ରାଜ୍ୟ ସରକାରଙ୍କ ମହାନଦୀ ଚିନ୍ତା
Advertisement
Article Detail0/zeeodisha/odisha618422

ରାଜ୍ୟ ସରକାରଙ୍କ ମହାନଦୀ ଚିନ୍ତା

ମହାନଦୀର ଉପରମୁଣ୍ଡରେ ଛତିଶଗଡ ବ୍ୟାରେଜ କରି ସାରିଥିବାବେଳେ ଆମେ କରିପାରି ନାହୁଁ ବୋଲି କହିଛନ୍ତି ଖୋଦ୍ ଜଳସଂପଦ ମନ୍ତ୍ରୀ ରଘୁନନ୍ଦନ ​ଦାସ 

ରାଜ୍ୟ ସରକାରଙ୍କ ମହାନଦୀ ଚିନ୍ତା

ଭୁବନେଶ୍ୱର: ​ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ସବୁବେଳେ ଦୋଷ ଦେଇ ଆସୁଥିବା ରାଜ୍ୟ ସରକାର ଏବେ ନିଜ ଦୁର୍ବଳତାକୁ ସ୍ୱୀକାର କରିଛନ୍ତି । ମହାନଦୀର ଉପରମୁଣ୍ଡରେ ଛତିଶଗଡ ବ୍ୟାରେଜ କରି ସାରିଥିବାବେଳେ ଆମେ କରିପାରି ନାହୁଁ ବୋଲି କହିଛନ୍ତି ଖୋଦ୍ ଜଳସଂପଦ ମନ୍ତ୍ରୀ ରଘୁନନ୍ଦନ ​ଦାସ । ଏହା ଏକ ଦୁର୍ବଳତା ଏବଂ ଏହାକୁ ଦୂର କରି ଇନଷ୍ଟ୍ରିମ ବ୍ୟାରେଜ ନିର୍ମାଣ କରି ଜଳସଂରକ୍ଷଣ କ୍ଷମତା ବଢାଇବାରେ କୃତକାର୍ଯ୍ୟ ହେଲେ ଓଡିଶା ତାର ନ୍ୟାୟ ପାଇପାରିବ ବୋଲି କହିଛନ୍ତି ମନ୍ତ୍ରୀ । ମନ୍ତ୍ରୀଙ୍କ ଏଭଳି ମନ୍ତବ୍ୟ ପରେ ବିରୋଧୀ ସରକାରଙ୍କୁ ତୀବ୍ର ଆକ୍ରମଣ କରିଛନ୍ତି । ତେବେ ଗତକାଲି ଏହି ପ୍ରସଙ୍ଗରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ବିବାଦୀୟ ବୟାନ ପରେ, ଏପଟେ ଆରମ୍ଭ ହୋଇଯାଇଛି ରାଜନୈତିକ ବାକଯୁଦ୍ଧ ।

ମହାନଦୀ ମାମଲା ଏବେ ଟ୍ରିବୁନାଲରେ ଥିବାବେଳେ କେବେ ରାୟ ଆସିବ ତାହାକୁ ଓଡ଼ିଶାବାସୀ ଚାହିଁ ରହିଛନ୍ତି । ପୂର୍ବରୁ ଆପୋଷ ବୁଝାମଣା ପାଇଁ ଉଦ୍ୟମ ହୋଇଥିଲେ ବି ତାହା ଫେଲ୍ ମାରିଛି । ଓଡ଼ିଶା ନିଜର ହକ୍ ପାଇବାକୁ ହେଲେ ମହାନଦୀ ତଳ ମୁଣ୍ଡରେ ଅନେକ ବ୍ୟାରେଜ କରିବାର ଆବଶ୍ୟକତା ରହିଛି । ଯ଼ାହା ପାନୀୟ ଜଳ ସହ ଜଳ ବିଦ୍ୟୁତ, ଶିଳ୍ପ ଏବଂ ଚାଷୀଙ୍କୁ ଅନେକାଶଂରେ ଫାଇଦା ଦେଇପାରିବ ।