ବୁର୍ଲାରେ ଶିଶୁବଳି!
Advertisement
Article Detail0/zeeodisha/odisha846305

ବୁର୍ଲାରେ ଶିଶୁବଳି!

ବୁଧବାର ବୁର୍ଲା ମେଡିକଲରେ କୌଣସି ଶିଶୁ ମୃତ୍ୟୁବରଣ କରିନାହାନ୍ତି। ସ୍ଥାନୀୟ ଅଞ୍ଚଳର ମଧ୍ୟ ଶିଶୁଙ୍କ ଦେହାନ୍ତ ହୋଇନାହିଁ ବୋଲି ବୁର୍ଲା SDPO, ସତ୍ୟ ଦାସ କହିଛନ୍ତି।

ବୁର୍ଲାରେ ଶିଶୁବଳି!

ଅଜୟ ନାଥ, ସମ୍ବଲପୁର: ରାଜ୍ୟରେ ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହକୁ ନେଇ ଚାଞ୍ଚଲ୍ୟ ଖାଳିଯାଇଛି। ଏହି ମାମଲାର ସମାଧାନ ହୋଇନଥିବାବେଳେ ଓଡିଶା ପୋଲିସ ପାଇଁ ଆଉ ଏକ ଚ୍ୟାଲେଞ୍ଜ ସାମନାକୁ ଆସିଛି। ବୁଧବାର ସମ୍ବଲପୁର ବୁର୍ଲା ମେଡିକାଲ ନିକଟରୁ ଗୋଟିଏ ଶିଶୁର ମୃତଦେହ ଉଦ୍ଧାର କରାଯାଇଛି। ତେବେ ଭୁବନେଶ୍ୱର ମହିଳାଙ୍କ ପରି ଏହି ମୃତଦେହର ମଧ୍ୟ ମୁଣ୍ଡ ଗାଏବ ଅଛି।

ବୁଧବାର ସନ୍ଧ୍ୟା ବେଳେ ବୁର୍ଲା ମେଡିକାଲ (Burla Hospital) ଟିବି ୱାର୍ଡ ନିକଟରୁ ଏକ ମୁଣ୍ଡ ବିହୀନ ଶିଶୁର ମୃତଦେହ (Child body) ଉଦ୍ଧାର ହୋଇଛି। ମୃତ ଶିଶୁଟିର ବୟସ ପ୍ରାୟ ୩ରୁ ଚାରିମାସ ହୋଇଥିବା ଅନୁମାନ କରାଯାଉଛି। ରାସ୍ତା ଉପରେ ଶିଶୁର ମୃତଦେହଟି ପଡିଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ସେପଟେ ବୁର୍ଲା ପୋଲିସ ମୃତଦେହକୁ ଜବତ କରିବା ସହ ତଦନ୍ତ ଚଳାଉଛି।

Also Read: ରେଳ ଟ୍ରାକରୁ ମିଳିଲା ଯୁବତୀଙ୍କ ମୃତଦେହ

ପୋଲିସର ପ୍ରାଥମିକ ତଦନ୍ତ ବେଳେ ଅନେକ ତଥ୍ୟ ସାମନାକୁ ଆସୁଛି। ଯାହାକୁ ଭିତ୍ତି କରି ଏହା ଏକ ଶିଶୁବଳି (Child Sacrifice) ହୋଇଥାଇପାରେ ବୋଲି ପୋଲିସ (Sambalpur police) ସନ୍ଦେହ କରୁଛି। ବୁଧବାର ବୁର୍ଲା ମେଡିକଲରେ କୌଣସି ଶିଶୁ ମୃତ୍ୟୁବରଣ କରିନାହାନ୍ତି। ସ୍ଥାନୀୟ ଅଞ୍ଚଳର ମଧ୍ୟ ଶିଶୁଙ୍କ ଦେହାନ୍ତ ହୋଇନାହିଁ ବୋଲି ବୁର୍ଲା SDPO, ସତ୍ୟ ଦାସ କହିଛନ୍ତି।

ସୂଚନାଯୋଗ୍ୟ, ମୃତ ଶିଶୁର ଶରୀରରେ କୌଣସି ପୋଷାକ ନଥିଲା। ପାରିପାର୍ଶ୍ୱିକ ସ୍ଥିତିକୁ ଦେଖିଲେ ତାକୁ କୌଣସି ଚଳନ୍ତା ଗାଡିରୁ ଫିଙ୍ଗାଯାଇଥିବା ଭଳି ଲାଗୁଛି। ତେବେ କିଏ ଓ କାହିଁକି ଶିଶୁଟିକୁ ହତ୍ୟା କରି ରାସ୍ତାରେ ଫିଙ୍ଗିଲା ତାକୁ ନେଇ ଏବେ ବଡ ପ୍ରଶ୍ନ ଉଠୁଛି। ସେପଟେ ଭୁବନେଶ୍ୱରରୁ ମହିଳାଙ୍କ ମୁଣ୍ଡବିହୀନ ମୃତଦେହର ପରିଚୟକୁ ନେଇ ପୋଲିସ ନାକେଦମ ହେଲାଣି।