ସାମ୍ପଲର ୫ ପ୍ରତିଶତ କେବଳ ଜେନମ ସିକ୍ୟୁଏସିଂ ହୋଇଥାଏ । ବି କ୍ୟାଟାଗୋରୀ ଜିଲ୍ଲାରେ ପରିବେଶଜନିତ ସଂକ୍ରମଣ ଥିଲେ ଏହା ବ୍ୟାପିବ । ଯେଉଁ ଜାଗାରେ ଲୋକ ମାନୁନାହାଁନ୍ତି ସେଠାରେ ପ୍ରଶାସନ ସିରିୟସ ଭାବରେ ନେଉଛି ।
Trending Photos
ରାଜେଶ ସାମନ୍ତରାୟ, ଭୁବନେଶ୍ୱର: ବିଶ୍ବର ୧୧୦ଟି ଦେଶକୁ ମାଡି଼ଗଲାଣି କୋରୋନାର ଡେଲଟା ପ୍ଲସ୍ ଭାରିଏଣ୍ଟ । କିନ୍ତୁ ସବୁଠାରୁ ବଡ ଆଶ୍ବସ୍ତିର ଖବର ଏଇଆ ଯେ ଏହା ଅଧିକ ସଂକ୍ରାମକ ନୁହେଁ । ଏହି ତଥ୍ୟକୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ମଧ୍ୟ ପୁଷ୍ଟି କରିଛି । ଭାରତରେ ମାର୍ଚ୍ଚ ମାସରୁ ଡେଲଟା ପ୍ଳସ୍ ଭାରିଏଣ୍ଟ ଚିହ୍ନଟ ହୋଇଥିଲେ ବି ଏବେ ପର୍ଯ୍ୟନ୍ତ ସଂକ୍ରମିତଙ୍କ ସଂଖ୍ୟା ମାତ୍ର ୨୦୦ ମଧ୍ୟରେ ସୀମିତ ଅଛି । ଯଦି ଅଧିକ ସଂକ୍ରମଣ ହେଉଥାନ୍ତା ତେବେ ସାରା ଦେଶରେ କ୍ଲଷ୍ଟର ହୋଇ ସାରନ୍ତାଣି ବୋଲି ଡିଏମଇଟି କହିଛନ୍ତି।
ସେପଟେ ବ୍ଲାକ୍ ଫଙ୍ଗସ (Black Fungus) ଆମକୁ ନେଗେଟିଭଲି ଆଫେକ୍ଟ କରିନି । କରିବାର ସମ୍ଭାବନା କମ୍ ।ଫଙ୍ଗସ୍ ସବୁବେଳେ ଅଛି । ଏହାକୁ କେବଳ କୋଭିଡ୍ ସହ ଯୋଡ଼ିବା ଠିକ୍ ନୁହେଁ । ଇମ୍ୟୁନିଟି କମ୍ ରହିଲେ ଯେ କୌଣସି ଫଙ୍ଗସ ଆଟାକ୍ କରିବ । ମେ' ମାସରୁ ଆଜି ଯାଏଁ ଜେନମ ସିକ୍ୟୁଏନ୍ସିଂରେ ଡେଲଟା ପ୍ଲସ୍ ବାହାରିନି । ସାମ୍ପଲର ୫ ପ୍ରତିଶତ କେବଳ ଜେନମ ସିକ୍ୟୁଏସିଂ ହୋଇଥାଏ । ବି କ୍ୟାଟାଗୋରୀ ଜିଲ୍ଲାରେ ପରିବେଶଜନିତ ସଂକ୍ରମଣ ଥିଲେ ଏହା ବ୍ୟାପିବ । ଯେଉଁ ଜାଗାରେ ଲୋକ ମାନୁନାହାଁନ୍ତି ସେଠାରେ ପ୍ରଶାସନ ସିରିୟସ ଭାବରେ ନେଉଛି ।
Also Read: ଅଧିକ କୋରୋନା ସଂକ୍ରମିତ ରାଜ୍ୟ ତାଲିକାରେ ଓଡ଼ିଶା, କେନ୍ଦ୍ରୀୟ ଟିମ୍ କରିବ ସ୍ଥିତି ସମୀକ୍ଷା
ଏପରି ଏକ ସମୟରେ ଅଧିକ ସଂକ୍ରମିତ ଥିବା ୬ଟି ରାଜ୍ୟକୁ କେନ୍ଦ୍ର ସରକାର ଗୋଟିଏ ଏକ୍ସପର୍ଟ ଟିମ ପଠାଇଛନ୍ତି । ଜଣେ ଚିକିତ୍ସକ ଓ ଜଣେ ସ୍ବାସ୍ଥ୍ୟ ବିଶେଷଜ୍ଞକୁ ନେଇ ଟିମ ଗଠନ ହୋଇଛି । ଏହି ରାଜ୍ୟଗୁଡ଼ିକର ଦୁଇ ସଦସ୍ୟ ବିଶିଷ୍ଟ ଉଚ୍ଚସ୍ତରୀୟ ଦଳ ଜଣେ ଚିକିତ୍ସକ ଏବଂ ଜନସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କୁ ନେଇ ଗଠିତ । ଦଳଗୁଡିକ ତୁରନ୍ତ ରାଜ୍ୟ ଗସ୍ତ କରିବେ ଏବଂ COVID-19 ପରିଚାଳନାର ସାମଗ୍ରିକ କାର୍ଯ୍ୟକାରିତା ଉପରେ ନଜର ରଖିବେ । ବିଶେଷକରି ପରୀକ୍ଷଣ, ନିରୀକ୍ଷଣ ଏବଂ ଧାରଣ କାର୍ଯ୍ୟ ସହିତ କୋଭିଡର ଉପଯୁକ୍ତ ଆଚରଣ ଏବଂ ଏହାର କାର୍ଯ୍ୟକାରିତା, ହସ୍ପିଟାଲ ବେଡର ଉପଲବ୍ଧତା, ଆମ୍ବୁଲାନ୍ସ, ଭେଣ୍ଟିଲେଟର, ମେଡିକାଲ ଅକ୍ସିଜେନ ଇତ୍ୟାଦି ସହିତ ପର୍ଯ୍ୟାପ୍ତ ସାମଗ୍ରୀ ଏବଂ COVID-19 ଟିକାକରଣର ଅଗ୍ରଗତିକୁ ପରଖିବ କେନ୍ଦ୍ରୀୟ ଟିମ୍ ।
Also Read: ଜୁଲାଇ ୫ରୁ ଖୋଲିବ ସିନେମା ହଲ, ଗାଁରେ ଲାଗିବ Health ATM
ପରିସ୍ଥିତି ପରଖିବା ସହିତ ପ୍ରତିକାର କାର୍ଯ୍ୟ ପାଇଁ ମଧ୍ୟ ପରାମର୍ଶ ଦେବେ ଟିମ୍ । କେନ୍ଦ୍ରୀୟ ଦଳଗୁଡ଼ିକ ପରିସ୍ଥିତିର ଆକଳନ କରିବେ ଏବଂ ଜନସ୍ୱାସ୍ଥ୍ୟ କାର୍ଯ୍ୟକଳାପ ଉପରେ ପ୍ରତିକାର ବ୍ୟବସ୍ଥାକୁ ସମ୍ପୃକ୍ତ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେବେ । ଯାହାର ରିପୋର୍ଟ କପି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟକୁ ପ୍ରଦାନ କରାଯିବ।
ସେପଟେ ଗ୍ରାମାଞ୍ଚଳ ନୁହେଁ ସହରାଞ୍ଚଳ ପାଇଁ ଆଜି ଖୋର୍ଦ୍ଧା ଜିଲ୍ଲାରେ ଲକ୍ ଡାଉନ୍ (Lockdown) । ଭୁବନେଶ୍ବରକୁ ବାହାର ଜିଲ୍ଲାରୁ ଅଧିକ ଚଲାଚଳ ଥିବାରୁ ଖୋର୍ଦ୍ଧା ଜିଲ୍ଲାରେ ସଂକ୍ରମଣ ଅଧିକ ରହୁଛି । ସମାନ ସ୍ଥିତି ବି-କ୍ୟାଟାଗୋରୀରେ ଥିବା ଅନ୍ୟ ପ୍ରମୁଖ ଜିଲ୍ଲାର ।
Also Read: ରାଜ୍ୟରେ କେବେ କମିବ କୋରୋନା ସଂକ୍ରମଣ? ସରକାର ଦେଲେ ଏହି ଉତ୍ତର
ଏହାରି ଭିତରେ କିନ୍ତୁ ଭଲ ଖବର ହେଉଛି, ସାରା ରାଜ୍ୟର ଗ୍ରାମାଞ୍ଚଳରେ ସଂକ୍ରମଣ କମିଯାଇଛି । ସେପଟେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ସୂଚନା ମୁତାବକ ଡେଲଟା ପ୍ଲସ୍ ଭାରିଏଣ୍ଟ (Delta Plus Variant) ଅଧିକ ସଂକ୍ରାମକ ନୁହେଁ । ଯଦିଓ ବିଶ୍ବର ୧୧୦ଟି ଦେଶରେ ଏହି ଭୂତାଣୁ ଦେଖା ଦେଲାଣି । ହେଲେ ଏହା ବ୍ୟାପକ ଭାବରେ ମାଡ଼ି ନାହିଁ। ତେଣୁ ଆମ ଦେଶରେ ତୃତୀୟ ଲହର ଏକ ସମ୍ଭାବନା ହୋଇ ରହିଛି । ଏପରି ଏକ ଘଡିସନ୍ଧି ସମୟରେ କିନ୍ତୁ ଅଧିକ ସଂକ୍ରମିତ ଥିବା ୬ଟି ରାଜ୍ୟକୁ କେନ୍ଦ୍ର ସରକାର ବିଶେଷଜ୍ଞ ଟିମ୍ ପଠାଇଛନ୍ତି । ଏଥିରେ ଓଡ଼ିଶା ବି ରହିଛି ।