍ରମିତ
ଅନ୍ୟପଟେ ଚଳିତ ବର୍ଷ ମେ ୩ ତାରିଖ ରୁ ୧୫ ତାରିଖ ଯାଏଁ ମାଟ୍ରିକ ପରୀକ୍ଷା ପାଇଁ ବୋର୍ଡ ଦିନ ଧାର୍ଯ୍ୟ କରିଥିଲେ । ମାତ୍ର ରାଜ୍ୟରେ ବଢୁଥିବା କୋରୋନା (Coronavirus) ସଂକ୍ରମଣକୁ ଦୃଷ୍ଟିରେ ରଖି ମାଟ୍ରିକ ପରୀକ୍ଷା (Matric exam) ନ କରାଇବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ । ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ବାତିଲ ନେଇ ଏପ୍ରିଲ ୨୧ ତାରିଖରେ ଘୋଷଣା କରାଯାଇଥିଲା । କେବଳ ମାଟ୍ରିକ ନୁହଁ ମଦ୍ରାସା ଶିକ୍ଷାବୋର୍ଡ ଦ୍ବାରା ପରିଚାଳିତ ପରୀକ୍ଷାକୁ ମଧ୍ୟ ବାତିଲ କରାଯାଇଥିଲା ।
Also Read: ପୁଣି ପେଟ୍ରୋଲ-ଡିଜେଲ ମୂଲ୍ୟରେ ବୃଦ୍ଧି, ଜାଣନ୍ତୁ ଆଜି କେତେ ବଢ଼ିଲା ରେଟ୍
ରାଜ୍ୟରେ ଫେବୃୟାରୀରେ ମାଟ୍ରିକ ପରୀକ୍ଷା ହେଉଥିବା ବେଳେ ଏହାକୁ ମେ ୩ ତାରିଖକୁ ଘୁଞ୍ଚା ଯାଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ମେ ୩ ତାରିଖରେ ହେବାକୁ ଥିବା ମାଟ୍ରିକ ପରୀକ୍ଷାର ସ୍ଥଗିତ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Naveen Patnaik) ଘୋଷଣା କରିଥିଲେ। କୋରୋନା ସ୍ଥିତି ସୁଧୁରିଲେ ପରୀକ୍ଷା ସମ୍ପର୍କରେ ନିଷ୍ପତି ନିଆଯିବ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଜାରି ପ୍ରେସ ବାର୍ତ୍ତାରେ କୁହାଯାଇଥିଲା। ହେଲେ ଶେଷରେ ଜୀବନ ଆଗ ପରୀକ୍ଷା ପଛ ଚିନ୍ତା କରି ଛାତ୍ରଛାତ୍ରୀଙ୍କ ଜୀବନ ମୂଲ୍ୟବାନ ବୋଲି ରାଜ୍ୟରେ ମାଟ୍ରିକ ପରୀକ୍ଷାକୁ ବାତିଲ କରାଯାଇଥିଲା ।