ଭୁବନେଶ୍ୱର: ରାଜ୍ୟରେ କୋରୋନା ସଂକ୍ରମଣର ନିୟନ୍ତ୍ରୀତ ଥିଲେ ମଧ୍ୟ ଗ୍ରାଫ ଅସନ୍ତୁଳିତ ଅବସ୍ଥାରେ ରହିଛି। ମୃତ୍ୟୁ ସଂଖ୍ୟା ମଧ୍ୟ ଏକ ପ୍ରକାରର ସ୍ଥିର ହୋଇଯାଇଛିଯ। କିନ୍ତୁ ରାଜଧାନୀ ଭୁବନେଶ୍ୱରରେ ମହାମାରୀ ଲଗାମଛଡା ହୋଇଛି। ଯାହାକୁ ନେଇ ସ୍ୱାସ୍ଥ୍ୟ ବିଭାଗ ଚିନ୍ତା ପ୍ରକଟ କରିଛି। 


COMMERCIAL BREAK
SCROLL TO CONTINUE READING

ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ଯେ, ରାଜ୍ୟରେ ଚିହ୍ନଟ ହେଉଥିବା ଦୈନିକ କୋରୋନା ସଂକ୍ରମଣର ୪୦ ପ୍ରତିଶତ କେବଳ ଭୁବନେଶ୍ୱରରୁ ଆସୁଛି। ପାର୍ବଣ ସମୟରେ ଗହଳି ନ କରିବା ପାଇଁ ଆମେ ଲୋକମାନଙ୍କୁ ସଚେତନ କରାଇବା ସତ୍ତ୍ୱେ ହାଟ ଓ ବଜାରରେ ପ୍ରବଳ ଭିଡ ଦେଖିବାକୁ ମିଳୁଛି। ଏହା ଦ୍ୱାରା ପୁଣି ଥରେ ସଂକ୍ରମଣ ବଢିବାର ସମ୍ଭାବନା ଦେଖା ଯାଉଛି। 


Also Read: LPG subsidyକୁ ନେଇ ସରକାର କରୁଛନ୍ତି ବଡ଼ ଯୋଜନା! ଜାଣନ୍ତୁ କାହା ଖାତାକୁ ଆସିବ ଟଙ୍କା


ରବିବାର ଭୁବନେଶ୍ୱରରେ ସଂକ୍ରମଣ ଉପର ମୁହାଁ ହୋଇଥିବାର ନଜିର ସାମ୍ନାକୁ ଆସିଛି। ମାତ୍ର ଏପରି ସ୍ଥିତିରେ ଲୋକମାନେ ସଚେତନ ହେଉ ନଥିବାରୁ କମିଶନରେଟ ପୋଲିସକୁ କଟକଣା ବଢ଼ାଇବା ପାଇଁ କୁହାଯାଇଛି। କିପରି ଲୋକମାନେ ବାହାରେ ଗହଳି ନ କରିବେ, ଭିଡ଼କୁ ରୋକି ହେବ ସେ ନେଇ ପ୍ଲାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ବାଦ ଲୋକମାନଙ୍କୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସଚେତନ କରାଯିବା ସହ ବାହାରେ ଅଯଥା ଗହଳି ନ କରିବା ପାଇଁ ନିବେଦନ କରାଯାଇଛି।


ସେପଟେ ପ୍ରତିବର୍ଷ ଶୀତ ଋତୁ ଆରମ୍ଭରୁ ପିଲାଙ୍କ ଦେହରେ ଭାଇରାଲ ଫିଭର ହୋଇଥାଏ। ଯେହେତୁ କିଛି ଦିନ ପୂର୍ବରୁ ବର୍ଷା ହେଉଥିଲା ଫଳରେ ଏବେ ଅଧିକା ଥଣ୍ଡା ଜ୍ଵର ହେଉଛି। ଏହି ସମୟରେ ଶିଶୁଙ୍କ ଅଧିକ ଯତ୍ନ ନେବାର ଆବଶ୍ୟକତା ରହିଛି। ଏହା ସହ କୋଭିଡ ତୃତୀୟ ଲହରକୁ ନେଇ ଏ ଯାଏଁ କୌଣସି ସ୍ପଷ୍ଟ ଚିତ୍ର ଆସି ନ ଥିବାରୁ ଏହାକୁ ଆମେ ତୃତୀୟ ଲହର କହିବା ଠିକ୍ ହେବନାହିଁ। ପରିବାରର ମୁଖ୍ୟମାନେ ଅନେକ ସମୟରେ ବାହାରକୁ ଆସୁଛନ୍ତି। କିନ୍ତୁ କୋରୋନା କଟକଣା ପାଳନ କରୁନାହାନ୍ତି। ଫଳରେ ଏହା ଶିଶୁଙ୍କୁ ସଂକ୍ରମିତ କରୁଛି ବୋଲି ଡିଏମଇଟି, ସିବିକେ ମହାନ୍ତି କହିଛନ୍ତି।


Also Read: ସ୍ୱରା ଭାସ୍କର 'ଅନଲାଇନ୍ ଯୌନ ଉତ୍ପୀଡନ'ର ଶିକାର; ଭିଡିଓ ଭାଇରାଲ, ଦିଲ୍ଲୀରେ FIR


ସୂଚନାଯୋଗ୍ୟ, ରାଜ୍ୟରେ ଦିନକରେ ଆଉ ୪୪୮ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଂଗରୋଧରୁ ୨୫୯ ଓ ସ୍ଥାନୀୟ ଅଞ୍ଚଳରୁ ୧୮୯ ରୋଗୀ ବାହାରିଛନ୍ତି। ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୫୯ ଜଣ ୧୮ ବର୍ଷରୁ କମ୍‌ ବୟସର ପିଲା ଅଛନ୍ତି। ଗତ ୨୬  ଘଣ୍ଟାରେ ୬ ଜଣଙ୍କ ଜୀବନ ମଧ୍ୟ ଯାଇଛି। ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ୩୨ ହଜାର ୧୪୪କୁ ବୃଦ୍ଧି ପାଇଛି। ଏବେ ୫ ହଜାର ୮୭ ଜଣ କୋଭିଡ ରୋଗୀ ଚିକିତ୍ସାଧୀନ ଅଛନ୍ତି।


 


Also Read: ଭାରତ ଓ ଏହାର ଆଇନ Invesco କୁ ବେଆଇନ ଭାବେ ZEEL ଦଖଲ କରିବାକୁ ଦେବ ନାହିଁ: ଡ଼କ୍ଟର ସୁଭାଷ ଚନ୍ଦ୍ରା