• हिन्दी
  • English
  • मराठी
  • বাংলা
  • தமிழ்
  • മലയാളം
  • ગુજરાતી
  • తెలుగు
  • ಕನ್ನಡ
  • ଓଡ଼ିଶା
  • सलाम
  • PHH
  • THS
  • Business
  • Techlusive
  • WION
  • facebookyoutubetwitterwhatsapp
Zee Odisha News
  • News
  • Video
  • Photos
  • Live Blog
Add Zee Business As A Preferred Source
App
  • LIVE टीवी
  • ହୋମ୍
  • ରାଜନୀତି
  • ରଥଯାତ୍ରା
  • ଭିଡ଼ିଓ
  • ଫଟୋ ଗ୍ୟାଲେରୀ
  • ରାଜ୍ୟ ଖବର
  • କ୍ରୀଡ଼ା
  • ଟ୍ରେଣ୍ଡିଙ୍ଗ୍
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
  • ଦେଶ-ବିଦେଶ
  • ଶିକ୍ଷା ଓ ନିଯୁକ୍ତି
  • ଓଡ଼ିଶା ନ୍ୟୁଜ
  • /Bhubneshwar
  • /ରାଜ୍ୟରେ ବ୍ରେକ ଫେଲ କୋରୋନା, ପୁଣି ୬୭୩ ନୂଆ ସଂକ୍ରମିତ

ରାଜ୍ୟରେ ବ୍ରେକ ଫେଲ କୋରୋନା, ପୁଣି ୬୭୩ ନୂଆ ସଂକ୍ରମିତ

ନିୟନ୍ତ୍ରଣ ବାହାରେ

Edited ByZee Odisha Desk
Published: Jul 20, 2020, 11:16 AM IST|Updated: Jul 20, 2020, 11:16 AM IST
joinshare
ରାଜ୍ୟରେ ବ୍ରେକ ଫେଲ କୋରୋନା, ପୁଣି ୬୭୩ ନୂଆ ସଂକ୍ରମିତ

About the Author

    Zee Odisha Desk

    Zee Odisha Desk

    Trending

    • News
    • Photos
    • Videos
    Flood Update: ୩ ବରିଷ୍ଠ IASଙ୍କୁ ମିଳିଲା ୩ ଜିଲ୍ଲାର ଦାୟିତ୍ୱ

    Flood Update: ୩ ବରିଷ୍ଠ IASଙ୍କୁ ମିଳିଲା ୩ ଜିଲ୍ଲାର ଦାୟିତ୍ୱ

    2

    ଅନ୍ତରୀଣ ଡିଜିପି ଭାବେ ଦାୟିତ୍ବ ନେଲେ ବିନୟତୋଷ ମିଶ୍ର

    3

    ପଟ୍ଟାମୁଣ୍ଡାଇ, ଆଳି ଓ କେନ୍ଦ୍ରାପଡ଼ା ବ୍ଳକ୍‌ର ତଳିଆ ଅଞ୍ଚଳ ଜଳମଗ୍ନ

    4

    ସବୁ ଜିଲ୍ଲାପାଳମାନଙ୍କୁ ଆଗୁଆ ପ୍ରସ୍ତୁତି ପାଇଁ କୁହାଯାଇଛି- ମୁଖ୍ୟ ସଚିବ

    5

    Leave Cancelled: ଭଦ୍ରକରେ ସମସ୍ତ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ଛୁଟି ବାତିଲ୍

    ଭୁବନେଶ୍ୱର: ରାଜ୍ୟରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା କ୍ରମାଗତ ଭାବରେ ବୃଦ୍ଧି ପାଇବାରେ ଲାଗିଛି। ସୀମା ଲଂଘୁଛି କୋରୋନା। ବିଗତ ୨୪ ଘଣ୍ଚା ମଧ୍ୟରେ ୬୭୩ଟି ମାମଲା ସାମ୍ନାକୁ ଆସିଛି। ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା କ୍ୱାରେଣ୍ଟାଇନ ସେଣ୍ଟରରେ ବୃଦ୍ଧି ପାଉଥିବା ବେଳେ ସ୍ଥାନୀୟ ମାମଲା ମଧ୍ୟ ଅନିୟନ୍ତ୍ରିତ ଭାବେ ବଢିବାରେ ଲାଗିଛି। ଗଞ୍ଜାମରେ ନିୟନ୍ତ୍ରଣ ବାହାରକୁ ଯାଉଛି କୋରୋନାର ସ୍ଥିତି। 

    ରାଜ୍ୟରୁ ବିଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଥିବା ୬୭୩ଟି ମାମଲା ମଧ୍ୟରୁ ୪୬୪ଟି କୋରୋନା ପଜିଟିଭ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ଜଣାପଡ଼ିଛି।  ସେହିଭଳି ସ୍ଥାନୀୟ ମାମଲା ୨୨୭ଟି ରହିଛି।  ଫଳରେ ରାଜ୍ୟରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୧୮୧୧୦ରେ ପହଞ୍ଚିଛି। ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ଦେଇଥିବା ସୂଚନା ମୁତାବକ ମୋଟ ସଂକ୍ରମିତଙ୍କ ମଧ୍ୟରୁ ୧୨୪୫୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିପରି ୫୫୩୩ ଜଣ ଚିକିତ୍ସାଧୀନ ରହିଛନ୍ତି। ବିଗତ ୨୪ ଘଣ୍ଟା ମଧ୍ୟରେ ୫୧୫ ଜଣ ସୁସ୍ଥ ହୋଇଥିବା ବିଭାଗ ସୂଚନା ଦେଇଛି। 

    ସେପଟେ ୨୩ଟି ଜିଲ୍ଲାରୁ ଏହି ମାମଲା ସାମ୍ନାକୁ ଆସିଛି।  ଆଜି ସର୍ବାଧିକ ମାମଲା ଗଞ୍ଜାମ ଜିଲ୍ଲାରୁ ଆସିଛି।  ଗଞ୍ଜାମରେ କୋରୋନା ଅନିୟନ୍ତ୍ରିତ ଭାବେ ବୃଦ୍ଧି ପାଇବାରେ ଲାଗିଛି।  ଆଜି ସର୍ବାଧିକ ୨୩୯ଜଣ କୋରୋନା ସଂକ୍ରମିତ ଜିଲ୍ଲାରୁ ଚିହ୍ନଟ ହୋଇଥିବା ଜଣାପଡ଼ିଛି। 

    ସେହିପରି ଅନୁଗୋଳ, କେନ୍ଦ୍ରାପଡ଼ା, ମାଲକାନଗିରି, ନୟାଗଡ଼, ସୋନପୁର ଓ ପୁରୀରୁ ୪ ଜଣ ଲେଖାଏଁ, ବାଲେଶ୍ୱରରୁ ୧୩ ଜଣ, ବରଗଡ଼ରୁ ୨୨ ଜଣ, ଭଦ୍ରକରୁ ୫୮ ଜଣ, କଟକରୁ ୩୨ ଜଣ, ଢେଙ୍କାନାଳରୁ ୧୦, ଗଜପତିରୁ ୧୫, ଜଗତସିଂହପୁରରୁ ୩୬, ଯାଜପୁରରୁ ୨୮, ଝାରସୁଗୁଡ଼ାରୁ ୧୪ ଜଣ, କନ୍ଧମାଳରୁ ୪୪ ଜଣ, ଖୋର୍ଦ୍ଦାରୁ ୫୮ ଜଣ, କେନ୍ଦୁଝରରୁ ୨୪, କୋରାପୁଟରୁ ୪୧ ଜଣ, ମୟୂରଭଞ୍ଜରୁ ଜଣେ, ସମ୍ବଲପୁରରୁ ୩ ଜଣ ଓ ସୁନ୍ଦରଗଡ଼ରୁ ୧୧ ଜଣ କୋରୋନା ସଂକ୍ରମିତଙ୍କ ସମ୍ପର୍କରେ ଜଣାପଡ଼ିଛି।  

    Add Zee News as a Preferred Source
    TAGS:
    Corona
    Odisha
    Ganjam
    Khorda
    Kandhamal