ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ସ୍ମୃତି ପଟ୍ଟନାୟକ ନିଜ ଟିମ୍ ସହ ଗତ କିଛି ଦିନ ତଳେ ପରୀର ପିତାମାତାଙ୍କୁ ଭେଟି ଶାନ୍ତ୍ୱନା ଜଣାଇଥିବା ବେଳେ ମାନବିକତା ଦୃଷ୍ଟିକୋଣରୁ ଶାସକ ବିଜେଡିର କୌଣସି ନେତା କିମ୍ବା ମନ୍ତ୍ରୀ କେହି ସେମାନଙ୍କୁ ଭେଟିବାକୁ ଉଚିତ୍ ମଣିନାହାଁନ୍ତି।
Trending Photos
ଶାନ୍ତସ୍ବରୂପ ରାଉତ,ଭୁବନେଶ୍ବର: ନୟାଗଡ 'ପରୀ' ହତ୍ୟା ଘଟଣାକୁ (Pari Murder Case)ନେଇ ରାଜନୀତିକ ବୟାନବାଜି ସହ ସ୍ଥାନୀୟ ବିଧାୟକ (Nayagarh MLA)ତଥା କୃଷି ମନ୍ତ୍ରୀ (Agriculture Minister)ଅରୁଣ ସାହୁଙ୍କ (Arun Sahoo)ବହିଷ୍କାର ଦାବି ଜୋରଧରିଛି। ହେଲେ ଏହି ମାମଲାରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ଏବଂ ଓଡିଶା ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ ସଦସ୍ୟ ସନ୍ଧ୍ୟାବତୀ ପ୍ରଧାନଙ୍କ ଭୂମିକାକୁ ନେଇ ଏବେ ସାଧାରଣରେ ପ୍ରଶ୍ନ ଉଠିଛି।
ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ସ୍ମୃତି ପଟ୍ଟନାୟକ ନିଜ ଟିମ୍ ସହ ଗତ କିଛି ଦିନ ତଳେ ପରୀର ପିତାମାତାଙ୍କୁ ଭେଟି ଶାନ୍ତ୍ୱନା ଜଣାଇଥିବା ବେଳେ ମାନବିକତା ଦୃଷ୍ଟିକୋଣରୁ ଶାସକ ବିଜେଡିର କୌଣସି ନେତା କିମ୍ବା ମନ୍ତ୍ରୀ କେହି ସେମାନଙ୍କୁ ଭେଟିବାକୁ ଉଚିତ୍ ମଣିନାହାଁନ୍ତି। ପରୀର ପିତାମାତାଙ୍କୁ ନ୍ୟାୟ ଦେବାକୁ ମନ୍ତ୍ରୀ ଟୁକୁନି ସାହୁ କିମ୍ବା ଶିଶୁ ସୁରକ୍ଷା ଆୟୋଗ ସଦସ୍ୟା ଏପର୍ଯ୍ୟନ୍ତ ସାମାନ୍ୟତମ ଆଶ୍ୱାସନା ଦେଇନାହାଁନ୍ତି।
Also Read:ପରୀ ହତ୍ୟା ମାମଲା; SIT ଗଠନ ପରେ ବି ଉଗ୍ର ବିଜେପି
ତେବେ ଜୁଲାଇ ୧୪ ତାରିଖରୁ ନୟାଗଡ଼ ସଦର ଥାନା ଅନ୍ତର୍ଗତ ଯଦୁପୁର ଗ୍ରାମର ୫ ବର୍ଷର ଝିଅ 'ପରୀ' ନିଖୋଜ ଏବଂ ହତ୍ୟା ଘଟଣାକୁ ୪ ମାସ ବିତିଯାଇଥିଲେ ମଧ୍ୟ ତାକୁ ନ୍ୟାୟ ଦେବା ଦିଗରେ ଶାସନ କଳର ଉଦ୍ୟମ ଆଗରେ ଏବେ ବିରାଟ ପାଚେରୀ ଛିଡା ହୋଇଛି। ଗଣମାଧ୍ୟମରେ ବାରମ୍ବାର ଏହି ଖବର ପ୍ରକାଶ ପାଉଥିଲେ ମଧ୍ୟ ୪ ମାସ ଧରି ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ ଓ ରାଜ୍ୟ ମହିଳା ଓ ଶିଶୁବିକାଶ ମନ୍ତ୍ରୀ ସମ୍ବେଦନହୀନ ହୋଇ ବସି ରହିଛନ୍ତି।
'ପରୀ' କୁ ନ୍ୟାୟ ପ୍ରଦାନ ଦାବିରେ ତା'ର ପିତାମାତା ବିଗତ କିଛି ଦିନ ତଳେ ବିଧାନସଭା ସମ୍ମୁଖରେ ଆତ୍ମହତ୍ୟା ପାଇଁ ଉଦ୍ୟମ କରିବା ପରେ ରାଜ୍ୟ ସରକାରଙ୍କ ଚେତା ପଶିଥିଲା। ଆଉ ବିରୋଧି ବିଜେପି-କଂଗ୍ରେସ ଏ ପ୍ରସଙ୍ଗରେ ସରକାରଙ୍କୁ ଘେରିଥିଲେ। ତାହାକୁ ନେଇ ବାରମ୍ବାର ବିଧାନସଭା ମୁଲତବୀ ପରେ ଆଜି ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଛି। ହେଲେ ତଥାପି ବିଭାଗୀୟ ମନ୍ତ୍ରୀ କିମ୍ବା ଶିଶୁ ଆୟୋଗଙ୍କ ନିଦ ଭାଙ୍ଗୁନାହିଁ। କାହା ଚାପରେ ବଶବର୍ତ୍ତୀ ନା କାହା ନିର୍ଦ୍ଦେଶକୁ ଦୁହେଁ ଅପେକ୍ଷା କରିଛନ୍ତି ତାହା ଏବେ ଅସ୍ପଷ୍ଟ ରହିଛି।