OTET ପରୀକ୍ଷା ତାରିଖ ଘୋଷଣା, ଗୁରୁବାରଠୁ ମିଳିବ ଆଡ୍‌ମିଟ କାର୍ଡ
Advertisement
Article Detail0/zeeodisha/odisha876140

OTET ପରୀକ୍ଷା ତାରିଖ ଘୋଷଣା, ଗୁରୁବାରଠୁ ମିଳିବ ଆଡ୍‌ମିଟ କାର୍ଡ

ଏପ୍ରିଲ ୯ ତାରିଖରୁ OTET -2021ର ପରୀକ୍ଷା ହେବ। ଆଶାୟୀମାନେ ଗୁରୁବାର ସକାଳ ୧୦ଟାରୁ bseodisha.nic.in ରେ ଆଡମିଟ କାର୍ଡ ଡାଉନଲୋଡ କରିପାରିବେ।

ପ୍ରତିକାତ୍ମକ ଫଟୋ

ଭୁବନେଶ୍ୱର: କୋରୋନା କଟକଣା ମଧ୍ୟରେ ରାଜ୍ୟରେ ଅନୁଷ୍ଠିତ ହେବ OTET ପରୀକ୍ଷା। ଏଥିପାଇଁ ବୁଧବାର ତାରିଖ ଘୋଷଣା କରାଯାଇଛି। ଏପ୍ରିଲ ୯ ତାରିଖରୁ ନିର୍ଦ୍ଧାରିତ ସେଣ୍ଟରରେ ପରୀକ୍ଷା ହେବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କୁହାଯାଇଛି।

ଏପ୍ରିଲ ୯ ତାରିଖରୁ OTET -2021ର ପରୀକ୍ଷା ହେବ। ଆଶାୟୀମାନେ ଗୁରୁବାର ସକାଳ ୧୦ଟାରୁ bseodisha.nic.in ରେ ଆଡମିଟ କାର୍ଡ ଡାଉନଲୋଡ କରିପାରିବେ। ୨ଟି ସିଟିଂରେ ପରୀକ୍ଷା ହେବାକୁ ଥିବା ବେଳେ ପ୍ରଥମ ସିଟିଂରେ Paper-I ଓ ଦ୍ୱିତୀୟ ସିଟିଂରେ Paper-IIର ପରୀକ୍ଷା ହେବ। ତେବେ ପ୍ରଥମ ସଟିଂ ସକାଳ ୮ଟା ଓ ଦ୍ୱିତୀୟ ସିଟିଂ ମଧ୍ୟାହ୍ଣ ୧୨ଟାରୁ ଆରମ୍ଭ ହେବ। ପ୍ରତି ସିଟିଂର ଅବଧି ୧୫୦ ମିନିଟ ରହିବ।

Also Read: ରାଜ୍ୟ ସରକାରଙ୍କ ଏପ୍ରିଲ ଗାଇଡଲାଇନ୍, ସ୍ଥାନୀୟ ପ୍ରଶାସନ ହାତରେ ଲଗାମ୍

 

ଗତ ଫେବୃଆରୀ ୨୦ ତାରିଖରୁ OTET -2021 ପାଇଁ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏଥର ୧ ଲକ୍ଷ ୨୫ ହଜାରରୁ ଊର୍ଦ୍ଧ୍ୱ ପରୀକ୍ଷାର୍ଥୀ ପଞ୍ଜିକରଣ କରିଛନ୍ତି। ପରୀକ୍ଷା ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ମୋଟ 
୪୯୧ଟି କେନ୍ଦ୍ର ଚିହ୍ନଟ କରାଯାଇଛି। ତେବେ ପରୀକ୍ଷା ବେଳେ କେନ୍ଦ୍ରରେ କୋରୋନା ଗାଇଡଲାଇନକୁ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।