ବିଚ୍ଛିନ୍ନାଞ୍ଚଳରେ ହେବ ଶିକ୍ଷକ କ୍ଲଷ୍ଟର
Advertisement
Article Detail0/zeeodisha/odisha610470

ବିଚ୍ଛିନ୍ନାଞ୍ଚଳରେ ହେବ ଶିକ୍ଷକ କ୍ଲଷ୍ଟର

 ଚଳିତ ମାସ ୧୮ ତାରିଖରେ ଶିକ୍ଷକ କ୍ଲଷ୍ଟରର ଶିଳାନ୍ୟାସ ହେବ । 

ବିଚ୍ଛିନ୍ନାଞ୍ଚଳରେ ହେବ ଶିକ୍ଷକ କ୍ଲଷ୍ଟର

ମଳୟ ମହାନ୍ତି, ଭୁବନେଶ୍ୱର: ଯେଉଁ ଅଞ୍ଚଳରେ ଦିନେ ପହଞ୍ଚିବା ଅସମ୍ଭବ ଥିଲା ସେଠି ଏବେ ପହଞ୍ଚିବ ଉନ୍ନତମାନର ଶିକ୍ଷା । ଆମେ କହୁଛି ମାଲକାନାଗିରି ବିଛିନ୍ନାଞ୍ଚଳର କଥା । ଏବେକାର ସ୍ୱାଭିମାନ ଅଞ୍ଚଳ ଭାବେ ଜଣାଶୁଣା ଏହି ଅଞ୍ଚଳରେ ପ୍ରତିଷ୍ଠା ହେବ ଶିକ୍ଷକ କ୍ଲଷ୍ଟର । ଚଳିତ ମାସ ୧୮ ତାରିଖରେ ଶିକ୍ଷକ କ୍ଲଷ୍ଟରର ଶିଳାନ୍ୟାସ  ହେବ । ଏଥିପାଇଁ ଯୋଜନା ପ୍ରସ୍ତୁତ ହୋଇ ସାରିଥିବାବେଳେ ଏହାଦ୍ୱାରା  ୭ଟି ପଞ୍ଚାୟତର ଛାତ୍ରଛାତ୍ରୀ ଉପକୃତ ହେବେ । 
ପ୍ରଥମ ପର୍ଯ୍ୟାୟରେ୧୫ ଜଣ ଶିକ୍ଷକ ରହିବାର ସୁବିଧା ରହିବ । ଏଥିଲାଗି ୮ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଡିସେମ୍ବର ୧୮ ତାରିଖରେ ଶିକ୍ଷକ କ୍ଲଷ୍ଟରର ଶିଳାନ୍ୟାସ  ହେବା ସହ ସେଠାରେ ଶିକ୍ଷକ ରହି ସ୍ଥାନୀୟ  ଅଞ୍ଚଳରେ ପାଠ ପଢାଇବେ । ପୂର୍ବରୁ ସ୍କୁଲକୁ  ଯାତାୟତ ଅସୁବିଧା ଯୋଗୁ ବିଚ୍ଛିନ୍ନାଞ୍ଚଳରେ ପାଠପଢା ବାଧାପ୍ରାପ୍ତ ହେଉଥିଲା । ତେଣୁ ସରକାରଙ୍କ ପକ୍ଷରୁ ଏଭଳି ଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି ।