ହତ୍ୟାକାରୀ ପ୍ରଫୁଲ୍ଲ ବିଶ୍ୱାଳକୁ ବିଭତ୍ସ ହତ୍ୟା!
Advertisement
Article Detail0/zeeodisha/odisha843084

ହତ୍ୟାକାରୀ ପ୍ରଫୁଲ୍ଲ ବିଶ୍ୱାଳକୁ ବିଭତ୍ସ ହତ୍ୟା!

ଶୁକ୍ରବାର ବିଳମ୍ବିତ ରାତିରେ ଗୋବିନ୍ଦପୁର ଟୋଲ୍ ପ୍ଲାଜା ନିକଟରୁ ଟାଙ୍ଗୀ ପୋଲିସ (Tangi Police) ପ୍ରଫୁଲଙ୍କ ମୃତଦେହ ଜବତ କରିଛି। ଘଟଣା ସ୍ଥଳରୁ ତାଙ୍କ ବାଇକ, ମୋବାଇଲ ବି ମିଳିଛି। ତେବେ ପାରିପାର୍ଶ୍ୱିକ ସ୍ଥିତିକୁ ଦେଖିଲେ ଏହା ଏକ ଦୁର୍ଘଟଣା (Road Accident) ଭଳି ଲାଗୁଛି।

ହତ୍ୟାକାରୀ ପ୍ରଫୁଲ୍ଲ ବିଶ୍ୱାଳକୁ ବିଭତ୍ସ ହତ୍ୟା!

କଟକ: ମାହାଙ୍ଗା ଡବଲ ମର୍ଡର ଘଟଣାରେ ନୂଆ ମୋଡ। ଟ୍ରକ ଚାପାରେ ଫେରାର ମୁଖ୍ୟ ଅଭିଯୁକ୍ତ ପ୍ରଫୁଲ୍ଲ ବିଶ୍ୱାଳଙ୍କ ଦେହାନ୍ତ। ଶୁକ୍ରବାର ବିଳମ୍ବିତ ରାତିରେ କଟକ (Cuttack) ଗୋବିନ୍ଦପୁରର ନିର୍ମାଣଧିନ ଟୋଲ୍ ପ୍ଲାଜା ନିକଟରୁ ପ୍ରଫୁଲଙ୍କ କ୍ଷତାକ୍ତ ମୃତଦେହ ମିଳିଛି। ତେବେ ପ୍ରଫୁଲ୍ଲଙ୍କୁ ହତ୍ୟା କରାଯାଇଛି ନା ଏହା ଏକ ସୁଚିନ୍ତିତ ହତ୍ୟା ତାହାକୁ ନେଇ ପ୍ରଶ୍ନ ଉଠୁଛି।

ଶୁକ୍ରବାର ବିଳମ୍ବିତ ରାତିରେ ଗୋବିନ୍ଦପୁର ଟୋଲ୍ ପ୍ଲାଜା ନିକଟରୁ ଟାଙ୍ଗୀ ପୋଲିସ (Tangi Police) ପ୍ରଫୁଲଙ୍କ ମୃତଦେହ ଜବତ କରିଛି। ଘଟଣା ସ୍ଥଳରୁ ତାଙ୍କ ବାଇକ, ମୋବାଇଲ ବି ମିଳିଛି। ତେବେ ପାରିପାର୍ଶ୍ୱିକ ସ୍ଥିତିକୁ ଦେଖିଲେ ଏହା ଏକ ଦୁର୍ଘଟଣା (Road Accident) ଭଳି ଲାଗୁଛି। ପ୍ରଫୁଲ୍ଲଙ୍କ ଉପରେ କଣ୍ଟେନର ଚଢିଯିବାରୁ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି। ସେପଟେ ଟାଙ୍ଗୀ ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ କଟକ ବଡ଼ ମେଡିକାଲ (SCB Medical) ପଠାଇଛି। ପୋଷ୍ଟମର୍ଟମ ରିପୋର୍ଟ ଆସିଲେ ପ୍ରଫୁଲ୍ଲଙ୍କ ମୃତ୍ୟୁର କାରଣ ଜଣା ପଡିବ ବୋଲି ପୋଲିସ କହିଛି। 

Also Read: ବଳି ପଡ଼ିଯିବେ କି ପ୍ରତାପ ଓ ଅରୁଣ !

ମାହାଙ୍ଗା ଡବଲ ମର୍ଡର (Mahanga Double Murder) ଓ ୨୦୧୮ ମସିହା ବିକାଶ ଜେନା ହତ୍ୟାକାଣ୍ଡ (Bikash Jena Murder case) ର ଅଭିଯୁକ୍ତ ଥିଲା ପ୍ରଫୁଲ୍ଲ। ଉଭୟ ମାମଲାରେ ପୋଲିସ ତାଙ୍କୁ ଖୋଜୁଥିଲା। ତଥାପି କୌଣସି ସୁରାକ୍ ପାଇନଥିଲା। କିନ୍ତୁ ହଠାତ ଫେରାର ପ୍ରଫୁଲ୍ଲଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ପ୍ରଶ୍ନ ଉଠୁଛି। କିଛି ପ୍ରମାଣ ଲୁଚାଇବାକୁ ବା ପ୍ରତିଶୋଧ ନେବାକୁ ତାଙ୍କୁ ଟ୍ରକ ଚଢାଇ ହତ୍ୟା କରାଯାଇଥିବା ଅଭିଯୋଗ ହେଉଛି। ସେପଟେ ପ୍ରଫୁଲ୍ଲଙ୍କ ମୃତ୍ୟୁର ଉଚ୍ଚସ୍ତରୀୟ (High level Investigation) ତଦନ୍ତ କରାଯାଉ ବୋଲି BJP ଦାବି କରିଛି।

ସୂଚନାଯୋଗ୍ୟ, ବରିଷ୍ଠ ବିଜେପି ନେତା (BJP Leader) କୁଳମଣି ବରାଳ (Kulamani Baral) ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଘୋଟାଲାକୁ ନେଇ ମୁଁହ ଖୋଲିଥିଲେ। ପରେ ତାଙ୍କୁ ଓ ତାଙ୍କ ସହଯୋଗୀ ଦିବ୍ୟସିହଂଙ୍କୁ ବିଚ ରାସ୍ତାରେ ହାଣି ହତ୍ୟା କରାଯାଇଥିଲା। ଆଉ ଏହି ମାମଲାରେ ଆଇନ ମନ୍ତ୍ରୀ ପ୍ରତାପ ଜେନା (Pratap Jena) ଙ୍କ ହାତ ଥିବା ବିଜେପି ଅଭିଯୋଗ କରିଥିଲା। କିନ୍ତୁ ମନ୍ତ୍ରୀଙ୍କ ବିରୁଦ୍ଧରେ ବର୍ତ୍ତମାନ ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ସେପଟେ ପ୍ରଫୁଲ୍ଲଙ୍କ ସନ୍ଦେହଜନକ ମୃତ୍ୟୁ ସହ ଏହି ମାହାଙ୍ଗା ଡବଲ ମର୍ଡର ଘଟଣାର ଅନେକ ରହସ୍ୟ ଚାପି ହୋଇଯାଇଛି।