ଆଜିଠୁ ରାଜ୍ୟରେ ପୁଣି କ୍ଲାସରୁମ୍ ପାଠପଢା
Advertisement

ଆଜିଠୁ ରାଜ୍ୟରେ ପୁଣି କ୍ଲାସରୁମ୍ ପାଠପଢା

ଆଜି ଉଭୟ ସ୍କୁଲ, ହଷ୍ଟେଲ ଖୋଲୁଥିବାରୁ କିଭଳି ସାମାଜିକ ଦୂରତା ବଜାୟ ରହିବ ଗୁରୁତ୍ବ ଦିଆଯାଇଛି। ଛାତ୍ରଛାତ୍ରୀ ସ୍କୁଲ ଆସିବାକୁ ଅଭିଭାବକଙ୍କ ଅନୁମତି ବାଧ୍ୟତାମୂଳକ କରାଯାଇଛି। 

 

ଫାଇଲ ଫଟୋ

ଭୁବନେଶ୍ୱର: ଗଣଶିକ୍ଷା ବିଭାଗ ଏସଓପି ଆଧାରରେ ଆଜି ଠାରୁ ସାରା ରାଜ୍ୟରେ ଦଶମ, ଦ୍ଵାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଲାଗି ବିଦ୍ୟାଳୟରେ ଶ୍ରେଣୀ ଗୃହ ପାଠପଢ଼ା ଆରମ୍ଭ ହୋଇଛି। କୋଭିଡ୍ କଟକଣା ମାନି ସ୍କୁଲ ଆସିବା ପାଇଁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦିଆଯାଇଛି। ଆଜି ଉଭୟ ସ୍କୁଲ, ହଷ୍ଟେଲ ଖୋଲୁଥିବାରୁ କିଭଳି ସାମାଜିକ ଦୂରତା ବଜାୟ ରହିବ ଗୁରୁତ୍ବ ଦିଆଯାଇଛି। ଛାତ୍ରଛାତ୍ରୀ ସ୍କୁଲ ଆସିବାକୁ ଅଭିଭାବକଙ୍କ ଅନୁମତି ବାଧ୍ୟତାମୂଳକ କରାଯାଇଛି। 

ବାଜିବ ଘଣ୍ଟି, ଲାଗିବ ଗହଳି, ବିନା ରିସେସରେ ହେବ ପାଠପଢା। ଆଜିଠାରୁ ରାଜ୍ୟରେ କୋଭିଡ କଟକଣା ଭିତରେ ବିଦ୍ୟାଳୟ (School Reopen) ଆଉ ହଷ୍ଟେଲ ଖୋଲୁଛି। ସ୍ବତନ୍ତ୍ର ଏସଓପି ଆଧାରରେ କେବଳ ଦଶମ, ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଲାଗି ଶ୍ରେଣୀ ଗୃହ ପାଠପଢ଼ା ହେବ। ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି। ବିଦ୍ୟାଳୟରେ ବିଶୋଧନ (Sanitization in School) କାମ ସହ ସଫେଇ କାମ ଶେଷ ହୋଇଛି। ଛାତ୍ରଛାତ୍ରୀଙ୍କ ପାଇଁ ଅଲଗା ଅଲଗା ପ୍ରବେଶ ଓ ପ୍ରସ୍ଥାନ ବ୍ୟବସ୍ଥା, ଶୌଚାଳୟ, ପ୍ରତି ମହଲାରେ ନନ୍ ଟଚ୍ ସାନିଟାଇଜର (Non Touch Sanitizer) ରଖାଯାଇଛି। 

Also Read: ଆସନ୍ତାକାଲି ଠାରୁ SOP ଆଧାରରେ ଖୋଲିବ School; ପ୍ରସ୍ତୁତି ଶେଷ

ଏହାସହ ସ୍କୁଲରେ ନୋ ମାସ୍କ ନୋ ଏଣ୍ଟ୍ରି (No Mask No Entry) ଫଳକ ଲାଗିଛି। ଏସଓପି ଆଧାରରେ ବିଦ୍ୟାଳୟ ଖୋଲିବା (SOP of School Opening) ପରେ ପର୍ଯ୍ୟାୟକ୍ରମେ ବିଭିନ୍ନ ସ୍କୁଲକୁ ଜିଲ୍ଲା ନୋଡାଲ ଅଧିକାରୀ ଗସ୍ତ କରିବେ। ସ୍କୁଲରେ ସାନିଟାଇଜର, ଥର୍ମାଲ ସ୍କ୍ରିନିଂ, ପାଣି ବ୍ୟବସ୍ଥା ବାଧ୍ୟତାମୂଳକ କରାଯାଇଛି। ସେହିପରି ସ୍କୁଲ, ହଷ୍ଟେଲ ପରିସରରେ ଆଇସୋଲେସନ ରୁମ୍ ବ୍ୟବସ୍ଥା କରାଯାଇଛି। ସାମାନ୍ୟ ଲକ୍ଷଣ ଛାତ୍ରଛାତ୍ରୀଙ୍କୁ ସେଠାରେ ରଖାଯିବ।