Odisha Budget 2023: ଆଗତ ହେଲା ୨୦୨୩-୨୪ ବଜେଟ, କେଉଁ ବିଭାଗକୁ ହେଲେ କେତେ ଟଙ୍କା ଆବଣ୍ଟନ?
Advertisement
Article Detail0/zeeodisha/odisha1585123

Odisha Budget 2023: ଆଗତ ହେଲା ୨୦୨୩-୨୪ ବଜେଟ, କେଉଁ ବିଭାଗକୁ ହେଲେ କେତେ ଟଙ୍କା ଆବଣ୍ଟନ?

Odisha Budget Allocation: ୨୦୨୩-୨୪ ବର୍ଷ ଲାଗି ରାଜ୍ୟ ବଜେଟ ଆଗତ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ। ଏଥର ବଜେଟ ବ୍ୟୟ ଅଟ୍ଟକଳ ୨.୩୦ ଲକ୍ଷ କୋଟି ଟଙ୍କା ରହିଛି।

Odisha Budget 2023: ଆଗତ ହେଲା ୨୦୨୩-୨୪ ବଜେଟ, କେଉଁ ବିଭାଗକୁ ହେଲେ କେତେ ଟଙ୍କା ଆବଣ୍ଟନ?

Odisha Budget 2023-24 Allocation: ୨୦୨୩-୨୪ ବର୍ଷ ଲାଗି ରାଜ୍ୟ ବଜେଟ ଆଗତ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ। ଏଥର ସ୍ୱାସ୍ଥ୍ୟ ବଜେଟ୍ ପାଇଁ ଆବଣ୍ଟନ ୧୬ ହଜାର କୋଟି ଟଙ୍କା ଅତିକ୍ରମ କରିଛି। ଯାହା ୨୦୨୨-୨୩ ତୁଳନାରେ ୨୭% ବୃଦ୍ଧି ହୋଇଛି। ପ୍ରାୟ ୩୪% ସର୍ବାଧିକ ବୃଦ୍ଧି ସହିତ କ୍ରୀଡା ଏବଂ ଅନ୍ୟାନ୍ୟ ଭିତ୍ତିଭୂମି ସୁବିଧା ଯଥା ସଡ଼କ, ବ୍ରିଜ୍, ବିମାନବନ୍ଦର ଏବଂ ରେଳପଥ ଲାଗି ଯଥାକ୍ରମେ ୧୯ ହଜାର ୪୫୨ କୋଟି ଏବଂ ଏହି କ୍ଷେତ୍ର ପାଇଁ ୧୨୧୭ କୋଟି ଟଙ୍କା ଆବଣ୍ଟିତ କରାଯାଇଛି। ସେହିପରି ଶିକ୍ଷା ଏବଂ ଦକ୍ଷତା ଲାଗି ୩୦ ହଜାର ୩୦ କୋଟି ଏବଂ ମିଶନ ଶକ୍ତି ୬୨୨୪ କୋଟି ଟଙ୍କା ଆବଣ୍ଟିତ କରାଯାଇଛି।

ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୧୬ ନୂତନ ଇନଷ୍ଟ୍ରିମ୍ ଷ୍ଟୋରେଜ୍ ପ୍ରୋଜେକ୍ଟ ସ୍ଥାପନ ପାଇଁ ୮୫୪ କୋଟି ଏବଂ ପାର୍ବତୀ ଗିରି ମେଗା ଲିଫ୍ଟ ଜଳସେଚନ ପ୍ରକଳ୍ପ ପାଇଁ ୫୦୦ କୋଟି ଟଙ୍କା ଆବଣ୍ଟିତ କରିଛନ୍ତି। ସେହିଭଳି ୨୦୨୫-୨୬ ପର୍ଯ୍ୟନ୍ତ ବିଜୁ କୃଷକ ବିକାଶ ଯୋଜନା ଅଧୀନ ୧ ଲକ୍ଷ ଅତିରିକ୍ତ ଗଭୀର ନଳକୂଅ ସ୍ଥାପନ ପାଇଁ ୪୧୯୮ କୋଟି ଟଙ୍କା, ୧୫୦୦ ଉଠା ଜଳଳସେଚନ ପ୍ରକଳ୍ପ ପାଇଁ ୪୦୦ କୋଟି ଟଙ୍କା ଏବଂ ଅବ୍ୟବହୃତ ଉଠା ଜଳସେଚନ ପ୍ରକଳ୍ପ ନବୀକରଣ ପାଇଁ ୧୯୧ କୋଟି ଟଙ୍କା ଆବଣ୍ଟିତ ହୋଇଥିବାବେଳେ କାଳିଆ ଯୋଜନା ପାଇଁ ୧୮୭୯ କୋଟି ଟଙ୍କା ଆବଣ୍ଟିତ କରାଯାଇଛି। ନୂତନ ପଦକ୍ଷେପ ମଧ୍ୟରେ ଧାନ କ୍ରୟ ପାଇଁ ୨୦୦୦ କୋଟି ଟଙ୍କା ଆବଣ୍ଟନ କରାଯାଇଛି।

ବଜେଟ ୨୦୨୩: କେଉଁ କ୍ଷେତ୍ର ଲାଗି ଆବଣ୍ଟିତ ହେଲା କେତେ କୋଟି?
ସ୍ୱାସ୍ଥ୍ୟ:  ୧୬ ହଜାର ୪୮ କୋଟି
ପାନୀୟ ଜଳ ଯୋଗାଣ: ୧୩ ହଜାର ୨୧୫ କୋଟି
କୃଷି ଏବଂ ସମ୍ବନ୍ଧିତ ବିଭାଗ:  ୨୪ ହଜାର ୮୨୯ କୋଟି
ରାସ୍ତା, ରେଳପଥ, ବିମାନ ବନ୍ଦର ବିକାଶ ପାଇଁ: ୧୯ ହଜାର ୪୫୨ କୋଟି
ସହରାଞ୍ଚଳ ବିକାଶ: ୭୯୧୯ କୋଟି 
କ୍ରୀଡ଼: ୧୨୧୭ କୋଟି
ମିଶନ ଶକ୍ତି: ୬୨୨୪ କୋଟି
ଶକ୍ତି ବିଭାଗ: ୫୯୫୪ କୋଟି
ଏମଏସଏମଇ: ୧୩୮୫ କୋଟି
ପର୍ଯ୍ୟଟନ: ୬୮୦ କୋଟି
ଗୃହ: ୫୯୫୪ କୋଟି
ଉଚ୍ଚଶିକ୍ଷା: ୩୧୭୨ କୋଟି
ରାଜସ୍ୱ ଏବଂ ବିପର୍ଯ୍ୟୟ ପ୍ରଶମନ: ୩୭୬୪ କୋଟି
ଭାଷା, ସାହିତ୍ୟ ଏବଂ ସଂସ୍କୃତି: ୨୦୦ କୋଟି
ମତ୍ସ୍ୟ ଏବଂ ପଶୁ ସମ୍ପଦ: ୧୭୬୯ କୋଟି 
ଆଭ୍ୟନ୍ତରୀଣ ସୁରକ୍ଷା: ୮୧୩୦ କୋଟି
ହସ୍ତତନ୍ତ: ୨୧୯ କୋଟି
ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା: ୩୫୬ କୋଟି
ଶିକ୍ଷା ଏବଂ ଦକ୍ଷତା ବିକାଶ: ୩୦ ହଜାର ୩୦ କୋଟି
ଅନୁସୂଚିତ ଜାତି ଏବଂ ଜନଜାତି ବିକାଶ: ୩୮ ହଜାର ୪୩୭ 
କାଳିଆ ଯୋଜନା: ୧୮୭୯ କୋଟି
ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା: ୨୩୮୦ କୋଟି
ଟଙ୍କିକିଆ ଚାଉଳ: ୧୦୩୫ କୋଟି
ବସୁଧା: ୪୭୫୦ କୋଟି
ପ୍ରଧାନମନ୍ତ୍ରୀ ଆୱାସ ଯୋଜନା: ୫୯୩୪ କୋଟି
ମିଲେଟ ମିଶନ: ୪୯୭ କୋଟି
ମୋ ସ୍କୁଲ ଅଭିଯାନ: ୮୦୫ କୋଟି