ଏଣିକି ଫ୍ଲିପ୍ କାର୍ଟରେ ମିଳିବ ବୟନିକା ହସ୍ତତନ୍ତ ସାମଗ୍ରୀ
Advertisement
Article Detail0/zeeodisha/odisha603663

ଏଣିକି ଫ୍ଲିପ୍ କାର୍ଟରେ ମିଳିବ ବୟନିକା ହସ୍ତତନ୍ତ ସାମଗ୍ରୀ

ହସ୍ତତନ୍ତ ବୟନ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ଫ୍ଲିପ୍ କାର୍ଟ ସହ ଚୁକ୍ତି ସ୍ୱାକ୍ଷରିତ ହୋଇଛି । ଆସନ୍ତା ୨ ମାସ ଭିତରେ ଅନଲାଇନରେ ଏହା ଉପଲବ୍ଧ ହୋଇ ହେବ । ଏହା ଦ୍ୱାରା ବିଶ୍ୱର କୋଣ ଅନୁକୋଣରେ ଥିବା ବୟନିକା ପ୍ରେମୀ ଏହି ସବୁ ଦେଶୀ ବସ୍ତ୍ର ସାମଗ୍ରୀ ପାଇପାରିବେ ।

ଏଣିକି ଫ୍ଲିପ୍ କାର୍ଟରେ ମିଳିବ ବୟନିକା ହସ୍ତତନ୍ତ ସାମଗ୍ରୀ

ଭୁବନେଶ୍ୱର: ଏଣିକି ଫ୍ଲିପ୍ କାର୍ଟରେ ମିଳିବ ଆପଣଙ୍କ ଅତି ପ୍ରିୟ ବୟନିକା ସାମଗ୍ରୀ । ଶାଢୀ, କପଡା, ଡ୍ରେସ୍, କୁର୍ତ୍ତା ସମେତ ସମସ୍ତ ପାରମ୍ପରିକ ବସ୍ତ୍ର ଅନ୍ ଲାଇନରେ ମଳିବି । ଖାସ୍ କରି ଓଡିଶାର ବିଭିନ୍ନ ପ୍ରାନ୍ତର ପ୍ରସିଦ୍ଧ ଥିବା ବୁଣାକାର ସାମଗ୍ରୀ ଯେପରି ସମ୍ବଲପୁରୀ ଶାଢୀ, କପଡା, ବୋମକାଇ ବୁଣା, ବାନ୍ଧ ଶାଢୀ ଇତ୍ୟାଦି । ଯେଉଁ ସବୁ ସାମଗ୍ରୀ କିଣିବା ପାଇଁ ଆପଣଙ୍କୁ ବିଭିନ୍ନ ଜିଲ୍ଲା ଯିବାକୁ ପଡୁଥିବା ତାହା ଏବେ ଆପଣଙ୍କ ହାତ ମୁଠାରେ ।

ଏ ନେଇ ହସ୍ତତନ୍ତ ବୟନ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ଫ୍ଲିପ୍ କାର୍ଟ ସହ ଚୁକ୍ତି ସ୍ୱାକ୍ଷରିତ ହୋଇଛି । ଆସନ୍ତା ୨ ମାସ ଭିତରେ ଅନଲାଇନରେ ଏହା ଉପଲବ୍ଧ ହୋଇ ହେବ । ଏହା ଦ୍ୱାରା ବିଶ୍ୱର କୋଣ ଅନୁକୋଣରେ ଥିବା ବୟନିକା ପ୍ରେମୀ ଏହି ସବୁ ଦେଶୀ ବସ୍ତ୍ର ସାମଗ୍ରୀ ପାଇପାରିବେ ।

ସେପଟେ ସାରା ରାଜ୍ୟରେ ଥିବା ବୟନିକାର ଆଉଟଲେଟ କାଉଣ୍ଟରକୁ ଅନଲାଇନ ଭାବେ ସଂଯୋଗ କରାଯାଇଛି । ସ୍ୟାପ୍ ସିଷ୍ଟମ ଦ୍ୱାରା ସମସ୍ତ କାଉଣ୍ଟରର ଆକାଉଣ୍ଟକୁ ଏକକୀକରଣ କରାଯାଇଛି । ଏହା ଦ୍ୱାରା ଗୋଟିଏ ସ୍ଥାନରେ ବସି ସାରା ରାଜ୍ୟର ବିକ୍ରି ବଟା ସମେତ, ଷ୍ଟକ, ହିସାବ, ଲାଭକ୍ଷତି ଉପରେ ନଜର ରଖି ହେବ ବୋଲି ବିଭାଗ କହିଛି । ଏହି ଦୁଇଟି ବ୍ୟବସ୍ଥାକୁ ଆଜି ଅର୍ଥାତ ଶନିବାର ଉଦଘାଟନ କରିଛନ୍ତି ବିଭାଗୀୟ ମନ୍ତ୍ରୀ ପଦ୍ମୀନୀ ଦିଆନ ।