ନଭେମ୍ବର ପାଇଁ କୋଭିଡ୍ ଗାଇଡଲାଇନ; ଜାଣନ୍ତୁ, କଣ ବଦଳିଲା
Advertisement

ନଭେମ୍ବର ପାଇଁ କୋଭିଡ୍ ଗାଇଡଲାଇନ; ଜାଣନ୍ତୁ, କଣ ବଦଳିଲା

SRC ନଭେମ୍ବର ମାସ ପାଇଁ ରାଜ୍ୟର କୋଭିଡ ଗାଇଡଲାଇନ ଜାରି କରିଛନ୍ତି। ନୂଆ ଗାଇଡଲାଇନ ଅନୁସାରେ...

ପ୍ରତୀକାତ୍ମକ ଫଟୋ

ଭୁବନେଶ୍ୱର: ନଭେମ୍ବର ମାସ ପାଇଁ ରାଜ୍ୟରେ ରବିବାର ନୂଆ ଗାଇଡଲାଇନ ଜାରି କରାଯାଇଛି। ସ୍ୱତନ୍ତ୍ର ରିଲିଫ କମିଶନର ନଭେମ୍ୱର ମାସର ଗାଇଡଲାଇନ ଘୋଷଣା କରିଛନ୍ତି। ପୁରୁଣା ଗାଇଡଲାଇନରେ କିଛିଟା ପରିବର୍ତ୍ତନ କରାଯାଇଛି।

SRC ନଭେମ୍ବର ମାସ ପାଇଁ ରାଜ୍ୟର କୋଭିଡ ଗାଇଡଲାଇନ ଜାରି କରିଛନ୍ତି। ନୂଆ ଗାଇଡଲାଇନ ଅନୁସାରେ...

Also Read: T20 World Cup 2021: Team Indiaରେ ବଡ଼ ପରିବର୍ତ୍ତନ 

  • ନଭେମ୍ବର ୧ ତାରିଖ ସକାଳ ୫ଟାରୁ ଡିସେମ୍ବର ୧ ସକାଳ ୫ଟା ଯାଏ ନଭେମ୍ବର ଗାଇଡଲାଇନ ବଳବତ୍ତର ରହିବ।
  • ମାସେ ଧରି ରାଜ୍ୟର ସବୁ ସହରାଞ୍ଚଳରେ ନାଇଟ୍‌ କର୍ଫ୍ୟୁ ଲାଗୁ ହେବ।
  • ପ୍ରତିଦିନ ରାତି ୧୦ଟାରୁ ସକାଳ ୫ଟା ଯାଏ ନାଇଟ କର୍ଫ୍ୟୁ ବଳବତ୍ତର ରହିବ।
  • ଜିଲ୍ଲାପାଳ ଓ କମିସନର ନାଇଟ କର୍ଫ୍ୟୁରେ ଅତିରିକ୍ତ କଟକଣା ଲଗାଇ ପାରିବେ।
  • ସମଗ୍ର ରାଜ୍ୟରେ ସପ୍ତାହାନ୍ତ ସଟ୍‌ଡାଉନ କଟକଣା କୋହଳ ହେବ।
  • ସକାଳ ୫ଟାରୁ ରାତି ୧୦ଟା ଯାଏ ଦୋକାନ ଓ ମଲ୍‌ ଖୋଲିପାରିବ।
  • ରାଜ୍ୟରେ ବାଣ ବିକ୍ରି ଓ ବ୍ୟବହାର ନେଇ ଅଲଗା ଗାଇଡ୍‌ଲାଇନ ଆସିବ।