ବର୍ଷା ଗଲା, ଖସିବ ପାରା; ଆସୁଛି ଶୀତ ଲହରି, ଥରିବ ଆଭ୍ୟନ୍ତରୀଣ ଓଡ଼ିଶା
Advertisement
Article Detail0/zeeodisha/odisha1060273

ବର୍ଷା ଗଲା, ଖସିବ ପାରା; ଆସୁଛି ଶୀତ ଲହରି, ଥରିବ ଆଭ୍ୟନ୍ତରୀଣ ଓଡ଼ିଶା

ରାଜ୍ୟରେ ଗତ କିଛି ଦିନ ଧରି ଜାରି ରହିଥିବା ବର୍ଷା ଏବେ ଶେଷ ହୋଇଛି। ଆସନ୍ତା ୪ ଦିନ ପାଗ ଶୁଖିଲା ରହିବ। ୨ ଦିନ ମଧ୍ୟରେ ରାତିର ସର୍ବନିମ୍ନ ତାପମାତ୍ରା ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ କମିବା ନେଇ ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି। 

ଫାଇଲ ଫଟୋ

ଭୁବନେଶ୍ୱର: ରାଜ୍ୟକୁ ପୁଣି ଫେରିବ ଶୀତ। ଶୁକ୍ରବାର ଠାରୁ ରାତିର ତାପମାତ୍ରା ଲଗାତାର ହ୍ରାସ ପାଉଛି। ଜାନୁଆରୀ ୩ରୁ ଶୀତ ଲହରି ଆସିବ। ବିଶେଷ କରି ଆଭ୍ୟନ୍ତରୀଣ ଓଡ଼ିଶାରେ ଥଣ୍ଡା ବଢିବା ସହ ଘନ କୁହୁଡି ଘିନଭୂତ ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ରାଜ୍ୟରେ ଗତ କିଛି ଦିନ ଧରି ଜାରି ରହିଥିବା ବର୍ଷା ଏବେ ଶେଷ ହୋଇଛି। ଆସନ୍ତା ୪ ଦିନ ପାଗ ଶୁଖିଲା ରହିବ। ୨ ଦିନ ମଧ୍ୟରେ ରାତିର ସର୍ବନିମ୍ନ ତାପମାତ୍ରା ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ କମିବା ନେଇ ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି। ଏହାସହ ଆସନ୍ତା ୩ ତାରିଖ ବେଳକୁ ଆଭ୍ୟନ୍ତରୀଣ ଓଡ଼ିଶାରେ ଶୀତ ଲହରୀ ପ୍ରବାହିତ ନେଇ କିଛି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି।

Also Read: ବିପଦ ବଢାଇଲା ବର୍ଷା-କୁହୁଡି ମିଶା ପାଗ, ଆଜି ୧୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଉପକୂଳ ଓଡିଶାରେ ମଧ୍ୟ ରାତିର ତାପମାତ୍ରା କ୍ରମାନ୍ଵୟ ଭାବେ କମ ହେବ। ଗତ ୨୪ ଘଣ୍ଟାରେ ଦାରିଙ୍ଗବାଡିରେ ସର୍ବନିମ୍ନ ତାପମାତ୍ରା ରେକର୍ଡ ହୋଇଥିବା କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ପୂର୍ବ ଉତ୍ତର ପ୍ରଦେଶ ଓ ଏହାର ଆଖପାଖ ଅଂଚଳରେ ଓ୍ବେଷ୍ଟର୍ଣ୍ଣ ଡିଷ୍ଟବାନ୍ସ୍ ହେତୁ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଯାହାର ପ୍ରଭାବରେ ରାଜ୍ୟର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେଉଥିଲା। 

 

Also Read: ଇଶ୍ୱରଙ୍କୁ ନେଇ ଟଣାଓଟରା; ଚର୍ଚ୍ଚ ସମ୍ମୁଖରେ ମହିଳାଙ୍କ ଅହୋରାତ୍ର ଧାରଣାଇଶ୍ୱରଙ୍କୁ ନେଇ ଟଣାଓଟରା; ଚର୍ଚ୍ଚ ସମ୍ମୁଖରେ ମହିଳାଙ୍କ ଅହୋରାତ୍ର ଧାରଣାଇଶ୍ୱରଙ୍କୁ ନେଇ ଟଣାଓଟରା; ଚର୍ଚ୍ଚ ସମ୍ମୁଖରେ ମହିଳାଙ୍କ ଅହୋରାତ୍ର ଧାରଣା