Nescoର ୫୧ ପ୍ରତିଶତ ଅଂଶଧନ କିଣିଲା ଟାଟା ପାଓ୍ୱାର
Advertisement
Article Detail0/zeeodisha/odisha840408

Nescoର ୫୧ ପ୍ରତିଶତ ଅଂଶଧନ କିଣିଲା ଟାଟା ପାଓ୍ୱାର

ଘରୋଇକରଣ ମୁହାଁ ରାଜ୍ୟ ବିଦ୍ୟୁତ ବିଭାଗ (Electricity)। ପୂର୍ବରୁ ସେସୁ (Cesu), ପରେ ଓ୍ୱେସ୍କୋ (Wesco) ଓ ସାଉଥକୋ (Southco) ଓ ଏବେ ନେସ୍କୋକୁ (Nesco) ଟାଟା ପାଓ୍ୱାର (Tata Power) ହାତକୁ ଟେକି ଦେଇଛନ୍ତି ରାଜ୍ୟ ସରକାର । 

Nescoର ୫୧ ପ୍ରତିଶତ ଅଂଶଧନ କିଣିଲା ଟାଟା ପାଓ୍ୱାର

ଭୁବନେଶ୍ୱର: ଘରୋଇକରଣ ମୁହାଁ ରାଜ୍ୟ ବିଦ୍ୟୁତ ବିଭାଗ (Electricity)। ପୂର୍ବରୁ ସେସୁ (Cesu), ପରେ ଓ୍ୱେସ୍କୋ (Wesco) ଓ ସାଉଥକୋ (Southco) ଓ ଏବେ ନେସ୍କୋକୁ (Nesco) ଟାଟା ପାଓ୍ୱାର (Tata Power) ହାତକୁ ଟେକି ଦେଇଛନ୍ତି ରାଜ୍ୟ ସରକାର । ଫଳରେ ଗୋଟିଏ ପରେ ଗୋଟିଏ ବିଦ୍ୟୁତ ବଣ୍ଟନ କମ୍ପାନୀ ଗୁଡ଼ିକ ବର୍ତ୍ତମାନ ଟାଟା ପାଓ୍ୱାର କମ୍ପାନୀକୁ ଟେକିଦେଇଛନ୍ତି ରାଜ୍ୟ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ ବା OERC। ନିଲାମ ପ୍ରକ୍ରିୟାରେ ନେସ୍କୋର ୫୧ ପ୍ରତିଶତ ଅଂଶଧନକୁ କିଣିବାରେ ସଫଳ ହୋଇଛି । ଫଳରେ ରାଜ୍ୟର ବିଦ୍ୟୁତ ବିଭାଗ ଏକ ପ୍ରକାର ଘରୋଇ ବିଦ୍ୟୁତ କମ୍ପାନୀ ହାତରେ ନ୍ୟସ୍ତ ହୋଇଛି । 

ଅଧିକ ପଢନ୍ତୁ: ଚକ୍ରବ୍ୟୁହରେ କୃଷକ; କାହା ରଣନୀତି କେତେ ମଜବୁତ?

ଓଇଆରସି ଟାଟା କମ୍ପାନୀକୁ ନେସ୍କୋ ଡିଭିଜନ ଅଧିନରେ ଆସୁଥିବା ବାଲେଶ୍ୱର, ଭଦ୍ରକ, ବାରିପଦା, ଯାଜପୁର ଓ କେନ୍ଦୁଝର ଜିଲ୍ଲାର ବିଦ୍ୟୁତ ବଣ୍ଟନ ଦାୟିତ୍ୱ ପାଇଁ ଲାଇସେନସ ପ୍ରଦାନ କରିବା ପରେ କମ୍ପାନୀ ସେୟାର ବଜାରରେ ଅଂଶଧନ କାରବାର ପାଇଁ ବମ୍ବେ ଷ୍ଟକ ଏକ୍ସଚେଞ୍ଜ ଓ ନ୍ୟାସନାଲ ଷ୍ଟକ ଏକସଚେଞ୍ଜକୁ ଚିଠି ଲେଖି ଜଣାଇଛି । ଦେଶର ଏହି ପ୍ରମୁଖ ଅଂଶଧନ କାରବାର କରୁଥିବା ଏଜେନସିକୁ ଗତକାଲି ଟାଟା ପାଓ୍ୱାର କର୍ତ୍ତୃପକ୍ଷ ଲେଖିଥିବା ଚିଠିରେ ଦର୍ଶାଇଛନ୍ତି ଯେ ଓଡ଼ିଶାର ୫ଟି ଜିଲ୍ଲାରେ ବିଦ୍ୟୁତ ବଣ୍ଟନ ଦାୟିତ୍ୱ ପାଇଁ କମ୍ପାନୀ ଗୋଟିଏ ଏସପିଭି ଗଠନ କରିଛି । ଯାହାର ବାର୍ଷିକ ରାଜସ୍ୱ ଆୟ ୨ ହଜାର ୪୭୦ କୋଟିରୁ ଅଧିକ ହେବ । ବିଦ୍ୟୁତ ଉପଭୋକ୍ତାମାନଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇ ଆଗାମୀ ଦିନରେ ୧ କୋଟି ୧୫ ଲକ୍ଷରେ ପହଞ୍ଚିବ । ପ୍ରାରମ୍ଭିକ ପର୍ଯ୍ୟାୟରେ କମ୍ପାନୀକୁ ୨୫ ବର୍ଷ ପାଇଁ ଲାଇସେନସ ପ୍ରଦାନ କରାଯାଇଛି । 

ଅଧିକ ପଢନ୍ତୁ: ଚକ୍ରବ୍ୟୁହରେ କୃଷକ; କାହା ରଣନୀତି କେତେ ମଜବୁତ?

ଅନ୍ୟପଟେ ଉପଭୋକ୍ତା ମହାସଂଘ ସଭାପତି ରମେଶ ଶତପଥୀ କହିଛନ୍ତି ରାଜ୍ୟ ସରକାରଙ୍କ ଏପରି କାର୍ଯ୍ୟକୁ ରାଜ୍ୟବାସୀ ବିରୋଧ କରିବା ଦରକାର । ୧୯୯୯ ମସିହାରେ ବିଏସଇଏସ କମ୍ପାନୀ ଗଠନ ହେଲା । ଯାହାକି ପରବର୍ତ୍ତି ସମୟରେ ରିଲାଏନସ ଏନର୍ଜି ଗଠନ ହେଲା । ସେହି କମ୍ପାନୀକୁ ନେସ୍କୋ, ଓ୍ୱେସ୍କୋ ଓ ସାଉଥକୋର ୫୧ ପ୍ରତିଶତ ଅଂଶ ସରକାର ବିକ୍ରି କରିଥିଲେ । କିନ୍ତୁ ସମ୍ପୃକ୍ତ କମ୍ପାନୀ ରାଜ୍ୟ ସରକାରଙ୍କୁ ଟକି ଦେଇ ଚାଲିଗଲା ବୋଲି ସେ କହିଛନ୍ତି।