National Wildlife Week: ପାଳିତ ହେଲା ବନ୍ୟପ୍ରାଣୀ ସପ୍ତାହ,ସରକାରଙ୍କୁ ଘାରିଲା ଗଜରାଜଙ୍କ ଚିନ୍ତା
Advertisement
Article Detail0/zeeodisha/odisha1384925

National Wildlife Week: ପାଳିତ ହେଲା ବନ୍ୟପ୍ରାଣୀ ସପ୍ତାହ,ସରକାରଙ୍କୁ ଘାରିଲା ଗଜରାଜଙ୍କ ଚିନ୍ତା

Odisha Forest Department: ବିଳମ୍ବରେ ହେଲେ ମଧ୍ୟ ଚେତିଛନ୍ତି ଓଡି଼ଶା ସରକାର। ବନ୍ୟପ୍ରାଣୀ ସପ୍ତାହ ପାଳନ ଅବସରରେ ବନ୍ୟଜନ୍ତୁ ହତ୍ୟା ରୋକିବା ପାଇଁ ନେଇଛନ୍ତି ନୂଆ ପଦକ୍ଷେପ। ଟାସ୍କଫୋର୍ସ ଗଠନ ସହ ହାତୀ ତଥା ଅନ୍ୟ ଜୀବଜନ୍ତୁ ହତ୍ୟାରେ ପୂର୍ଣ୍ଣଚ୍ଛେଦ ପକାଇବାକୁ ପ୍ରୟାସ।

 National Wildlife Week: ପାଳିତ ହେଲା ବନ୍ୟପ୍ରାଣୀ ସପ୍ତାହ,ସରକାରଙ୍କୁ ଘାରିଲା ଗଜରାଜଙ୍କ ଚିନ୍ତା

National Wildlife Week: ପାଳିତ ହୋଇଯାଇଛି ୬୮ତମ ବନ୍ୟପ୍ରାଣୀ ସପ୍ତାହ (68th National Wildlife Week)। ଏହି ଅବସରରେ ମୁଖ୍ୟ ଅତିଥି ( chief guest) ଭାବେ ଭର୍ଚୁଆଲି ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Chief Minister Naveen Patnaik) ବନ୍ୟ ଜୀବଜନ୍ତୁଙ୍କ ସଂରକ୍ଷଣ ଆମ ସମସ୍ତଙ୍କର ଦାୟିତ୍ୱ ବୋଲି ଆହ୍ୱାନ ଦେଇଛନ୍ତି। ସୁସ୍ଥ ପରିବେଶରେ ମଣିଷ ବଞ୍ଚିବାର ଯେପରି ଅଧିକାର ରହିଛି, ସେହିପରି ପ୍ରତ୍ୟେକ ଜୀବଜନ୍ତୁଙ୍କ ମଧ୍ୟ ସମାନ ଅଧିକାର (every animal also has the same right) ରହିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

ଓଡ଼ିଶାର ଜୈବ ବିବିଧତା (Biodiversity of Odisha) ଅତୁଳନୀୟ। ବନ୍ୟପ୍ରାଣୀ ଅଭୟାଣ୍ୟରେ (Wildlife Sanctuaries) ଓଡ଼ିଶା ଏକ ସମୃଦ୍ଧ ରାଜ୍ୟ। ବନ୍ୟଜନ୍ତୁଙ୍କୁ ରକ୍ଷା କରିବା ପାଇଁ ୬ଟି ଗ୍ରାମର ୪୭୯ ପରିବାରଙ୍କୁ ସ୍ୱେଚ୍ଛାକୃତ ଭାବରେ ସ୍ଥାନାନ୍ତର କରାଯାଇଛି। ଲୋକଙ୍କ ମଧ୍ୟରେ ସଚେତନତା ଆଣିବା ସହ ବନ୍ୟ ଜୀବଜନ୍ତୁଙ୍କୁ ସୁରକ୍ଷିତ ରଖିବା ପାଇଁ ଗତବର୍ଷ ଆରମ୍ଭ ହୋଇଥିବା ଗଜସାଥୀ ଯୋଜନା (Gajasathi Yojana) ସଫଳ ହୋଇଥିବା ସରକାର କହିଛନ୍ତି। ରାଜ୍ୟରେ ପ୍ରତି କିଛି ଦିନ ବ୍ୟବଧାନରେ ହାତୀ ହତ୍ୟା ଓ ମୃତ୍ୟୁର ଖବର ଆସୁଥିବାବେଳେ ଏକ ଟାସ୍କ ଫୋର୍ସ ଗଠନ ସହିତ ହାତୀ ଓ ଅନ୍ୟ ଜୀବଜନ୍ତୁ ହତ୍ୟା ରୋକିବାରେ କାର୍ୟ୍ୟକୁ ତ୍ୱରାନ୍ୱିତ କରିବାକୁ ସରକାର ଯୋଜନା କରିଥିବା କୁହାଯାଇଛି। ଅନ୍ୟପଟେ ବନ୍ୟଜନ୍ତୁଙ୍କ ଦ୍ୱାରା ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପାଇଁ ଅନୁଦାନ ଦେବାକୁ ଅନୁକମ୍ପା ଯୋଜନା ଆରମ୍ଭ କରାଯାଇଛି। ଏହା ଏକ ଅନଲାଇନ ଯୋଜନା ହୋଇଥିବାରୁ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାର ଲୋକେ ଆର୍ଥିକ ସହାୟତା ପାଇବାକୁ ଏଥିରେ ଆବେଦନ ସହାୟତା ନେଇପାରିବେ ବୋଲି କୁହାଯାଇଛି ।

ବନ୍ୟ ଜୀବଜନ୍ତୁଙ୍କ ଅଙ୍ଗ ତସ୍କରୀ ଚାଲିଥିବାବେଳେ କାହିଁକି ଓଡିଶାରେ ବଢୁଛି ଗଜରାଜଙ୍କ ମୃତ୍ୟୁ(death of Gajraj) ? ରାଜ୍ୟରେ  ଏକାଧିକ ଅଭୟାରଣ୍ୟ ସହ ଜଙ୍ଗଲ ସମ୍ପଦ ଥିଲେ ସୁଦ୍ଧା ଗଜରାଜଙ୍କ ମୃତ୍ୟୁକୁ ନେଇ ବଢିବାରେ ଲାଗିଛି ଉଦବେଗ । ପରିବେଶବିତ୍ ଏବଂ ପଶୁପ୍ରେମୀ ହାତୀମୃତ୍ୟୁକୁ ନେଇ ଚିନ୍ତାରେ ।  ସାରା ରାଜ୍ୟରେ ହାତୀ ମୃତ୍ୟୁ ବଢିବାରେ ଲାଗିଥିବାବେଳେ କେଉଁଠି ହେଉଛି ଅସୁବିଧା ? ଶିକାରୀଙ୍କ ଶିକାର, ଆବଶ୍ୟକ ଜଙ୍ଗଲ ସମ୍ପଦ ଅଭାବ, କୃତ୍ରିମ ବିପର୍ଯ୍ୟୟ ନା ଖାଦ୍ୟ ଅଭାବ ? କିଏ ଦାୟୀ ହାତୀ ମୃତ୍ୟୁ ପାଇଁ ? କାରଣ ଓଡିଶା ଭଳି ଜଙ୍ଗଲ ସମ୍ପଦ ଭରପୂର ଥିବା ରାଜ୍ୟରେ ଗତ ୧୨ ବର୍ଷରେ ୯୪୭ ହାତୀଙ୍କର ମୃତ୍ୟୁ ହେଲାଣି  । ଯାହା ଖାଲି ଚିନ୍ତା ଜନକ ନୁହେଁ ବେଶ ଗମ୍ଭୀର । ଯଦି ଏହି ଧାରା ଜାରି ରୁହେ,ତେବେ ଆଗାମୀ କିଛି ବର୍ଷ ମଧ୍ୟରେ ଓଡିଶା ହାତୀ ଶୁନ୍ୟ ହୋଇଯିବା ଆଶଙ୍କା ବଢିବାରେ ଲାଗିଛି ।

ସରକାରଙ୍କ ତରଫରୁ ହାତୀ ମୃତ୍ୟୁ ରୋକିବାକୁ JTF ବା ଜଏଣ୍ଟ ଟାସ୍କ ଫୋର୍ସ ଗଠିତ ହେବାକୁ ଥିବାବେଳେ ପୋଲିସ ଓ ବନ ବିଭାଗକୁ ନେଇ ଗଠିନ ହେବ ଏହି JTF। ହାତୀ ମୃତ୍ୟୁ ଏବଂ ବନ୍ୟପ୍ରାଣୀ ଚାଲାଣ ରୋକିବା ପାଇଁ ଏହି ଫୋର୍ସ କାମ କରିବ । ଏନେଇ ହାଇକୋର୍ଟରେ ଦାୟର ହୋଇଥିବା ଏହି ସମ୍ପର୍କିତ ଏକ ମାମଲାରେ ସତ୍ୟପାଠ ମାଧ୍ୟମରେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ହାଇକୋର୍ଟଙ୍କୁ ଏ ନେଇ ଅବଗତ କରିଛନ୍ତି ।  ରାଜ୍ୟରେ ନିକଟରେ ମୃତ୍ୟୁ ବରଣ କରିଥିବା  ହାତୀଙ୍କ ସମ୍ପର୍କରେ ମଧ୍ୟ କୋର୍ଟଙ୍କୁ ଅବଗତ କରାଯାଇଥିଲା । ତେବେ ଆସନ୍ତା ଶୁଣାଣି ସମୟରେ ଏହାର ସବିଶେଷ ତଥ୍ୟ ଦେବାକୁ ଆଡଭୋକେଟ ଜେନେରାଲ କୋର୍ଟଙ୍କୁ କହିଥିଲେ।  ତେବେ ମାମଲାର ଶୁଣାଣି ସମୟରେ ହାତୀ ଶୀକାର ଘଟଣାରେ ସରକାରଙ୍କ ତରଫରୁ ଗ୍ରହଣ କରାଯାଉଥିବା ପଦକ୍ଷେପକୁ ନେଇ ହା‌ଇକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଗତ ଅଗଷ୍ଟ ୬ରେ ପ୍ରମୁଖ ମୁଖ୍ୟ ବନ ସଂରକ୍ଷକ (PCCF Wildlife) ଙ୍କ ପକ୍ଷରୁ ଦାଖଲ ସତ୍ୟପାଠରେ ଗତ ୫ ବର୍ଷରେ ଆଠଗଡ(Athagarh,), ଢେଙ୍କାନାଳ(Dhenkanal), ଦେବଗଡ(Deogarh), ସମ୍ବଲପୁର(Sambalpur), ବୌଦ୍ଧ(Boudh), ଘୁମୁସର (ଉତ୍ତର) ଡିଭିଜନ(Ghumusar North Divisions)ରେ ବେଆଇନ ହାତୀ ଶିକାର କରାଯାଇଥିବା ଦର୍ଶାଯାଇଥିଲା । ୨୦୧୮ରୁ ୨୦୨୨ ମଧ୍ୟରେ ୧୪ଟି ମାମଲା ରୁଜୁ କରାଯାଇ ୨୯ ଜଣଙ୍କୁ ଗିରଫ କରାଯାଇଛି ବୋଲି ଉଲ୍ଲେଖ କରାଯାଇଥିଲା। ଏହି ପ୍ରସଙ୍ଗକୁ ନେଇ ରୁଜୁ ମାମଲା ଗୁଡିକର ଅଗ୍ରଗତି ସନ୍ତୋଷଜନକ ନୁହେଁ ବୋଲି ହାଇକୋର୍ଟ ପୂର୍ବରୁ କହିଥିଲେ । ସତ୍ୟପାଠରେ ଉଲ୍ଲେଖ କରାଯାଇଥିବା ଏହି ସବୁ ମାମଲାରେ ଗିରଫ ଅଭିଯୁକ୍ତମାନେ ଏବେ ଜେଲରେ ଅଛନ୍ତି ବା ଜାମିନ ପାଇଛନ୍ତି ସେ ନେଇ ହାଇକୋର୍ଟ ଜାଣିବାକୁ ଚାହିଁଥିଲେ। କିନ୍ତୁ ଅଭିଯୁକ୍ତଙ୍କ ଜାମିନ ପ୍ରସଙ୍ଗରେ ରାଜ୍ୟ ସରକାର ଜବାବ ରଖି ପାରି ନଥିଲେ।

ତେବେ ଭାରତୀୟ ବନ୍ୟପ୍ରାଣୀ ବୋର୍ଡ ୧୯୫୨ ମସିହାରେ ୱାଇଲ୍ଡ ଲାଇଫ ସପ୍ତାହ ଆରମ୍ଭ କରି ସାରା ଭାରତରେ ବନ୍ୟଜନ୍ତୁ ସଂରକ୍ଷଣର ଦୀର୍ଘମିଆଦି ଲକ୍ଷ୍ୟ ବିଷୟରେ ସଚେତନତା ସୃଷ୍ଟି କରିଥିଲେ । ବନ୍ୟପ୍ରାଣୀ ଦିବସ ପ୍ରଥମେ ୧୯୫୫ ରେ ପାଳନ କରାଯାଇଥିଲା, କିନ୍ତୁ ପରେ ୧୯୫୭ ମସିହାରେ ଏହାର ନାମ ବନ୍ୟପ୍ରାଣୀ ସପ୍ତାହ ଭାବରେ ନାମିତ କରାଯାଇଥିଲା । ଏହି ସପ୍ତାହ ପାଳନ କରାଯିବାର କାରଣ ପ୍ରକୃତିର ପରିବେଶ ସନ୍ତୁଳନ ବଜାୟ ରଖିବାରେ ବନ୍ୟଜନ୍ତୁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି । ଏହାର କୌଣସିବି କ୍ଷତି ସମଗ୍ର ଇକୋସିଷ୍ଟମ ପାଇଁ ବିପଦ ସୃଷ୍ଟି କରିପାରେ । ଏପରି ସ୍ଥିତିରେ ଉଦ୍ଭିଦ ଏବଂ ଜୀବଜନ୍ତୁ ସଂରକ୍ଷଣ କରିବା ଗୁରୁତ୍ୱପୂର୍ଣ୍ଣ ହୋଇଯାଏ  । ତେବେ ପ୍ରତ୍ୟେକ ବୟସର ଲୋକଙ୍କୁ ବନ୍ୟଜନ୍ତୁଙ୍କ ସମସ୍ୟା ବୁଝିବା  ପାଇଁ ଏହି ସପ୍ତାହ ବ୍ୟାପୀ କର୍ମଶାଳା ଆୟୋଜିତ ହୋଇଥାଏ । ବନ୍ୟଜନ୍ତୁ ଜୀବନର ସୁରକ୍ଷା ପାଇଁ ଜନସାଧାରଣଙ୍କୁ ସଚେତନ କରାଇବା ଲକ୍ଷ୍ୟରେ ବନ୍ୟଜନ୍ତୁ ସପ୍ତାହ ଆରମ୍ଭ ହୋଇଥିଲା। ଏହି ପୃଷ୍ଠଭୂମି ବିରୁଦ୍ଧରେ, ଭାରତ ସରକାର ଏକ ଭାରତୀୟ ବନ୍ୟପ୍ରାଣୀ ପରିଷଦ ଗଠନ କରିଛନ୍ତି ଯାହା ବନ୍ୟଜନ୍ତୁ ସଂରକ୍ଷଣ ବିଷୟରେ ସଚେତନତା ସୃଷ୍ଟି କରିବାକୁ ପ୍ରତିଶୃତିବଦ୍ଧ ।