ଭୁବନେଶ୍ୱର: ବାଟ ବଣା ହେଉଛି କି ପୋଲିସ ତଦନ୍ତ? ଦକ୍ଷତା ଦେଖାଇବାକୁ ପୋଲିସ କରୁନି ପ୍ରୟାସ? ପୋଲିସ ଉପରେ ପଡୁଛି କି ବାହ୍ୟ ଚାପ? ରାଜ୍ୟ ପୋଲିସର ତଦନ୍ତ ପ୍ରକ୍ରିୟାକୁ ଏଭିଳି ଅନେକ ପ୍ରଶ୍ନ ବିଭିନ୍ନ ସମୟରେ ଉଠିଛି। ଆଉ ପୋଲିସ (Odisha Police)  ମଧ୍ୟ କେଉଁଠି ନା କେଉଁଠି ଲୋକଙ୍କୁ ନିଜ ଉପରେ ଅଙ୍ଗୁଳି ଉଠାଇବାକୁ ସୁଯୋଗ ଦେଉଛି। ଯାହାର ପ୍ରମାଣ ରାଜ୍ୟର ୨ଟି ଚର୍ଚ୍ଚିତ ହତ୍ୟା ମାମଲାରେ ଦେଖିବାକୁ ମିଳିଛି।


COMMERCIAL BREAK
SCROLL TO CONTINUE READING

ସାଧାରଣତଃ, କୌଣସି ମାମଲାର ଅଭିଯୁକ୍ତ ଗିରଫ ହେଲା ପରେ ମଧ୍ୟ ପୋଲିସ ଅନ୍ୟ ଦିଗରେ ତଦନ୍ତ (Police Investigation) କରିଥାଏ। କେତେକ କ୍ଷେତ୍ରରେ ଅଭିଯୁକ୍ତଙ୍କୁ ପ୍ରଲୋଭନ କିମ୍ବା ଭୟ ଦେଖାଇ ଦୋଷ ସ୍ୱୀକାର କରିବାକୁ ଚାପ ପକାଯାଏ। ଯଦି ପୋଲିସ ଅନ୍ୟ ଦିଗ ପ୍ରତି ଧ୍ୟାନ ଦିଏ ତେବେ ଜଣେ ନିରିହ ଦଣ୍ଡିତ ହେବାରୁ ବର୍ତ୍ତି ଯିବେ। ଆଉ ପ୍ରକୃତ ଦୋଷୀ କାଳ କୋଠରୀକୁ ଯାଇପାରିବେ।


Also Read: Pari Murder Case : ତଦନ୍ତ କେତେ ସତ, କେତେ ମିଛ?


କିନ୍ତୁ ରାଜ୍ୟର ୨ଟି ଚର୍ଚ୍ଚିତ ପରୀ ଓ ଝରାଫୁଲ ହତ୍ୟାକାଣ୍ଡ (Jharaaphula Murder Case) ରେ ପୋଲିସର ତଦନ୍ତ ପ୍ରକ୍ରିୟାରେ ବ୍ୟତିକ୍ରମ ଦେଖିବାକୁ ମିଳିଛି। ପୋଲିସ ନିଜର ଦକ୍ଷତା ଦେଖାଇବା ପରିବର୍ତ୍ତେ କୌଣସି ଚାପରେ ପଡି ଉପଯୁକ୍ତ ତଦନ୍ତ କରୁନଥିବା ଅଭିଯୋଗ ହେଉଛି। ୫ ମାସରେ ସମାଧାନ ହୋଇ ପାରିନଥିବା ପରୀ ହତ୍ୟା ମାମଲା SIT ହାତକୁ ଯିବାର ମାସକ ମଧ୍ୟରେ ପର୍ଦ୍ଦାଫାସ ହୋଇଗଲା। ଗିରଫ ପରେ ଏବେ ଅଭିଯୁକ୍ତ ନାବାଳକ ସୁଧାର ଗୃହରେ ଅଛି।


ପରୀର ପରିବାର କୀଡନୀ ରାକେଟ (Kidney Racket) ଅଭିଯୋଗ ଆଣିବା ସହ ଏଥିରେ ନବୀନ ସରକାରଙ୍କ ମନ୍ତ୍ରୀର ହାତ ଥିବା କହିଥିଲେ। କିନ୍ତୁ ପୋଲିସ ସେ ଦିଗକୁ ଧ୍ୟନ ଦେଇନାହିଁ। ଏପରି କି ପରୀର ପରିବାର ଯେଉଁମାନଙ୍କ ନାଁରେ ଅଭିଯୋଗ ଆଣିଥିଲେ, ସେମାନଙ୍କୁ ପଚରା ଉଚରା ମଧ୍ୟ କରାଯାଇନଥିବା କୁହାଯାଉଛି। କେବଳ ଜଣେ ନାବଳକଙ୍କୁ SIT ଅଭିଯୁକ୍ତ ସଜାଇ ତା'ର ବୟାନ ଅନୁସାରେ ତଦନ୍ତ କରିଥିଲା। ସେପଟେ ପୋଲିସ ବଳପୂର୍ବକ ପୁଅକୁ ଦୋଷ ସ୍ୱିକାର କରାଇଥିବା ଅଭିଯୁକ୍ତ ନାବାଳରର ପରିବାର ଅଭିଯୋଗ ଆଣିଥିଲେ। ଖୋଦ ପରୀର ବାପା-ମାଆ ମଧ୍ୟ ନାବାଳକକୁ ନିର୍ଦ୍ଦୋଶ ବୋଲି ଦାବି କରିଛନ୍ତି। 


Also Read: ହତ୍ୟାକାରୀ ପ୍ରଫୁଲ୍ଲ ବିଶ୍ୱାଳକୁ ବିଭତ୍ସ ହତ୍ୟା!


ଠିକ୍ ସେହି ଭଳି ଦୃଶ୍ୟ ରମାଦେବୀ ବିଶ୍ୱବିଦ୍ୟାଳୟ (Ramadevi University) ଛାତ୍ରୀ ଝରାଫୁଲ ମୃତ୍ୟୁ ମାମଲାରେ ମଧ୍ୟ ଦେଖିବାକୁ ମିଳୁଛି। ଝରାଫୁଲଙ୍କ ମୃତ୍ୟୁକୁ ୧୫ ଦିନ ବିତିଗଲାଣି, କିନ୍ତୁ ବର୍ତ୍ତମାନ ମଧ୍ୟ ତାଙ୍କ ମୃତ୍ୟୁକୁ ନେଇ ଅନେକ ଗୁମର ରହିଛି। ପୋଲିସ ଯେଉଁଭଳି ଭାବେ ତଦନ୍ତ ପ୍ରକ୍ରିୟାକୁ ଢିଲା କରିଛି ତାହାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଉଛି। ଏପରି କି ପୋଲିସ ଜାଣିଶୁଣି ଝରାଫୁଲ ମୃତ୍ୟୁର ଅନେକ ତଥ୍ୟ ଲୁଚାଉଥିବା ଅଭିଯୋଗ ମଧ୍ୟ ହେଉଛି।


ଝରଫୁଲଙ୍କ ମୃତଦେହ ମିଳିବାର ଦିନଠୁ ହିଁ ଜନସାଧାରଣଙ୍କ ମନରେ ଅନେକ ପ୍ରଶ୍ନ ଉଙ୍କିମାରିଥିଲା। ଯାହାକୁ ପରବର୍ତ୍ତୀ ସମୟରେ ପୋଲିସର ତଦନ୍ତ ପ୍ରକ୍ରିୟା ଦୃଢିଭୁତ କରିଛି। ଝରଫୁଲଙ୍କ ମୃତଦେହକୁ ୨ ଜଣ ରାସ୍ତାକଡରେ ଫିଙ୍ଗିଥିବା CCTV ଫୁଟେଜରେ ସ୍ପଷ୍ଟ ଜଣାପଡୁଛି। ସେଥିମଧ୍ୟରୁ ଜଣେ ଅର୍ଥାତ ଝରାଫୁଲଙ୍କ ପୁରୁଷ ବନ୍ଧୁ ରାକେଶେ ଜାନୁଆରୀ ୨୮ରେ ଭୁବନେଶ୍ୱର ଏୟାରଫିଲ୍ଡ ଥାନାରେ ଆତ୍ମସମର୍ପଣ କରିଥିବା ଦାବି ହେଉଥିଲା। କିନ୍ତୁ ପୋଲିସ ଏହାକୁ ଗିରଫ ବୋଲି କହିଥିଲା।


Also Read: ବୁର୍ଲାରେ ଶିଶୁବଳି!


ଗିରଫ ପରେ ରାକେଶକୁ ୩ ଦିନିଆ ରମାଣ୍ଡରେ ନେଇ ପୋଲିସ ପଚରାଉଚରା କରିଛି। ଆସନ୍ତାକାଲି ଅଭିଯୁକ୍ତର ବିଚାର ବିଭାଗୀୟ ହାଜତ ଅବଧି ସରିବ। କିନ୍ତୁ ମୃତ୍ୟୁଦେହ ଫିଙ୍ଗିବାରେ ରାକେଶକୁ ସହାଯ୍ୟ କରିଥିବା ଶେଖରର ପତ୍ତା ବର୍ତ୍ତମାନ ପର୍ଯ୍ୟନ୍ତ ମିଳିନାହିଁ। ପୋଲିସ ନିଜସ୍ୱ ଶୈଳୀରେ ତଦନ୍ତ ନ କରି ଅଭିଯୁକ୍ତର ବୟାନ ଆଧାରରେ ଖୋଳତାଡ କରୁଛି। କୁହାଯାଉଛି ଭିସେରା ରିପୋର୍ଟ ଆସିଯାଇଛି। କିନ୍ତୁ ପୋଲିସ ତାହାକୁ ଲୋକଲୋଚନକୁ ଆଣୁନଥିବା ଅଭିଯୋଗ ହେଉଛି।