ରାଜ୍ୟରେ ବ୍ରେକ ଫେଲ କୋରୋନା, ପୁଣି ୬୭୩ ନୂଆ ସଂକ୍ରମିତ
Advertisement

ରାଜ୍ୟରେ ବ୍ରେକ ଫେଲ କୋରୋନା, ପୁଣି ୬୭୩ ନୂଆ ସଂକ୍ରମିତ

ନିୟନ୍ତ୍ରଣ ବାହାରେ 

ରାଜ୍ୟରେ ବ୍ରେକ ଫେଲ କୋରୋନା, ପୁଣି ୬୭୩ ନୂଆ ସଂକ୍ରମିତ

ଭୁବନେଶ୍ୱର: ରାଜ୍ୟରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା କ୍ରମାଗତ ଭାବରେ ବୃଦ୍ଧି ପାଇବାରେ ଲାଗିଛି। ସୀମା ଲଂଘୁଛି କୋରୋନା। ବିଗତ ୨୪ ଘଣ୍ଚା ମଧ୍ୟରେ ୬୭୩ଟି ମାମଲା ସାମ୍ନାକୁ ଆସିଛି। ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା କ୍ୱାରେଣ୍ଟାଇନ ସେଣ୍ଟରରେ ବୃଦ୍ଧି ପାଉଥିବା ବେଳେ ସ୍ଥାନୀୟ ମାମଲା ମଧ୍ୟ ଅନିୟନ୍ତ୍ରିତ ଭାବେ ବଢିବାରେ ଲାଗିଛି। ଗଞ୍ଜାମରେ ନିୟନ୍ତ୍ରଣ ବାହାରକୁ ଯାଉଛି କୋରୋନାର ସ୍ଥିତି। 

ରାଜ୍ୟରୁ ବିଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଥିବା ୬୭୩ଟି ମାମଲା ମଧ୍ୟରୁ ୪୬୪ଟି କୋରୋନା ପଜିଟିଭ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ଜଣାପଡ଼ିଛି।  ସେହିଭଳି ସ୍ଥାନୀୟ ମାମଲା ୨୨୭ଟି ରହିଛି।  ଫଳରେ ରାଜ୍ୟରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୧୮୧୧୦ରେ ପହଞ୍ଚିଛି। ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ଦେଇଥିବା ସୂଚନା ମୁତାବକ ମୋଟ ସଂକ୍ରମିତଙ୍କ ମଧ୍ୟରୁ ୧୨୪୫୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିପରି ୫୫୩୩ ଜଣ ଚିକିତ୍ସାଧୀନ ରହିଛନ୍ତି। ବିଗତ ୨୪ ଘଣ୍ଟା ମଧ୍ୟରେ ୫୧୫ ଜଣ ସୁସ୍ଥ ହୋଇଥିବା ବିଭାଗ ସୂଚନା ଦେଇଛି। 

ସେପଟେ ୨୩ଟି ଜିଲ୍ଲାରୁ ଏହି ମାମଲା ସାମ୍ନାକୁ ଆସିଛି।  ଆଜି ସର୍ବାଧିକ ମାମଲା ଗଞ୍ଜାମ ଜିଲ୍ଲାରୁ ଆସିଛି।  ଗଞ୍ଜାମରେ କୋରୋନା ଅନିୟନ୍ତ୍ରିତ ଭାବେ ବୃଦ୍ଧି ପାଇବାରେ ଲାଗିଛି।  ଆଜି ସର୍ବାଧିକ ୨୩୯ଜଣ କୋରୋନା ସଂକ୍ରମିତ ଜିଲ୍ଲାରୁ ଚିହ୍ନଟ ହୋଇଥିବା ଜଣାପଡ଼ିଛି। 

ସେହିପରି ଅନୁଗୋଳ, କେନ୍ଦ୍ରାପଡ଼ା, ମାଲକାନଗିରି, ନୟାଗଡ଼, ସୋନପୁର ଓ ପୁରୀରୁ ୪ ଜଣ ଲେଖାଏଁ, ବାଲେଶ୍ୱରରୁ ୧୩ ଜଣ, ବରଗଡ଼ରୁ ୨୨ ଜଣ, ଭଦ୍ରକରୁ ୫୮ ଜଣ, କଟକରୁ ୩୨ ଜଣ, ଢେଙ୍କାନାଳରୁ ୧୦, ଗଜପତିରୁ ୧୫, ଜଗତସିଂହପୁରରୁ ୩୬, ଯାଜପୁରରୁ ୨୮, ଝାରସୁଗୁଡ଼ାରୁ ୧୪ ଜଣ, କନ୍ଧମାଳରୁ ୪୪ ଜଣ, ଖୋର୍ଦ୍ଦାରୁ ୫୮ ଜଣ, କେନ୍ଦୁଝରରୁ ୨୪, କୋରାପୁଟରୁ ୪୧ ଜଣ, ମୟୂରଭଞ୍ଜରୁ ଜଣେ, ସମ୍ବଲପୁରରୁ ୩ ଜଣ ଓ ସୁନ୍ଦରଗଡ଼ରୁ ୧୧ ଜଣ କୋରୋନା ସଂକ୍ରମିତଙ୍କ ସମ୍ପର୍କରେ ଜଣାପଡ଼ିଛି।