close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ଏଣିକି 'ମୋ ବସ'ରେ ମିଳିବ 'ମୋ ଏଫଏମ' ସେବା

କ୍ୟାପିଟାଲ ରିଜିଅନ୍ ଅର୍ବାନ ଟ୍ରାନ୍ସପୋର୍ଟ ପକ୍ଷରୁ ଭୁବନେଶ୍ୱର, ଖୋର୍ଦ୍ଧା  ଓ କଟକ ସହରରେ ଗଡୁଥିବା ମୋ ବସ ଗୁଡିକରେ ଏଫଏମ ସେବା ଚାଲୁ କରିବାକୁ ନିଷ୍ପତ୍ତି ହୋଇଛି । ବୁଧବାର ଏହାର ପ୍ରଥମ ବାର୍ଷିକ ପୂର୍ତ୍ତି ଅବସରରେ ଏହି ସୂଚନା ଦେଇଛନ୍ତି କ୍ରୁଟ୍ଏମଡି ଅରୁଣ ବୋଥ୍ରା ।

 ଏଣିକି 'ମୋ ବସ'ରେ ମିଳିବ 'ମୋ ଏଫଏମ' ସେବା

ଭୁବନେଶ୍ୱର ,ଶାନ୍ତ ସ୍ୱରୂପ ରାଉତ: ମୋ ବସରେ ବାଜିବ ରେଡିଓ । ଏଣିକ ମୋ ବସରେ ମୋ ଏଫଏମ  ସେବା। କ୍ୟାପିଟାଲ ରିଜିଅନ୍ ଅର୍ବାନ ଟ୍ରାନ୍ସପୋର୍ଟ ପକ୍ଷରୁ ଭୁବନେଶ୍ୱର, ଖୋର୍ଦ୍ଧା  ଓ କଟକ ସହରରେ ଗଡୁଥିବା ମୋ ବସ ଗୁଡିକରେ ଏଫଏମ ସେବା ଚାଲୁ କରିବାକୁ ନିଷ୍ପତ୍ତି ହୋଇଛି । ବୁଧବାର ଏହାର ପ୍ରଥମ ବାର୍ଷିକ ପୂର୍ତ୍ତି ଅବସରରେ ଏହି ସୂଚନା ଦେଇଛନ୍ତି କ୍ରୁଟ୍ଏମଡି ଅରୁଣ ବୋଥ୍ରା । ତେବେ ଗୋଟିଏ ବର୍ଷର ସଫଳ ଯାତ୍ରାରେ ବର୍ତ୍ତମାନ ଦୈନିକ ହାରାହାରି ୮୫ ହଜାର ଯାତ୍ରୀ ଯାତାୟତ କରୁଥିବା ବେଳେ କେବେ କେବେ ୧ ଲକ୍ଷ ଯିବାଆସିବା କରୁଛନ୍ତି । ଆଗାମୀ ଦିନରେ ୫୦ ଇଲେକ୍ଟ୍ରିକ  ବସ ସହ ପୁରୁଣା ସିଟି ବସକୁ ପରିବର୍ତ୍ତନ କରି ମୋଟ ୧୫୦ ବସ ଆସିବାର ଯୋଜନା ରହିଛି ।

ତେବେ ବର୍ତ୍ତମାନ ଯାତ୍ରୀଙ୍କ ସୁବିଧା ଲାଗି ବସରେ ମାଗଣାରେ ୱାଇଫାଇ ସହ ସିସିଟିଭି ଏବଂ ଖବରକାଗଜ ଦିଆଯାଉଥିବା ବେଳେ ଏଫଏମ ସୁବିଧା ମଧ୍ୟ ଯୋଗାଇଦିଆଯିବ । ଏହାସହ ପୁରୀକୁ ରାଜ୍ୟସରକାରଙ୍କ ପକ୍ଷରୁ ଅନୁମତି ମିଳିଥିବା ବେଳେ ଖୁବଶୀଘ୍ର ବସ ଚଳାଚଳ କରିବ ବୋଲି ସେ କହିଛନ୍ତି । ଅନ୍ୟପଟେ ରାଜ୍ୟ ଓ ରାଜ୍ୟ ବାହାର ସହ ବିଦେଶୀ ଯାତ୍ରୀ ମଧ୍ୟ ଯାତାୟତ କରୁଥବା ବେଳେ ମୋ ବସ ସେବାକୁ ସ୍ୱାଗତ କରିଛନ୍ତି । ତେବେ ଆଗାମୀ ଦିନରେ ଅଧିକ ସଂଖ୍ୟକ ବସ ଚଲାଇବାକୁ ଦାବୀ କରିଛନ୍ତି । ସେହିପରି ମୋ ବସ ସେଲଟର ଗୁଡିକ ଫନି ବାତ୍ୟାରେ ଭାଙ୍ଗିରୁଜି ଯାଇଥିବା ବେଳେ ନଭେମ୍ବର ସୁଦ୍ଧା ଏହାର ପୁନରୁଦ୍ଧାର କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ମଧ୍ୟ ଗତବର୍ଷ ଉଦଘାଟନ ଦିନ ଭଳି ଏୟାରପୋର୍ଟରୁ ଜୟଦେବ ଭବନ ମୋ ବସରେ ଆସି ଯୋଗଦେଇଥିଲେ । ଏହାସହ ମୋ ବସ୍ ମାସ୍କଟ ‘ମୋବି’ ନାମକରଣକୁ ଅନାବରଣ କରିଥିଲେ । ଏହାର ଅର୍ଥ ହେଉଛି MO BUS BY YOU (MOBBY) । ଏହି ନାମକରଣ ଲାଗି ପୂର୍ବରୁ ଅନେକ ଲୋକଙ୍କ ମତାମତ ଓ ପରାମର୍ଶ ନିଆଯାଇଥିଲା ।