ଶେଷ ହେଲା ବିଧାନସଭା ଶୀତ ଅଧିବେଶନ, ଅନିର୍ଦ୍ଦିଷ୍ଟ କାଳ ପାଇଁ ଗୃହ ମୁଲତବୀ
Advertisement

ଶେଷ ହେଲା ବିଧାନସଭା ଶୀତ ଅଧିବେଶନ, ଅନିର୍ଦ୍ଦିଷ୍ଟ କାଳ ପାଇଁ ଗୃହ ମୁଲତବୀ

ବିଧାନସଭା ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ । ଅବଧି ପୂର୍ବରୁ ଶେଷ ହେଲା ଶୀତକାଳୀନ ଅଧିବେଶନ । 21 ଦିନ ପୂର୍ବରୁ ସରିଲା ଏହି ଅଧିବେଶନ । ଏଥିରେ ସର୍ବମୋଟ 13 ଟି କାର୍ଯ୍ୟ ଦିବସ ଥିଲା । 

ଶେଷ ହେଲା ବିଧାନସଭା ଶୀତ ଅଧିବେଶନ, ଅନିର୍ଦ୍ଦିଷ୍ଟ କାଳ ପାଇଁ ଗୃହ ମୁଲତବୀ

ଭୁବନେଶ୍ୱର: ବିଧାନସଭା ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ । ଅବଧି ପୂର୍ବରୁ ଶେଷ ହେଲା ଶୀତକାଳୀନ ଅଧିବେଶନ । ୨୧ ଦିନ ପୂର୍ବରୁ ସରିଲା ଏହି ଅଧିବେଶନ । ଏଥିରେ ସର୍ବମୋଟ ୧୩ଟି କାର୍ଯ୍ୟ ଦିବସ ଥିଲା । ୧୩୨୬ଟି ତାରକା ପ୍ରଶ୍ନ ଓ ୧୬୩୬ଟି ଅଣତାରକା ପ୍ରଶ୍ନ ରହିଥିଲା ।

ସେହିପରି ୧୩ ମୁଲତବୀ ପ୍ରସ୍ତାବ ଆସିଥିବା ବେଳେ ୫ଟି ଉପରେ ଆଲୋଚନା ହୋଇଛି । ଏହି ଅଧିବେଶନରେ ସର୍ବମୋଟ ୫ଟି ବିଲ ପାରିତ ହୋଇଛି । ନଭେମ୍ବର ୧୩ ତାରିଖରୁ ଅଧିବେଶନ ଆରମ୍ଭ ହୋଇ ଡିସେମ୍ବର ୧୯ ପର୍ଯ୍ୟନ୍ତ ଗୃହ ଚାଲିବାକୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । କିନ୍ତୁ ସରକାରୀ କାର୍ଯ୍ୟ ନଥିବା ହେତୁ ଆଗୁଆ ବନ୍ଦ କରାଯାଇଛି ।

ଦୁଇଟି ବିଭାଗର ସିଏଜି ରିପୋର୍ଟ ଉପସ୍ଥାପନ ହୋଇଛି । ଏହାସହ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ପ୍ରଥମ ଅତିରିକ୍ତ ବଜେଟ ଆଗତ ହେଇଛି । ସେହିପରି ୩୧ଟି ଧ୍ୟାନ ଆକର୍ଷଣ ନୋଟିସ ଥିବାବେଳେ ୩ଟି ଉପରେ ଆଲୋଚନା ହୋଇଛି । ସେପଟେ ସରକାର ଜାଣିଶୁଣି ଗୃହକୁ ବନ୍ଦ କରିଛନ୍ତି । ପୂରା ଅଧିବେଶନ ଚାଲିଥିଲେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥାନ୍ତା । ହେଲେ ସରକାର ଜାଣିଶୁଣି ବନ୍ଦ କରିଥିବା ବିରୋଧୀ କହିଛନ୍ତି ।