ଚକ୍ରବ୍ୟୁହରେ କୃଷକ; କାହା ରଣନୀତି କେତେ ମଜଭୁତ?
Advertisement
Article Detail0/zeeodisha/odisha840366

ଚକ୍ରବ୍ୟୁହରେ କୃଷକ; କାହା ରଣନୀତି କେତେ ମଜଭୁତ?

ଗୋଟିଏ ପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଲୋଚନା ପାଇଁ କୃଷକ ନେତାଙ୍କୁ ପ୍ରସ୍ତାବ ଦେଉଛନ୍ତି, ଅନ୍ୟପଟେ ଆନ୍ଦୋଳନସ୍ଥଳକୁ ମଲ୍ଟି ବ୍ୟାରିକେଡ ଲଗାଇ ଘେରା ଯାଉଛି। ସେପଟେ ସରକାର ରଚିଥିବା ଚକ୍ରବ୍ୟୁହ ଭାଙ୍ଗିବାକୁ କୃଷକ ସଙ୍ଗଠନମାନେ ରଣନୀତି ପ୍ରସ୍ତୁତ କରୁଛନ୍ତି।

ଡିଜାଇନ ଫଟୋ

ନୂଆଦିଲ୍ଲୀ: କୃଷକ ଆନ୍ଦୋଳନକୁ ନେଇ ଦିନକୁ ଦିନ ଆସୁଛି ରୋଚକ ତଥ୍ୟ। ସୀମାରୁ କୃଷକଙ୍କୁ ହଟାଇବାକୁ କେନ୍ଦ୍ର ସରକାର ଓ ପ୍ରଶାସନ ପାରୁ ପର୍ଯ୍ୟନ୍ତ ଚେଷ୍ଟା ଚଳାଇଛନ୍ତି। ଗୋଟିଏ ପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଲୋଚନା ପାଇଁ କୃଷକ ନେତାଙ୍କୁ ପ୍ରସ୍ତାବ ଦେଉଛନ୍ତି, ଅନ୍ୟପଟେ ଆନ୍ଦୋଳନସ୍ଥଳକୁ ମଲ୍ଟି ବ୍ୟାରିକେଡ ଲଗାଇ ଘେରା ଯାଉଛି। ସେପଟେ ସରକାର ରଚିଥିବା ଚକ୍ରବ୍ୟୁହ ଭାଙ୍ଗିବାକୁ କୃଷକ ସଙ୍ଗଠନମାନେ ରଣନୀତି ପ୍ରସ୍ତୁତ କରୁଛନ୍ତି।

ପ୍ରାୟ ୭୦ ଦିନରେ ପହଞ୍ଚିଲାଣି ଦିଲ୍ଲୀ ସୀମା (Delhi Border) ରେ ଚାଲିଥିବା କୃଷକ ଆନ୍ଦୋଳନ (Farmers Protests)। ଜାନୁଆରୀ ୨୬ ତାରିଖ ପରେ ଏହା ଶୈଳୀ ବଦଳିଛି କିନ୍ତୁ ଏବେ ବି ଲକ୍ଷ୍ୟ ସ୍ଥିର। ଗତ ୨୨ ତାରିଖରେ ଶେଷ ଥର ପାଇଁ କୃଷକ ନେତା ଓ ସରକାରଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ମୋଟ ୧୨ଟି ପର୍ଯ୍ଯାୟର ଆଲୋଚନା ପରେ ମଧ୍ୟ କୌଣସି ଫଳାଫଳ ବାହାରି ନାହିଁ। ସରକାର ୩ଟି କୃଷି ଆଇନକୁ ଦେଢ ବର୍ଷ ସ୍ଥଗିତ ରଖିବାକୁ ପ୍ରସ୍ତୁତ। କିନ୍ତୁ ଆନ୍ଦୋଳନକାରୀ କୃଷକମାନେ ଆଇନ ପ୍ରତ୍ୟାହାର ଓ MSP ଗ୍ୟାରେଣ୍ଟି ଦାବିରେ ଅଡି ବସିଛନ୍ତି।

Also Read: ଆତଙ୍କବାଦୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ସହାନୁଭୂତି, ବନ୍ଧା ହେବେ ୨ BJP ବିଧାୟକ!

 

ଜାନୁଆରୀ ୨୬ରେ ହୋଇଥିବା ଲାଲକିଲ୍ଲା ତାଣ୍ଡବ (Lal Quila Violance) ପରେ କୃଷକ ଆନ୍ଦୋଳନକୁ ଦେଖିବା ନଜର ବଦଳିଯାଇଛି। ସରକାର କୃଷକ ନେତାଙ୍କୁ ଦେଶଦ୍ରୋହୀ ବୋଲି କହୁଥିବା ବେଳେ ଆନ୍ଦୋଳନକାରୀ କୃଷକଙ୍କୁ BJP ନେତାମାନେ ଆତଙ୍କୀ (Terrorist) ବୋଲି କହୁଛନ୍ତି। ସମୟ ସମୟରେ କୃଷକଙ୍କ ଆନ୍ଦୋଳନ ସ୍ଥଳରେ BJP ଓ RSS କର୍ମୀମାନେ ହିଂସା ସୃଷ୍ଟି କରିବାକୁ ଟେଷ୍ଟା କରୁଥିବା ଅଭିଯଗ ହେଉଛି। ସେପଟେ LOC ଓ LACଠୁ ବଳିଯାଇଛି ଦିଲ୍ଲୀ ସୀମାର ସୁରକ୍ଷା।

ଗାଜୀପୁର (Ghazipur) , ଟିକିରି ଓ ସିଙ୍ଘୁ ସୀମାରେ ପୋଲିସ ମଲ୍ଟି ଲେୟର ବ୍ୟାରିକେଡ୍ ଲଗାଇଛି। ପ୍ରାୟ ୧୩ଟି ସ୍ତରରେ କଂକ୍ରିଟ୍ ଓ ଲୁହା ବ୍ୟାରିକେଡ ରହିଥିବା ବେଳେ କୃଷକଙ୍କୁ ରୋକିବା ପାଇଁ ଚାଷ ଜମିରେ ବାରଣ ଥିବା କଣ୍ଟାତାର ମଧ୍ୟ ବିଛା ଯାଇଛି। ଏପରି କି କିଛି ରାସ୍ତାରେ ମୋଟାମୋଟା ଲୁହାକଣ୍ଟା ପୋତା ଯାଇଛି। ଉପଦ୍ରବୀ କୃଷକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଷ୍ଟିଲ୍ ଷ୍ଟିକ୍ ବା ଷ୍ଟିଲ୍ ବାଡି ମଗାଯାଇଥିବା ସୋସିଆଲ ମିଡିଆରେ ଦାବି ହେଉଛି। ତେବେ ଭାଇରାଲ ଫଟୋ ଶାହଦରା ଜିଲ୍ଲାର ବୋଲି ଦିଲ୍ଲୀ ପୋଲିସ କହିଛି।

Also Read: ଅଶ୍ରୁ ସାଜିଲା ସଞ୍ଜିବନୀ! ଏକଜୁଟ୍ ବିରୋଧି, ଚିନ୍ତାରେ ପ୍ରଧାନମନ୍ତ୍ରୀ

ଅନ୍ୟପଟେ ସରକାରଙ୍କୁ ମୁକାବିଲା କରିବାକୁ ଆନ୍ଦୋଳନକାରୀ କୃଷକମାନେ ମଧ୍ୟ ନିଜର ରଣନୀତି ପ୍ରସ୍ତୁତ କରିଛନ୍ତି। ଆସନ୍ତା ୬ ତାରିଖ ଦିନ ଦେଶବ୍ୟାପୀ ଚକଜାମର ଡାକରା ଦିଆଯାଇଛି। ଶନିବାର ମଧ୍ୟାହ୍ଣ ୧୨ଟାରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ଯାନବାହନ ଚଳାଚଳ ବନ୍ଦ ରଖିବାକୁ କୃଷକ ସଙ୍ଗଠନମାନେ ଅପିଲ କରିଛନ୍ତି। ଜାନୁଆରୀ ୨୮ ତାରିଖର ଘଟଣା ପରେ ଗାଜୀପୁର ସୀମାରେ ଜନ ସମୁଦ୍ର ସୃଷ୍ଟି ହୋଇଛି। ରାକେଶ ଟିକାୟତଙ୍କ ଅପିଲ ପରେ ହରିୟାଣା, ପଞ୍ଜାବ ଓ ଉତ୍ତର ପ୍ରଦେଶରେ ମହାପଞ୍ଚାୟତ ଆୟୋଜନ ହେଉଛି। ଲଗାତାର ଆନ୍ଦୋଳନକାରୀଙ୍କ ସଂଖ୍ୟା ବଢୁଥିବାରୁ ଦିଲ୍ଲୀ ସୀମାରେ ବିପୁଳ ପରିମାଣର ପୋଲିସ ଓ ଅର୍ଦ୍ଧ ସାମରିକ ବଳ ମୁତୟନ କରାଯାଇଛି।

ବିରୋଧି ଦଳମାନେ ମଧ୍ୟ କୃଷକ ଆନ୍ଦୋଳନ ସପକ୍ଷରେ ବାହାରିଛନ୍ତି। ସଂସଦର ଆଲୋଚନାରେ କୃଷକ ଆନ୍ଦୋଳନକୁ ପ୍ରାଥମିକତା ଦେବାକୁ ଦାବି ହୋଇଛି। ତେବେ ରାଷ୍ଟ୍ରପତିଙ୍କ ଅଭିଭାଷଣର ଧନ୍ୟବାଦ ଦିଆଗଲା ପରେ ବୁଧବାର ଏହି ବିଷୟ ଉପରେ ଚର୍ଚ୍ଚା କରାଯିବ ବୋଲି ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ କହିଛନ୍ତି। ସେପଟେ କୃଷକଙ୍କ ପାଇଁ କାନ୍ଧ ନୁହେଁ ବନ୍ଧ ତିଆରି କରିବାକୁ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ସରକାରଙ୍କୁ ପରାମର୍ଶ ଦେଇଛନ୍ତି।