ଆସନ୍ତାକାଲି ଠାରୁ SOP ଆଧାରରେ ଖୋଲିବ School; ପ୍ରସ୍ତୁତି ଶେଷ
Advertisement
Article Detail0/zeeodisha/odisha950193

ଆସନ୍ତାକାଲି ଠାରୁ SOP ଆଧାରରେ ଖୋଲିବ School; ପ୍ରସ୍ତୁତି ଶେଷ

 ଛାତ୍ରଛାତ୍ରୀଙ୍କ ପାଇଁ ଅଲଗା ଅଲଗା ପ୍ରବେଶ ଓ ପ୍ରସ୍ଥାନ ସହ, ଶୌଚାଳୟ, ପ୍ରତି ମହଲାରେ ନନ୍ ଟଚ୍ ସାନିଟାଇଜର ରଖାଯାଇଛି।

ଆସନ୍ତାକାଲି ଠାରୁ SOP ଆଧାରରେ ଖୋଲିବ School; ପ୍ରସ୍ତୁତି ଶେଷ

ଭୁବନେଶ୍ୱର: ରାତି ପାହିଲେ ଖୋଲିବ ସ୍କୁଲ, ପ୍ରସ୍ତୁତି ଶେଷ। ଗଣଶିକ୍ଷା ବିଭାଗ ଏସଓପି ଆଧାରରେ ଆସନ୍ତାକାଲି ଠାରୁ ସାରା ରାଜ୍ୟରେ ଦଶମ, ଦ୍ଵାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଲାଗି ବିଦ୍ୟାଳୟରେ ଶ୍ରେଣୀ ଗୃହ ପାଠପଢ଼ା ଆରମ୍ଭ ହେବ।  କଟକଣା ଭିତରେ ସ୍କୁଲ ଆସିବେ ଛାତ୍ରଛାତ୍ରୀ, ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି। ସ୍କୁଲ, ହଷ୍ଟେଲ ଉଭୟ ଖୋଲୁଥିବାରୁ କିଭଳି ସାମାଜିକ ଦୂରତା ବଜାୟ ରହିବ ଗୁରୁତ୍ବ ଦିଆଯାଇଥିବା ବେଳେ ସ୍ବତନ୍ତ୍ର ଆଇସୋଲେସନ ଗୃହର ବ୍ୟବସ୍ଥା ହୋଇଛି। ସ୍କୁଲ ଆସିବାକୁ ଅଭିଭାବକଙ୍କ ଅନୁମତି ବାଧ୍ୟତାମୂଳକ। ବିନା ରିସେସରେ ନନଷ୍ଟପ୍ ପାଠପଢା ହେବ।  

ବାଜିବ ଘଣ୍ଟି, ଲାଗିବ ଗହଳି, ଆରମ୍ଭ ହେବ ପାଠପଢା। ସୋମବାର ଠାରୁ ରାଜ୍ୟରେ କୋଭିଡ କଟକଣା ଭିତରେ ଖୋଲିବ ବିଦ୍ୟାଳୟ ଆଉ ହଷ୍ଟେଲ। ସ୍ବତନ୍ତ୍ର ଏସଓପି ଆଧାରରେ କେବଳ ଦଶମ, ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଲାଗି ଶ୍ରେଣୀ ଗୃହ ପାଠପଢ଼ା ଆରମ୍ଭ ହେବ। ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି। ବିଦ୍ୟାଳୟରେ ବିଶୋଧନ (Sanitization in School) କାମ ସହ ସଫେଇ କାମ ଶେଷ ହୋଇଛି। ଛାତ୍ରଛାତ୍ରୀଙ୍କ ପାଇଁ ଅଲଗା ଅଲଗା ପ୍ରବେଶ ଓ ପ୍ରସ୍ଥାନ ସହ, ଶୌଚାଳୟ, ପ୍ରତି ମହଲାରେ ନନ୍ ଟଚ୍ ସାନିଟାଇଜର (Non Touch Sanitizer) ରଖାଯାଇଛି। ଏହାସହ ନୋ ମାସ୍କ ନୋ ଏଣ୍ଟ୍ରି (No Mask No Entry) ଫଳକ ଲାଗିଛି। ଏସଓପି ଆଧାରରେ ବିଦ୍ୟାଳୟ ଖୋଲିବା (SOP of School Opening) ପରେ ପର୍ଯ୍ୟାୟକ୍ରମେ ବିଭିନ୍ନ ସ୍କୁଲକୁ ଜିଲ୍ଲା ନୋଡାଲ ଅଧିକାରୀ ଗସ୍ତ କରିବେ। ବିଦ୍ୟାଳୟ କର୍ତ୍ତୃପକ୍ଷ ସମସ୍ତ ପ୍ରସ୍ତୁତି ସହ ପିଲାଙ୍କ ଅପେକ୍ଷାରେ ରହିଛନ୍ତି। 

Also Read: କଟକଣାରେ ଖୋଲିବ ସ୍କୁଲ-ହଷ୍ଟେଲ; ଟିକାକରଣରେ ଶିକ୍ଷକଙ୍କୁ ଗୁରୁତ୍ୱ ଦେବାକୁ ଦାବି

 ସେପଟେ ଖୋର୍ଦ୍ଧା ଜିଲ୍ଲାରେ ସ୍ଥିତି ନେଇ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଶିକ୍ଷାଧିକାରୀ ଏବଂ ବ୍ଲକ୍ ଶିକ୍ଷାଧିକାରୀଙ୍କ ସମେତ ନୋଡାଲ ଶିକ୍ଷକଙ୍କ ସହ ବୈଠକ କରି ସମୀକ୍ଷା କରିଛନ୍ତି। ସ୍କୁଲ କିପରି ଏସଓପି ଅନୁସାରେ ଖୋଲିବ ସେ ଦିଗରେ ଆଲୋଚନା ହୋଇଛି। ସ୍କୁଲରେ ସାନିଟାଇଜର, ଥର୍ମାଲ ସ୍କ୍ରିନିଂ, ପାଣି ବ୍ୟବସ୍ଥା ବାଧ୍ୟତାମୂଳକ କରାଯାଇଛି। ସେହିପରି ସ୍କୁଲ, ହଷ୍ଟେଲ ପରିସରରେ ଆଇସୋଲେସନ ରୁମ୍ ବ୍ୟବସ୍ଥା କରାଯାଇଛି। ସାମାନ୍ୟ ଲକ୍ଷଣ ଛାତ୍ରଛାତ୍ରୀଙ୍କୁ ସେଠାରେ ରଖାଯିବ। ଅଭିଭାବକ ବିନା ଭୟରେ ପିଲାଙ୍କୁ ନିଜ ଅନୁମତି ପତ୍ର ଦେଇ ବିଦ୍ୟାଳୟ ପଠାଇପାରିବେ।