ଗୃହରେ ଉଠିଲା OPGC ପ୍ରସଙ୍ଗ
Advertisement
Article Detail0/zeeodisha/odisha646621

ଗୃହରେ ଉଠିଲା OPGC ପ୍ରସଙ୍ଗ

ଏହି କମ୍ପାନୀର କର୍ମଚାରୀଙ୍କୁ ଅଧିକ ଦରମା ଦିଆଯାଉଥିବା ବେଳେ ରାଜ୍ୟ ସରକାରଙ୍କ କର୍ମଚାରୀଙ୍କୁ କମ୍ ଦରମା ଦିଆଯାଉଛି । ଯାହାକି ଦକ୍ଷିଣ ଆଫ୍ରିକାର ବର୍ଣ୍ଣ ବୈଷମ୍ୟଠାରୁ କିଛି କମ ନୁହେଁ ବୋଲି କହିଛନ୍ତି ବିଜେଡି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ । 

ପ୍ରତୀକାତ୍ମକ ଫଟୋ

ଯଯାତି ମହାନ୍ତି, ଭୁବନେଶ୍ୱର: ଗୃହରେ ଉଠିଲା OPGC ପ୍ରସଙ୍ଗ । ବିଜେଡି ସଭ୍ୟ ସୌମ୍ୟରଞ୍ଜନ ପଟ୍ଟନାୟକ, କିଶୋର ମହାନ୍ତି ଏହି ପ୍ରସଙ୍ଗ ଉଠାଇଲେ। ଅମର ଶତପଥି, ବିରୋଧି ଦଳ ନେତା ପ୍ରଦୀପ୍ତ ନାୟକ, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ସେମାନଙ୍କ ସହ ସ୍ୱର ମିଳାଇଛନ୍ତି । ଓଡିଶା ପାୱାର ଜେନେରେସନ କମ୍ପାନୀ କର୍ମଚାରୀ କଳାବ୍ୟାଚ ପିନ୍ଧି ପ୍ରତିବାଦରେ ବସିଛନ୍ତି । ଏବେ ଏହି କମ୍ପାନୀ ଓଡିଶା ଛାଡିବାକୁ ବସିଛି । ତାର ସେୟାର ଅନ୍ୟ କମ୍ପାନୀକୁ ବିକ୍ରି କରିବ। ଏବେ ତୃତୀୟ ଓ ଚତୁର୍ଥ ୟୁନିଟ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇପାରି ନାହିଁ । ପ୍ରଥମ ଓ ଦ୍ଵିତୀୟ ୟୁନିଟରୁ ଉତ୍ପାଦନ ବାରମ୍ବାର ବାଧାପ୍ରାପ୍ତ ହେଉଛି ।

ଏହି କମ୍ପାନୀର କର୍ମଚାରୀଙ୍କୁ ଅଧିକ ଦରମା ଦିଆଯାଉଥିବା ବେଳେ ରାଜ୍ୟ ସରକାରଙ୍କ କର୍ମଚାରୀଙ୍କୁ କମ୍ ଦରମା ଦିଆଯାଉଛି । ଯାହାକି ଦକ୍ଷିଣ ଆଫ୍ରିକାର ବର୍ଣ୍ଣ ବୈଷମ୍ୟଠାରୁ କିଛି କମ ନୁହେଁ ବୋଲି କହିଛନ୍ତି ବିଜେଡି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ । ସେହିଭଳି ଝାରସୁଗୁଡା ବିଧାୟକ କିଶୋର ମହାନ୍ତି ମଧ୍ୟ ସମାନ କଥା ଉଠାଇବା ସହିତ କର୍ମଚାରୀଙ୍କ ପ୍ରତିବାଦ ଯୋଗୁଁ ଉତ୍ପାଦନ ବାଧାପ୍ରାପ୍ତ ହେବାକୁ ଯାଉଥିବା କହିଛନ୍ତି । କେବଳ ଶାସକ ନୁହନ୍ତି ବିରୋଧୀ ଦଳର ନେତା ପ୍ରଦୀପ୍ତ ନାୟକ ବି ଏହି ପ୍ରସଙ୍ଗ ଶୂନ୍ୟକାଳରେ ଉଠାଇଥିଲେ । କଂଗ୍ରେସ ବିଧାୟକ ନରସିଂହ ମିଶ୍ର ବି ଓପିଜିସିର ଦୂରାବସ୍ଥା ପାଇଁ ସରକାରଙ୍କୁ ଦାୟୀ କରିଛନ୍ତି । ଏ ବାବଦରେ ଶକ୍ତି ମନ୍ତ୍ରୀ ସ୍ଥିତିର ସମୀକ୍ଷା କରିବା ସହ କର୍ମଚାରୀଙ୍କ ଦାବି ଶୁଣନ୍ତୁ ବୋଲି ସଭ୍ୟମାନେ ଦାବି ରଖିଛନ୍ତି ।