Monsoon2021: ସ୍ବାଭାବିକ ଠାରୁ ୧୮ ପ୍ରତିଶତ କମ୍ ହୋଇଛି ବର୍ଷା
Advertisement
Article Detail0/zeeodisha/odisha934827

Monsoon2021: ସ୍ବାଭାବିକ ଠାରୁ ୧୮ ପ୍ରତିଶତ କମ୍ ହୋଇଛି ବର୍ଷା

ଏ ପର୍ଯ୍ୟନ୍ତ ରାଜ୍ୟରେ ୨୦୯.୩ ପ୍ରତିଶତ ମୌସୁମୀ ଜନିତ ବର୍ଷା ହୋଇଥିବାର ରେକର୍ଡ କରାଯାଇଛି। 

ଫଟୋ ସୌଜନ୍ୟ: ଟ୍ୱିଟର@mcbbsr

ଭୁବନେଶ୍ୱର: ବର୍ଷା ନେଇ ଜାରି ହୋଇଛି ୫ ଦିନିଆ ସତର୍କତା ଉତ୍ତର-ପୂର୍ବ ବିହାର ଠାରୁ ଉତ୍ତର ପୂର୍ବ ଝାଡଖଣ୍ଡ, ଗାଙ୍ଗେୟ ପଶ୍ଚିମବଙ୍ଗ ଉପତ୍ୟକା ମଧ୍ୟ ଦେଇ ଦକ୍ଷିଣ ଓଡିଶା ଉପକୂଳ ଯାଏଁ ଲମ୍ବିଛି। ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର।

ମୟୂରଭଞ୍ଜ, କେଉଁଝର, ବାଲେଶ୍ବର, କନ୍ଧମାଳ, ବୌଦ୍ଧ, କଳାହାଣ୍ଡି, ଗଞ୍ଜାମ ଆଦି ୭ ଜିଲ୍ଲାରେ ପ୍ରବଳ ବର୍ଷା ଏବଂ ୨୩ ଜିଲ୍ଲାରେ ଘଡଘଡି ସହ ବର୍ଷା ପବନ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର। ଏହା ପରେ ଆସନ୍ତାକାଲି ୧୯ ଜିଲ୍ଲାରେ ଘଡଘଡି ବର୍ଷା ନେଇ ସତର୍କତା ଜାରି ହୋଇଛି। ଆସନ୍ତା ୯ ତାରିଖ ସକାଳ ପର୍ଯ୍ୟନ୍ତ ବିକ୍ଷିପ୍ତ ଭାବେ ବର୍ଷା ପବନ ନେଇ ବିଭିନ୍ନ ଜିଲ୍ଲା ଉଦ୍ଦେଶ୍ୟରେ ସତର୍କତା ଜାରି କରାଯାଇଛି। ସେପଟେ ଏ ପର୍ଯ୍ୟନ୍ତ ରାଜ୍ୟରେ ୨୦୯.୩ ପ୍ରତିଶତ ମୌସୁମୀ ଜନିତ ବର୍ଷା ହୋଇଥିବାର ରେକର୍ଡ କରାଯାଇଛି। ଯାହା ସ୍ବାଭାବିକ ବର୍ଷା ଠାରୁ ୧୮ ପ୍ରତିଶତ କମ୍ ରହିଛି।