• हिन्दी
  • English
  • मराठी
  • বাংলা
  • தமிழ்
  • മലയാളം
  • ગુજરાતી
  • తెలుగు
  • ಕನ್ನಡ
  • ଓଡ଼ିଶା
  • सलाम
  • Z Bharat
  • PHH
  • THS
  • Business
  • WION
  • facebookyoutubetwitterwhatsapp
Zee Odisha News
  • News
  • Video
  • Photos
  • Live Blog
Add Zee Business As A Preferred Source
App
  • LIVE टीवी
  • ହୋମ୍
  • ରାଜନୀତି
  • ରଥଯାତ୍ରା
  • ଭିଡ଼ିଓ
  • ଫଟୋ ଗ୍ୟାଲେରୀ
  • ରାଜ୍ୟ ଖବର
  • କ୍ରୀଡ଼ା
  • ଟ୍ରେଣ୍ଡିଙ୍ଗ୍
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
  • ଦେଶ-ବିଦେଶ
  • ଶିକ୍ଷା ଓ ନିଯୁକ୍ତି
  • ଓଡ଼ିଶା ନ୍ୟୁଜ
  • /Bhubneshwar
  • /ବେଲଗାମ କୋରୋନା, ୨୮ଟି ଜିଲ୍ଲାରୁ ୧,୫୦୩ ମାମଲା

ବେଲଗାମ କୋରୋନା, ୨୮ଟି ଜିଲ୍ଲାରୁ ୧,୫୦୩ ମାମଲା

ଶହେ ପାର କଲା କଟକ

Edited ByZee Odisha Desk
Published: Jul 27, 2020, 10:51 AM IST|Updated: Jul 27, 2020, 11:38 AM IST
joinshare
ବେଲଗାମ କୋରୋନା, ୨୮ଟି ଜିଲ୍ଲାରୁ ୧,୫୦୩ ମାମଲା

About the Author

    Zee Odisha Desk

    Zee Odisha Desk

    Trending

    • News
    • Photos
    • Videos
    Hirakud Dam: ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୭.୯୩ ଫୁଟକୁ ବୃଦ୍ଧି,ନାହିଁ ବନ୍ୟା ଆଶଙ୍କା

    Hirakud Dam: ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୭.୯୩ ଫୁଟକୁ ବୃଦ୍ଧି,ନାହିଁ ବନ୍ୟା ଆଶଙ୍କା

    2

    Odisha Governor: ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଲେ ଓଡିଶାର ରାଜ୍ୟପାଳ

    3

    Mahananda Express Accident:ମହାନନ୍ଦା ଏକ୍ସପ୍ରେସ୍ ଲାଇନଚ୍ୟୁତ, ଜାଣନ୍ତୁ ବଡ଼ ଅପଡେଟ୍!

    4

    Liquor Death: ବିଶାକ୍ତ ମଦ ପିଇ ୧୨ ମୃତ,ଏକାଧିକ ଗୁରୁତରଙ୍କୁ ମେଡି଼କାଲରେ ଭର୍ତ୍ତି

    5

    ଗାଡ଼ି ଚାଳକଙ୍କ ପାଇଁ ବଡ଼ ଖବର: PUCC, ଇନ୍‌ସୁରାନ୍ସ ଓ ପେଣ୍ଡିଂ ଚାଲାଣ ଉପରେ ଇ-ଡିଟେକ୍ସନ୍‌ରେ କଡ

    ଭୁବନେଶ୍ୱର: ରାଜ୍ୟରେ ରେକର୍ଡ ଭାଙ୍ଗୁଛି କୋରୋନା. ଦିନକୁ ଦିନ ଟେଷ୍ଟିଂର ମାତ୍ରା ବଢିବା ସହିତ ତାଳ ଦେଇ ବଢୁଛି ସଂକ୍ରମିତଙ୍କ ସଂଖ୍ୟା. ବିଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ସର୍ବାଧିକ ୧୫୦୩ଟି ମାମଲା ସାମ୍ନାକୁ ଆସିଛି। ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା କ୍ୱାରେଣ୍ଟାଇନ ସେଣ୍ଟରରେ ବୃଦ୍ଧି ପାଉଥିବା ବେଳେ ସ୍ଥାନୀୟ ମାମଲା ମଧ୍ୟ ଅନିୟନ୍ତ୍ରିତ ଭାବେ ବଢିବାରେ ଲାଗିଛି। 

    ସମାନ୍ତରାଳ ଭାବରେ ସ୍ଥାନୀୟ ମାମଲା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି. ଫଳରେ ରାଜ୍ୟରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୨୬ ହଜାର ଡେଇଁଛି. ଦିନକୁ ଦିନ ଗଞ୍ଜାମ, ଖୋର୍ଦ୍ଧା ଭଳି ସ୍ଥାନରେ ମାମଲା ବୃଦ୍ଧି ପାଉଛି. ଆଜି ଏହି ସଂକ୍ରମିତଙ୍କ ସଂଖ୍ୟା ସାମ୍ନାକୁ ଆସିବା ପରେ ୨୬୮୯୨ରେ ପହଞ୍ଚିଛି ସଂକ୍ରମିତଙ୍କ ସଂଖ୍ୟା. ତେବେ ରାଜ୍ୟରୁ ବିଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଥିବା ୧୫୦୩ଟି ମାମଲା ମଧ୍ୟରୁ ୧୦୦୨ଟି କୋରୋନା ପଜିଟିଭ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ସେହିଭଳି ସ୍ଥାନୀୟ ମାମଲା ୫୦୧ଟି ରହିଛି। 

    ସେପଟେ ୨୮ଟି ଜିଲ୍ଲାରୁ ଏହି ମାମଲା ସାମ୍ନାକୁ ଆସିଛି। ଆଜି ସର୍ବାଧିକ ମାମଲା ଗଞ୍ଜାମ ଜିଲ୍ଲାରୁ ଆସିଛି।  ଗଞ୍ଜାମରେ କୋରୋନା ଅନିୟନ୍ତ୍ରିତ ଭାବେ ବୃଦ୍ଧି ପାଇବାରେ ଲାଗିଛି।  ଆଜି ସର୍ବାଧିକ ୪୯୧ଜଣ କୋରୋନା ସଂକ୍ରମିତ ଜିଲ୍ଲାରୁ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ସେହିପରି ଗଞ୍ଜାମ ପଛକୁ ରହିଛି ଖୋର୍ଦ୍ଧା ଜିଲ୍ଲା. ଖୋର୍ଦ୍ଧା ଜିଲ୍ଲାରେ ମଧ୍ୟ କୋରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ବେଗରେ ବୃଦ୍ଧି ପାଇବାରେ ଲାଗିଛି. ଆଜି ସର୍ବାଧିକ ୨୨୩ଟି ମାମଲା ସାମ୍ନାକୁ ଆସିଛି. 

    ସେହିପରି ଅନୁଗୋଳ ଓ ବୌଦ୍ଧରୁ ଜଣେ ଲେଖାଏଁ, ବାଲେଶ୍ୱରରୁ ୧୯ ଜଣ, ବରଗଡ଼ରୁ ୨୩, ଭଦ୍ରକରୁ ୨୫, ବଲାଙ୍ଗୀରରୁ ୨୧ଜଣ, କଟକରୁ ୧୩୬ ଜଣ, ଢେଙ୍କାନାଳରୁ ୩୨ ଜଣ, ଗଜପତିରୁ ୭୩, ଜଗତସିଂହପୁରରୁ ୬ ଜଣ, ଯାଜପୁରରୁ ୫୧ ଜଣ, ଝାରସୁଗୁଡ଼ା ଓ କଳାହାଣ୍ଡିରୁ ୧୦ ଜଣ ଲେଖାଏଁ, କନ୍ଧମାଳରୁ ୭୩ ଜଣ, କେନ୍ଦ୍ରାପଡ଼ାରୁ ୯ ଜଣ, କେନ୍ଦୁଝରରୁ ୪୩ ଜଣ,କୋରାପୁଟ ଓ ମାଲକାନଗିରିରୁ ୩୪ ଜଣ, ମୟୂରଭଞ୍ଜରୁ ୨୮ ଜଣ, ନବରଙ୍ଗପୁରରୁ ୨ ଜଣ, ନୟାଗଡ଼ରୁ ୮ ଜଣ,ପୁରୀ ଓ ସୋନପୁରରୁ ୪ ଜଣ ଲେଖାଏଁ, ରାୟଗଡ଼ାରୁ ୬୮, ସମ୍ବଲପୁରରୁ ୧୭ ଜଣ ଓ ସୁନ୍ଦରଗଡ଼ରୁ ୫୭ ଜଣ କୋରୋନା ସଂକ୍ରମିତଙ୍କ ସମ୍ପର୍କରେ ଜଣାପଡ଼ିଛି।  

    ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ଦେଇଥିବା ସୂଚନା ମୁତାବକ ମୋଟ ସଂକ୍ରମିତଙ୍କ ମଧ୍ୟରୁ ୧୬୭୯୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିପରି ୯୯୧୯ ଜଣ ଚିକିତ୍ସାଧୀନ ରହିଛନ୍ତି। ବିଗତ ୨୪ ଘଣ୍ଟା ମଧ୍ୟରେ ୮୬୪ ଜଣ ସୁସ୍ଥ ହୋଇଥିବା ବିଭାଗ ସୂଚନା ଦେଇଛି। 

    Add Zee News as a Preferred Source
    TAGS:
    Corona
    positive
    Odisha
    Ganjam
    Khorda
    Cuttack