ସ୍ୱରା ଭାସ୍କର 'ଅନଲାଇନ୍ ଯୌନ ଉତ୍ପୀଡନ'ର ଶିକାର; ଭିଡିଓ ଭାଇରାଲ, ଦିଲ୍ଲୀରେ FIR
Advertisement
Article Detail0/zeeodisha/odisha1004391

ସ୍ୱରା ଭାସ୍କର 'ଅନଲାଇନ୍ ଯୌନ ଉତ୍ପୀଡନ'ର ଶିକାର; ଭିଡିଓ ଭାଇରାଲ, ଦିଲ୍ଲୀରେ FIR

'ଆଇପିସିର ଧାରା 354D, 509 (ଶବ୍ଦ, ଅଙ୍ଗଭଙ୍ଗୀ କିମ୍ବା କୌଣସି ମହିଳାଙ୍କୁ ଅପମାନିତ କରିବା ଉଦ୍ଦେଶ୍ୟ) ଏବଂ ଆଇଟି ଆକ୍ଟର ଧାରା 67 (ଇଲେକ୍ଟ୍ରୋନିକ୍ ଫର୍ମରେ ଅଶ୍ଳୀଳ ପଦାର୍ଥ ପ୍ରକାଶନ ବା ପ୍ରସାରଣ ପାଇଁ ଦଣ୍ଡ) ଅନୁଯାୟୀ ମାମଲା ପଞ୍ଜିକୃତ ହୋଇଛି)।

ଡିଜାଇନ୍ ଫଟୋ

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ସ୍ୱରା ଭାସ୍କର ଦିଲ୍ଲୀର ବସନ୍ତ କୁଞ୍ଜ ନର୍ଥ ପୋଲିସ ଷ୍ଟେସନରେ ଏଫଆଇଆର ଦାଖଲ କରିଛନ୍ତି। ଅଭିଯୋଗ ଅନୁସାରେ, ଟ୍ୱିଟର ଏବଂ ୟୁଟ୍ୟୁବରେ ସକ୍ରିୟ ଥିବା ଜଣେ  ସ୍ୱରାଙ୍କ ଫିଲ୍ମର ଏକ ଦୃଶ୍ୟ ସୋସିଆଲ ମିଡିଆରେ ସେୟାର କରି ତାଙ୍କର ପ୍ରତିଛବିକୁ ଖରାପ କରୁଛନ୍ତି। ଆଇଟି ଆକ୍ଟ ଏବଂ ଅନ୍ୟ ଧାରା ଅନୁଯାୟୀ ଏଫଆଇଆର ପଞ୍ଜିକରଣ କରି ପୋଲିସ ତଦନ୍ତ ଆରମ୍ଭ କରିଛି।

ନ୍ୟୁଜ୍ ଏଜେନ୍ସି ANIର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରେ ଦିଆଯାଇଥିବା ସୂଚନା ଅନୁଯାୟୀ, 'ଆଇପିସିର ଧାରା 354D, 509 (ଶବ୍ଦ, ଅଙ୍ଗଭଙ୍ଗୀ କିମ୍ବା କୌଣସି ମହିଳାଙ୍କୁ ଅପମାନିତ କରିବା ଉଦ୍ଦେଶ୍ୟ) ଏବଂ ଆଇଟି ଆକ୍ଟର ଧାରା 67 (ଇଲେକ୍ଟ୍ରୋନିକ୍ ଫର୍ମରେ ଅଶ୍ଳୀଳ ପଦାର୍ଥ ପ୍ରକାଶନ ବା ପ୍ରସାରଣ ପାଇଁ ଦଣ୍ଡ) ଅନୁଯାୟୀ ମାମଲା ପଞ୍ଜିକୃତ ହୋଇଛି)। ସ୍ୱରା ଭାସ୍କର ମଧ୍ୟ ଏ ବିଷୟରେ ଟ୍ୱିଟ୍ କରି ଟ୍ୱିଟରକୁ କାର୍ଯ୍ୟାନୁଷ୍ଠାନ ନେବାକୁ କହିଛନ୍ତି।

Also Read: ସଶକ୍ତ ନାରୀ ସହ ଅନୁଭବଙ୍କ ଡିନର୍

ସ୍ୱରା ଭାସ୍କର (Swara Bhasker), ଏଲଭିସ୍ ଯାଦବ ନାମର ଟ୍ୱିଟର (Twitter)  ୟୁଜର (ଭେରିଫାଏଡ୍) ଙ୍କ ଦ୍ୱାରା ପରିଚାଳିତ ହ୍ୟାସ୍ ଟ୍ୟାଗ୍ ଏବଂ ଟ୍ୱିଟ୍ ସେୟାର କରି ଲେଖିଛନ୍ତି, ' ମୋର ବନ୍ଧୁ ଏହା ହେଉଛି ସାଇବର ଯୌନ ଉତ୍ପୀଡ଼ନ। ସର୍ବସାଧାରଣ କ୍ଷେତ୍ରରେ ମହିଳାମାନେ ସମ୍ମୁଖୀନ ହେବାକୁ ଥିବା ଆହ୍ୱାନ ଗୁଡ଼ିକ ବିଷୟରେ ଆଲୋଚନା କରିବା କି? ପ୍ରିୟ ଟ୍ୱିଟର, ଆସନ୍ତୁ ଆଲୋଚନା କରିବା, କିପରି ଆପଣଙ୍କ ପ୍ଲାଟଫର୍ମ ମହିଳା ୟୁଜର୍ସଙ୍କ ପାଇଁ ଏକ ସୁରକ୍ଷିତ କରିବ।'

fallback

ଏକ ଘରୋଇ ଚ୍ୟାନେଲକୁ ଦେଇଥିବା ସାକ୍ଷାତକାରରେ ସ୍ୱରା ଦାବି କରିଛନ୍ତି ଯେ, ଯଦି କୌଣସି ବଲିଉଡ ସେଲିବ୍ରିଟି ଇଣ୍ଟରନେଟ (Internet) ରେ ସବୁଠାରୁ ଘୃଣାର ଶିକାର ହୁଅନ୍ତି, ତେବେ ସେ ନିଜେ। ତାଙ୍କ ବିରୋଧରେ ଘୃଣାଭାବ ବ୍ୟାପିଥିବା ଅଭିଯୋଗ କରି ସେ ଟ୍ରୋଲ କରିବା ଉପରେ ଆପତ୍ତି କରିଥିଲେ। ସେ କହିଛନ୍ତି, ସୋସିଆଲ ମିଡିଆରେ ମୋତେ ଡରି ରହିବି ବୋଲି ଟ୍ରଲରମାନେ ଚାହୁଁଛନ୍ତି।