ଖଣି ଭରିଦେବ ରାଜକୋଷ !
Advertisement
Article Detail0/zeeodisha/odisha583641

ଖଣି ଭରିଦେବ ରାଜକୋଷ !

ଅକ୍ଟୋବର ୪ ତାରିଖରେ ୧୦ଟି ଲୁହାପଥର ଓ ମାଙ୍ଗାନିଜ ଖଣି ପାଇଁ ନିଲାମ ବିଜ୍ଞପ୍ତି ପ୍ରକାଶ ପାଇଛି । ନଭେମ୍ବର ୧୮ ତାରିଖ ଆବେଦନର ଶେଷ ତାରିଖ ରଖାଯାଇଛି । ଏସବୁ ଖଣିର ଜି-୨ ସର୍ଭେ ହୋଇଛି । ତେବେ ଆସନ୍ତୁ ଜାଣିବା ରାଜ୍ୟର ସମସ୍ତ ଖଣିର ବିବରଣୀ। 

ଖଣି ଭରିଦେବ ରାଜକୋଷ !

ଭୁବନେଶ୍ୱର: ଗନୁଆ ଲୁହାପଥର ଖଣି : ସୁନ୍ଦରଗଡ଼ ଜିଲ୍ଲାର କୋଇଡ଼ା ତହସିଲ ଅନ୍ତର୍ଗତ ଗନୁଆ ଓ ପାଟବେଡ଼ା ଗାଁରେ ଏହି ଖଣି ରହିଛି । ଏହା ମୋଟ ଏରିଆ ୮୮.୫୧ ହେକ୍ଟର । ପବନ କୁମାର ଆଲୁୱାଲିଆ ସଂସ୍ଥା ଏହାର ସର୍ଭେ କରିଥିବା ବେଳେ ଏଥିରେ ମୋଟ ୧୧୯.୨୦ ମେଟ୍ରିକ ଟନ୍ ଲୁହାପଥର ମହଜୁଦ୍ ରହିଛି । ଏହି ଖଣିରେ ଥିବା ଲୁହାପଥରର ଆନୁମାନିକ ମୂଲ୍ୟ ୨୨ହଜାର ୨୩୬ କୋଟି ଟଙ୍କା ବୋଲି ଆକଳନ କରାଯାଇଛି । ଖଣି କାର୍ଯ୍ୟକ୍ଷମ ହେଲେ ୫୦ବର୍ଷରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ମୋଟ ପ୍ରାୟ ୧୩ହଜାର ୬୧୫କୋଟି ଟଙ୍କାର ରାଜସ୍ୱ ପାଇବେ । ଖଣି ଅଂଚଳର ରାସ୍ତାଘାଟ, ବିଜୁଳି, ପିଇବା ପାଣି ଭଳି ଆବଶ୍ୟକତା ପୂରଣ ପାଇଁ ଉଦ୍ଦିଷ୍ଟ ଜିଲ୍ଲା ଖଣିଜ ପାଣ୍ଠିକୁ ପ୍ରାୟ ୩୩୪କୋଟି ଆସିବାର ସମ୍ଭାବନା ରହିଛି ।

ଜରିବାହାଲ ଲୁହାପଥର ଖଣି : କେନ୍ଦୁଝର ଜିଲ୍ଲାର ବଡ଼ବିଲ ତହସିଲ ଅନ୍ତର୍ଗତ ଜରିବାହାଲ ଓ ପଲାସା ଗାଁରେ ଏହି ଖଣି ରହିଛି । ଏହାର ମୋଟ ଏରିଆ ୧୦୭.୪୪ ହେକ୍ଟର । କୌଶିକ ଏଜେନ୍ସି ଏହାର ସର୍ଭେ କରିଥିବା ବେଳେ ଏଥିରେ ମୋଟ ୮.୧୫ ମେଟ୍ରିକ ଟନ୍ ଲୁହାପଥର ମହଜୁଦ୍ ରହିଛି । ଏହି ଖଣିରେ ଥିବା ଲୁହାପଥରର ଆନୁମାନିକ ମୂଲ୍ୟ ୧୫୨୨ କୋଟି ଟଙ୍କା ବୋଲି ଆକଳନ କରାଯାଇଛି । ଖଣି କାର୍ଯ୍ୟକ୍ଷମ ହେଲେ ୫ବର୍ଷରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ମୋଟ ପ୍ରାୟ ୯୩୨କୋଟି ଟଙ୍କାର ରାଜସ୍ୱ ପାଇବେ । ଖଣି ଅଂଚଳର ରାସ୍ତାଘାଟ, ବିଜୁଳି, ପିଇବା ପାଣି ଭଳି ଆବଶ୍ୟକତା ପୂରଣ ପାଇଁ ଉଦ୍ଦିଷ୍ଟ ଜିଲ୍ଲା ଖଣିଜ ପାଣ୍ଠିକୁ ପ୍ରାୟ ୨୨କୋଟି ୮୭ଲକ୍ଷ ଟଙ୍କା ଆସିବାର ସମ୍ଭାବନା ରହିଛି ।

ଜିଲିଙ୍ଗ-ଲଙ୍ଗାଲୋଟା ଲୁହାପଥର ଖଣି : କେନ୍ଦୁଝର ଜିଲ୍ଲାର ବଡ଼ବିଲ ତହସିଲ ଅନ୍ତର୍ଗତ ବାଂଶପାଣି ଓ ଜଜାଙ୍ଗ ଗାଁରେ ଏହି ଖଣି ରହିଛି । ଏହାର ମୋଟ ଏରିଆ ୪୫୬.୧୦ ହେକ୍ଟର । ଏସେଲ ମାଇନିଙ୍ଗ ଏହାର ସର୍ଭେ ଦାୟିତ୍ୱରେ ଥିବା ବେଳେ ଏଥିରେ ମୋଟ ୭୨.୮୪ ମେଟ୍ରିକ ଟନ୍ ଲୁହାପଥର ମହଜୁଦ୍ ରହିଛି । ଏହି ଖଣିରେ ଥିବା ଲୁହାପଥରର ଆନୁମାନିକ ମୂଲ୍ୟ ୧୩ହଜାର ୬୧୦ କୋଟି ଟଙ୍କା ବୋଲି ଆକଳନ କରାଯାଇଛି । ଖଣି କାର୍ଯ୍ୟକ୍ଷମ ହେଲେ ୫ବର୍ଷରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ମୋଟ ପ୍ରାୟ ୮ହଜାର ୩୩୪କୋଟି ଟଙ୍କାର ରାଜସ୍ୱ ପାଇବେ । ଖଣି ଅଂଚଳର ରାସ୍ତାଘାଟ, ବିଜୁଳି, ପିଇବା ପାଣି ଭଳି ଆବଶ୍ୟକତା ପୂରଣ ପାଇଁ ଉଦ୍ଦିଷ୍ଟ ଜିଲ୍ଲା ଖଣିଜ ପାଣ୍ଠିକୁ ପ୍ରାୟ ୨୦୪କୋଟି ୪୩ଲକ୍ଷ ଟଙ୍କା ଆସିବାର ସମ୍ଭାବନା ରହିଛି ।

ଜୁରୁଡ଼ି ଲୁହାପଥର ଖଣି : କେନ୍ଦୁଝର ଜିଲ୍ଲାର ବଡ଼ବିଲ ତହସିଲ ଅନ୍ତର୍ଗତ ଜୁରୁଡ଼ି ଗାଁରେ ଏହି ଖଣି ରହିଛି । ଏହାର ମୋଟ ଏରିଆ ୭୩.୪୧ ହେକ୍ଟର । କଳିଙ୍ଗ ମାଇନିଙ୍ଗ କର୍ପୋରେସନ ଏହାର ସର୍ଭେ କରିଥିବା ବେଳେ ଏଥିରେ ମୋଟ ୨.୬୯ ମେଟ୍ରିକ ଟନ୍ ଲୁହାପଥର ମହଜୁଦ୍ ରହିଛି । ଏହି ଖଣିରେ ଥିବା ଲୁହାପଥରର ଆନୁମାନିକ ମୂଲ୍ୟ ୫୦୨ କୋଟି ୬୩ଲକ୍ଷ ଟଙ୍କା ବୋଲି ଆକଳନ କରାଯାଇଛି । ଖଣି କାର୍ଯ୍ୟକ୍ଷମ ହେଲେ ୫ବର୍ଷରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ମୋଟ ପ୍ରାୟ ୩୦୭କୋଟି ଟଙ୍କାର ରାଜସ୍ୱ ପାଇବେ । ଖଣି ଅଂଚଳର ରାସ୍ତାଘାଟ, ବିଜୁଳି, ପିଇବା ପାଣି ଭଳି ଆବଶ୍ୟକତା ପୂରଣ ପାଇଁ ଉଦ୍ଦିଷ୍ଟ ଜିଲ୍ଲା ଖଣିଜ ପାଣ୍ଠିକୁ ପ୍ରାୟ ୭କୋଟି ୫୪ଲକ୍ଷ ଟଙ୍କା ଆସିବାର ସମ୍ଭାବନା ରହିଛି ।

ମହୁଲଶୁଖା ଲୁହାପଥର ଓ ମାଙ୍ଗାନିଜ୍ ଖଣି : ସୁନ୍ଦରଗଡ଼ ଜିଲ୍ଲାର ଲହୁଡ଼ିପଡ଼ା ତହସିଲ ଅନ୍ତର୍ଗତ ରନ୍ଦା, ରନ୍ଥା ଓ ଭୁତୁଡ଼ା ଗାଁରେ ଏହି ଖଣି ରହିଛି । ଏହାର ମୋଟ ଏରିଆ ୩୯୯.୮୩ ହେକ୍ଟର । ଏସିସି ଲିମିଟେଡ଼ ଓ ଓରୱିନ୍ ଇଂଜିନିୟିରିଙ୍ଗ ଏହାର ସର୍ଭେ କରିଥିବା ବେଳେ ଏଥିରେ ମୋଟ ୭.୩୧ ମେଟ୍ରିକ ଟନ୍ ଲୁହାପଥର ଓ ୩୨.୮୧ ମେଟ୍ରିକ ଟନ୍ ପରିମାଣର ମାଙ୍ଗାନିଜ୍ ମହଜୁଦ୍ ରହିଛି । ଏହି ଖଣିରେ ଥିବା ଖଣିଜପଦାର୍ଥରର ଆନୁମାନିକ ମୂଲ୍ୟ ୭ହଜାର ୪୯୭ କୋଟି ଟଙ୍କା ବୋଲି ଆକଳନ କରାଯାଇଛି । ଖଣି କାର୍ଯ୍ୟକ୍ଷମ ହେଲେ ୫ବର୍ଷରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ମୋଟ ପ୍ରାୟ ୪ହଜାର ୫୯୦କୋଟି ଟଙ୍କାର ରାଜସ୍ୱ ପାଇବେ । ଖଣି ଅଂଚଳର ରାସ୍ତାଘାଟ, ବିଜୁଳି, ପିଇବା ପାଣି ଭଳି ଆବଶ୍ୟକତା ପୂରଣ ପାଇଁ ଉଦ୍ଦିଷ୍ଟ ଜିଲ୍ଲା ଖଣିଜ ପାଣ୍ଠିକୁ ପ୍ରାୟ ୧୧୨କୋଟି ୬୦ଲକ୍ଷ ଟଙ୍କା ଆସିବାର ସମ୍ଭାବନା ରହିଛି ।

ନାରାୟଣପୋଶୀ ଲୁହାପଥର ଓ ମାଙ୍ଗାନିଜ୍ ଖଣି : ସୁନ୍ଦରଗଡ଼ ଜିଲ୍ଲାର କୋଇଡ଼ା ତହସିଲ ଅନ୍ତର୍ଗତ କୋଇଡ଼ା, କାଶିରା, କାଠମାଳା ଗାଁରେ ଏହି ଖଣି ରହିଛି । ଏହାର ମୋଟ ଏରିଆ ୩୪୭ ହେକ୍ଟର । ଏସିସି ଲିମିଟେଡ଼ ଓ ଓରୱିନ୍ ଇଂଜିନିୟିରିଙ୍ଗ ଏହାର ସର୍ଭେ କରିଥିବା ବେଳେ ଏଥିରେ ମୋଟ ୧୮୭.୬୫ ମେଟ୍ରିକ ଟନ୍ ଲୁହାପଥର ଓ ୫.୪୭ ମେଟ୍ରିକ ଟନ୍ ପରିମାଣର ମାଙ୍ଗାନିଜ୍ ମହଜୁଦ୍ ରହିଛି । ଏହି ଖଣିରେ ଥିବା ଖଣିଜପଦାର୍ଥରର ଆନୁମାନିକ ମୂଲ୍ୟ ୩୬ହଜାର ୭୭ କୋଟି ଟଙ୍କା ବୋଲି ଆକଳନ କରାଯାଇଛି । ଖଣି କାର୍ଯ୍ୟକ୍ଷମ ହେଲେ ୫ବର୍ଷରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ମୋଟ ପ୍ରାୟ ୨୨ହଜାର ୯୦କୋଟି ଟଙ୍କାର ରାଜସ୍ୱ ପାଇବେ । ଖଣି ଅଂଚଳର ରାସ୍ତାଘାଟ, ବିଜୁଳି, ପିଇବା ପାଣି ଭଳି ଆବଶ୍ୟକତା ପୂରଣ ପାଇଁ ଉଦ୍ଦିଷ୍ଟ ଜିଲ୍ଲା ଖଣିଜ ପାଣ୍ଠିକୁ ପ୍ରାୟ ୫୪୧କୋଟି ୮୭ଲକ୍ଷ ଟଙ୍କା ଆସିବାର ସମ୍ଭାବନା ରହିଛି ।

ନୂଆଗାଁ ଲୁହାପଥର ଖଣି : କେନ୍ଦୁଝର ଜିଲ୍ଲାର ବଡ଼ବିଲ ତହସିଲ ଅନ୍ତର୍ଗତ ନୂଆଗାଁ, ଗୁଆଳି, କାଟସାହି ଗାଁରେ ଏହି ଖଣି ରହିଛି । ଏହାର ମୋଟ ଏରିଆ ୭୭୬.୯୭ ହେକ୍ଟର । କେଜେଏସ୍ ଆଲୁୱାଲିଆ ସଂସ୍ଥା ଏହାର ସର୍ଭେ କରିଥିବା ବେଳେ ଏଥିରେ ମୋଟ ୭୮୯ ମେଟ୍ରିକ ଟନ୍ ଲୁହାପଥର ମହଜୁଦ୍ ରହିଛି । ଏହି ଖଣିରେ ଥିବା ଲୁହାପଥରର ଆନୁମାନିକ ମୂଲ୍ୟ ୧ଲକ୍ଷ ୪୭ହଜାର ୪୩୩ କୋଟି  ଟଙ୍କା ବୋଲି ଆକଳନ କରାଯାଇଛି । ଖଣି କାର୍ଯ୍ୟକ୍ଷମ ହେଲେ ୫ବର୍ଷରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ମୋଟ ପ୍ରାୟ ୯୦ହଜାର ୨୭୨କୋଟି ଟଙ୍କାର ରାଜସ୍ୱ ପାଇବେ । ଖଣି ଅଂଚଳର ରାସ୍ତାଘାଟ, ବିଜୁଳି, ପିଇବା ପାଣି ଭଳି ଆବଶ୍ୟକତା ପୂରଣ ପାଇଁ ଉଦ୍ଦିଷ୍ଟ ଜିଲ୍ଲା ଖଣିଜ ପାଣ୍ଠିକୁ ପ୍ରାୟ ୨ହଜାର ୨୧୪କୋଟି ଟଙ୍କା ଆସିବାର ସମ୍ଭାବନା ରହିଛି ।

ରୋଇଡ଼ା-୨ ଲୁହାପଥର ଖଣି : କେନ୍ଦୁଝର ଜିଲ୍ଲାର ବଡ଼ବିଲ ତହସିଲ ଅନ୍ତର୍ଗତ ତୋନ୍ତୋ, ସିଦ୍ଧମଠ ଗାଁରେ ଏହି ଖଣି ରହିଛି । ଏହାର ମୋଟ ଏରିଆ ୭୪.୭୦ ହେକ୍ଟର । ଏସ୍ପିଏସ୍ ଜିଓ ମାଇନିଙ୍ଗ  ସଂସ୍ଥା ଏହାର ସର୍ଭେ କରିଥିବା ବେଳେ ଏଥିରେ ମୋଟ ୨୭.୧୮ ମେଟ୍ରିକ ଟନ୍ ଲୁହାପଥର ମହଜୁଦ୍ ରହିଛି । ଏହି ଖଣିରେ ଥିବା ଲୁହାପଥରର ଆନୁମାନିକ ମୂଲ୍ୟ ୫ହଜାର ୭୮ କୋଟି  ଟଙ୍କା ବୋଲି ଆକଳନ କରାଯାଇଛି । ଖଣି କାର୍ଯ୍ୟକ୍ଷମ ହେଲେ ୫ବର୍ଷରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ମୋଟ ପ୍ରାୟ ୩ହଜାର ୧୦୯କୋଟି ଟଙ୍କାର ରାଜସ୍ୱ ପାଇବେ । ଖଣି ଅଂଚଳର ରାସ୍ତାଘାଟ, ବିଜୁଳି, ପିଇବା ପାଣି ଭଳି ଆବଶ୍ୟକତା ପୂରଣ ପାଇଁ ଉଦ୍ଦିଷ୍ଟ ଜିଲ୍ଲା ଖଣିଜ ପାଣ୍ଠିକୁ ପ୍ରାୟ ୭୬କୋଟି ୨୬ଲକ୍ଷଟଙ୍କା ଆସିବାର ସମ୍ଭାବନା ରହିଛି ।