ଆପଣ ବାହା ହେବେ, ପ୍ଲାନିଂ କରିବ ଓଟିଡିସି... ଜାଣନ୍ତୁ ଧମାକାଦାର ପ୍ୟାକେଜ ବିଷୟରେ
Advertisement
Article Detail0/zeeodisha/odisha612452

ଆପଣ ବାହା ହେବେ, ପ୍ଲାନିଂ କରିବ ଓଟିଡିସି... ଜାଣନ୍ତୁ ଧମାକାଦାର ପ୍ୟାକେଜ ବିଷୟରେ

ବାହାଘର ପାଇଁ ଧମାକାଦାର ପ୍ୟାକେଜ ଘୋଷଣା କରିଛି ଓଟିଡିସି

ଆପଣ ବାହା ହେବେ, ପ୍ଲାନିଂ କରିବ ଓଟିଡିସି... ଜାଣନ୍ତୁ ଧମାକାଦାର ପ୍ୟାକେଜ ବିଷୟରେ

ଭୁବନେଶ୍ୱର: ବାହାଘରକୁ ସ୍ମରଣୀୟ କରିବା ପାଇଁ ଚାହୁଁଛନ୍ତି କି ? ସହରରୁ ଦୂରରେ ଯାଇ ବାହାହେବା ପାଇଁ ଚାହୁଁଛନ୍ତି କି ? ପର୍ଯ୍ୟଟନସ୍ଥଳୀରେ ବିବାହ ଉତ୍ସବ ସହ ବନ୍ଧୁବାନ୍ଧବଙ୍କ ସହ ମନୋରମ ଦୃଶ୍ୟର ଉପଭୋଗ କରିବା ପାଇଁ ଚାହୁଁଛନ୍ତି କି ? ଖାଲି ବାହାଘର ନୁହେଁ ମେହେନ୍ଦି ଉତ୍ସବ, ସଂଗୀତ ଉତ୍ସବ ମଧ୍ୟ ଆପଣ ପାଳିପାରିବେ । ଚାହିଁଲେ ଆପଣଙ୍କ ସଂଗୀତ ଉତ୍ସବରେ ନାମିଦାମୀ କଣ୍ଠଶିଳ୍ପୀ ବି ଗୀତ ମଧ୍ୟ ଗାଇବେ । ବାହାଘର ପରେ ପର୍ଯ୍ୟଟନସ୍ଥଳୀରେ ହନିମୁନ ପ୍ୟାକେଜ ପାଇପାରିବେ । ଏଭଳି ଏକ ଧମାକାଦାର ପ୍ୟାକେଜ ନେଇ ଘୋଷଣା କରିଛି ଓଟିଡିସି । ସମସ୍ତ ପାନ୍ଥନିବାସରେ ଏବେ ବିବାହ ପାଇଁ ପ୍ୟାକେଜ ପ୍ରସ୍ତୁତ କରାଯାଇଛି । GO IBIBO, MAKE MY TRIP, YATRA ଆପ ମାଧ୍ୟମରେ ଉଭୟ eco retreat, ବାହାଘର ପାଇଁ ପାନ୍ଥନିବାସ ବୁକିଙ୍ଗ କରିପାରିବେ । ମିନିମମ ୫୦ ହଜାର ଟଙ୍କାରେ ବୁକିଙ୍ଗ ହୋଇଯିବ ପାନ୍ଥନିବାସ । ପ୍ରାଥମିକ ଭାବେ ଗୋପାଳପୁର, ରମ୍ଭା, କୋଣାର୍କ, ପୁରୀ, ଚାନ୍ଦିପୁର, ବଡ଼କୁଳ ପାନ୍ଥନିବାସରେ ଏହି ସୁବିଧା ଉପଲବ୍ଧ ହେବ ।

ସେହିପରି ପର୍ଯ୍ୟଟନସ୍ଥଳୀ ବୁଲିବା ପାଇଁ ସ୍ୱତନ୍ତ୍ର ବସ ବ୍ୟବସ୍ଥା କରିଛି ଓଟିଡିସି । ପ୍ରାଥମିକ ଭାବେ କଳାହାଣ୍ଡି ଓ ବଲାଙ୍ଗୀର ଜିଲାର ପର୍ଯ୍ୟଟନସ୍ଥଳୀ ଗୁଡିକ ବୁଲିବା ପାଇଁ ୨ଟି ବସର ବ୍ୟବସ୍ଥା କରାଯାଇଛି । ଚିଲିକାର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ସହିତ ଖାଇବା ବ୍ୟବସ୍ଥା ଯୋଗାଇବା ପାଇଁ ନୂଆ ଯୋଜନା ପ୍ରସ୍ତୁତ କରୁଛି ଓଟିଡିସି । ଭାସମୟ ରେସ୍ତୋରାଁ (FLOATING RESTAURANT) ଓ ହାଉସ ବୋଟ (HOUSE BOAT)ର ବ୍ୟବସ୍ଥା ଯୋଗାଇ ଦେବାପାଇଁ ଯୋଜନା କରାଯାଉଛି । ସେହିପରି କୋଣାର୍କରେ ହୋଇଥିବା ECO RETREAT କୁ ସମସ୍ତ ଲୋକ ବୁଲି ଦେଖିବା ପାଇଁ ବ୍ୟବସ୍ଥା କରାଯାଇଛି । ରାଜ୍ୟରେ ପର୍ଯ୍ୟଟନର ବିକାଶ କରିବା ସହ ପର୍ଯ୍ୟଟକଙ୍କୁ ସମସ୍ତ ସୁବିଧା ଯୋଗାଇ ଦେବା ଲକ୍ଷ୍ୟରେ ଓଟିଡିସି ।