LPG subsidyକୁ ନେଇ ସରକାର କରୁଛନ୍ତି ବଡ଼ ଯୋଜନା! ଜାଣନ୍ତୁ କାହା ଖାତାକୁ ଆସିବ ଟଙ୍କା
X

LPG subsidyକୁ ନେଇ ସରକାର କରୁଛନ୍ତି ବଡ଼ ଯୋଜନା! ଜାଣନ୍ତୁ କାହା ଖାତାକୁ ଆସିବ ଟଙ୍କା

ଚଳିତ ମାସରେ ମଧ୍ୟ ଏଲପିଜି ଏବଂ କମର୍ସିଆଲ ଗ୍ୟାସର ମୂଲ୍ୟ ବୃଦ୍ଧି ପାଇଛି। କିନ୍ତୁ ସରକାରଙ୍କ ଆଭ୍ୟନ୍ତରୀଣ ମୂଲ୍ୟାଙ୍କନ ସୂଚାଇ ଦେଉଛି ଯେ, ସିଲିଣ୍ଡର ପାଇଁ ଗ୍ରାହକ ୧୦୦୦ ଟଙ୍କା ପର୍ଯ୍ୟନ୍ତ ଦେବାକୁ ପ୍ରସ୍ତୁତ ଅଛନ୍ତି।

LPG subsidyକୁ ନେଇ ସରକାର କରୁଛନ୍ତି ବଡ଼ ଯୋଜନା! ଜାଣନ୍ତୁ କାହା ଖାତାକୁ ଆସିବ ଟଙ୍କା

ନୂଆଦିଲ୍ଲୀ: ମହଙ୍ଗା ମାଡରେ ଦେଶବାସୀ ଅସ୍ତବ୍ୟସ୍ତ ହେଉଛନ୍ତି। ପେଟ୍ରୋଲ-ଡିଜେଲ ଶତକ ମାରିଥିବା ବେଳେ LPG ସିଲିଣ୍ଡରର ମୂଲ୍ୟ ଖୁବଶୀଘ୍ର ତିନି ଅଙ୍କ ପାର କରିବା ନେଇ ଚର୍ଚ୍ଚା ଚାଲିଛି। ତେବେ ଲଗାତାର ବଢୁଥିବା ଦର ଦାମ ମଧ୍ୟରେ ଏଲପିଜି ସିଲିଣ୍ଡରର ସବସିଡି ସମ୍ପର୍କରେ ବଡ଼ ଖବର ମିଳିପାରେ। ତୈଳ ଦର ବୃଦ୍ଧିକୁ ନେଇ ସରକାର ନିଜର ଆଭିମୂଖ୍ୟ ସ୍ପଷ୍ଟ କରିଥିବା ବେଳେ ଏଲପିଜି ସିଲିଣ୍ଡର ବାବଦରେ ସରକାରଙ୍କ ପକ୍ଷ ଏପର୍ଯ୍ୟନ୍ତ ସାମ୍ନାକୁ ଆସିନାହିଁ।

ଚଳିତ ମାସରେ ମଧ୍ୟ ଏଲପିଜି ଏବଂ କମର୍ସିଆଲ ଗ୍ୟାସର ମୂଲ୍ୟ ବୃଦ୍ଧି ପାଇଛି। କିନ୍ତୁ ସରକାରଙ୍କ ଆଭ୍ୟନ୍ତରୀଣ ମୂଲ୍ୟାଙ୍କନ ସୂଚାଇ ଦେଉଛି ଯେ, ସିଲିଣ୍ଡର ପାଇଁ ଗ୍ରାହକ ୧୦୦୦ ଟଙ୍କା ପର୍ଯ୍ୟନ୍ତ ଦେବାକୁ ପ୍ରସ୍ତୁତ ଅଛନ୍ତି। ସୂଚନାନୁସାରେ, ସରକାର ଦୁଇଟି ଉପାୟରେ ଏଲପିଜି ସିଲିଣ୍ଡର ଉପରେ ନିଷ୍ପତ୍ତି ନେଇପାରନ୍ତି। ପ୍ରଥମେ ସରକାର ସବସିଡି ବିନା ସିଲିଣ୍ଡର ଯୋଗାଇବା ଉଚିତ୍। ଦ୍ୱିତୀୟତଃ, କେତେକ ମନୋନୀତ ଗ୍ରାହକଙ୍କୁ ମଧ୍ୟ ସବସିଡିର ସୁବିଧା ଦିଆଯିବା ଉଚିତ୍।

Also Read: Apple ଆଣୁଛି ଶସ୍ତା iPhone! ଜାଣନ୍ତୁ, କଣ ଅଛି ସ୍ମାର୍ଟଫୋନର ଫିଚର୍

ସବସିଡି ଉପରେ ସରକାରଙ୍କ ଯୋଜନା କ’ଣ?

ଘରୋଇ ଗ୍ୟାସ ସିଲିଣ୍ଡରରେ ସବସିଡି ଦେବା ନେଇ ସରକାର ଏପର୍ଯ୍ୟନ୍ତ କିଛି ସ୍ପଷ୍ଟ କରିନାହାଁନ୍ତି। କିନ୍ତୁ ଏପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁଯାୟୀ, ୧୦ ଲକ୍ଷ ଆୟର ନିୟମ ବଳବତ୍ତର ରହିବ ଏବଂ ଉଜ୍ୱଳା ଯୋଜନାର ହିତାଧିକାରୀମାନେ ସବସିଡି ଲାଭ ପାଇବେ। ଏପରି ଯଦି ହୁଏ ତେବେ ଖୁବଶୀଘ୍ର ଆଉ ବଳକା ଖାଉଟିଙ୍କ ଗ୍ୟାସ ସିଲିଣ୍ଡର ସବସିଡି ଶେଷ ହୋଇଯିବ।

ବର୍ତ୍ତମାନ ସବସିଡି କିଏ ପାଇବ?

ଗତ କିଛି ମାସ ଧରି LPG ଉପରେ ସବସିଡି କିଛି ସ୍ଥାନରେ ବନ୍ଦ ହୋଇଯାଇଛି। ଅଧିକାଂଶ ଖାଉଟିଙ୍କ ଖାତାକୁ ସବସିଡି କେବଳ ନାମକୁ ମାତ୍ର ଯାଉଛି। ଏହି ନିୟମ ୨୦୨୦ ମସିହା ମେ' ମାସରୁ ଚାଲିଛି। ଅନ୍ତର୍ଜାତୀୟ ବଜାରରେ କୋରୋନା ମହାମାରୀ ସମୟରେ ଅଶୋଧିତ ତୈଳ ଏବଂ ଗ୍ୟାସର ମୂଲ୍ୟ କ୍ରମାଗତ ଭାବେ ହ୍ରାସ ପାଇବା ପରେ ହିଁ ଏହି ପଦକ୍ଷେପ ନିଆଯାଇଛି। ତେବେ ଏ ପର୍ଯ୍ୟନ୍ତ ସରକାର ଏଲପିଜି ସିଲିଣ୍ଡର ଉପରେ ସବସିଡି ସମ୍ପୂର୍ଣ୍ଣ ବନ୍ଦ କରି ନାହାଁନ୍ତି।

Also Read: PM Kisan Yojanaରେ ସ୍ୱାମୀ-ସ୍ତ୍ରୀ ଉଭୟଙ୍କୁ ମିଳିବ କି ୬୦୦୦ ଟଙ୍କା? ଜାଣନ୍ତୁ ଏହି ଜରୁରୀ ନିୟମ

ସବସିଡି ପାଇଁ ସରକାର କେତେ ଖର୍ଚ୍ଚ କରନ୍ତି?

ସବସିଡି ଉପରେ ସରକାରଙ୍କ ଖର୍ଚ୍ଚ ୨୦୨୧ ଆର୍ଥିକ ବର୍ଷରେ ୩୫୫୯ କୋଟି ଟଙ୍କା ଥିଲା। ୨୦୨୦ ଆର୍ଥିକ ବର୍ଷରେ ଏହି ଖର୍ଚ୍ଚ ୨୪୪୬୮ କୋଟି ଟଙ୍କା ଥିଲା। ପ୍ରକୃତରେ ଏହା DBT ସ୍କିମ୍ ଅଧୀନରେ ଅଛି, ଯାହା ଜାନୁଆରୀ ୨୦୧୫ରେ ଆରମ୍ଭ ହୋଇଥିଲା। ଯାହା ଅଧୀନରେ ଗ୍ରାହକଙ୍କୁ ସବସିଡିଯୁକ୍ତ LPG ସିଲିଣ୍ଡର ପାଇଁ ସମ୍ପୂର୍ଣ୍ଣ ରାଶି ଦେବାକୁ ପଡିବ। ଏଥି ସହିତ ସବସିଡି ଟଙ୍କା ସରକାରଙ୍କ ତରଫରୁ ଗ୍ରାହକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଫେରସ୍ତ କରାଯାଇଥାଏ। ଯେହେତୁ ଏହି ଫେରସ୍ତ ପ୍ରତ୍ୟକ୍ଷରେ ହେଉଥିବାରୁ ଏହି ଯୋଜନାର ନାମ DBTL କୁହାଯାଏ।

ଏଲପିଜି ଗ୍ୟାସ ସିଲିଣ୍ଡରର ମୂଲ୍ୟ ବୃଦ୍ଧି

ଚାରି ଦିନ ତଳେ ବିନା ସବସିଡର ୧୪.୨ କିଲୋଗ୍ରାମ ସିଲିଣ୍ଡରର ମୂଲ୍ୟ ୧୫ ଟଙ୍କା ବୃଦ୍ଧି ପାଇଛି। ଏହା ସହିତ ବର୍ତ୍ତମାନ ଜାତୀୟ ରାଜଧାନୀ ଦିଲ୍ଲୀରେ ଏଲପିଜି ସିଲିଣ୍ଡରର ମୂଲ୍ୟ ୮୮୪.୫୦ ଟଙ୍କାରୁ ୮୯୯.୫୦ ଟଙ୍କାକୁ ବୃଦ୍ଧି ପାଇଛି।  ମାସର ପ୍ରଥମ ଦିନରେ ତୈଳ କମ୍ପାନୀଗୁଡିକ ୧୯ କେଜି କମର୍ସିଆଲ ଗ୍ୟାସର ମୂଲ୍ୟ ସିଲିଣ୍ଡର ପିଛା ୪୩ ଟଙ୍କା ବୃଦ୍ଧି କରିଥିଲେ। ତେବେ ସେହି ସମୟରେ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟରେ କୌଣସି ବୃଦ୍ଧି ଘଟି ନଥିଲା। 

 

 

 

Trending news