ବୁଡ଼ ସହ ଡଙ୍ଗା ଭସାଣୀ ଉପରେ ରୋକ୍ ଲଗାଯାଇଛି। ସମସ୍ତ ଘାଟ ଏବଂ ପୋଖରୀରେ ପୋଲିସ ମୁତୟନ ରହିବେ।
Trending Photos
ଶାନ୍ତସ୍ବରୂପ ରାଉତ, ଭୁବନେଶ୍ବର: ନୂଆ ଆଶା, ନୂଆ ଉତ୍ସାହ, ଆନନ୍ଦ ଓ ଉଲ୍ଲାସ ନେଇ ଆସେ କାର୍ତ୍ତିକ ପୂର୍ଣ୍ଣିମା (kartik purnima) । ହେଲେ ଚଳିତବର୍ଷ କୋଭିଡ କଟକଣା ଯୋଗୁଁ ଫିକା ପଡୁଛି କାର୍ତ୍ତିକ ଉତ୍ସବ। ଏଥର ସଂକ୍ରମଣ ରୋକିବାକୁ ସମୂହ ଡଙ୍ଗା ଭସାଣକୁ ବାରଣ କରାଯାଇଛି। ରାଜଧାନୀ ଭୁବନେଶ୍ବରର କୌଣସି ପୋଖରୀ କିମ୍ବା ଘାଟରେ ଡଙ୍ଗା ଭସାଇବା ମନା। ଏହାକୁ ଜଗିବା ପାଇଁ ପୋଲିସ ଫୋର୍ସ ମୁତୟନ ହେବେ। ସେପଟେ କୋରୋନା ପାଇଁ ଡଙ୍ଗା କାରିଗରଙ୍କ ବେପାର ଉଜୁଡିଯାଇଛି।
Also Read: ଆସନ୍ତାକାଲିଠୁ କାର୍ତ୍ତିକ ବ୍ରତ, ଶ୍ରୀମନ୍ଦିର ପରିକ୍ରମା ପାଇଁ ଖୋଲିଲା ମଙ୍ଗୁ ମଠ ମାର୍ଗ
ଏଥର ଶୁଭିବନି ''ଆ କା ମା ବୈ, ପାନ ଗୁଆ ଥୋଇ ପାନ ଗୁଆ ତୋର, ମାସକ ଧରମ ମୋର !" ସମୂହ ବୋଇତ ବନ୍ଦାଣ (Boita Bandana) ଉତ୍ସବକୁ ବାରଣ କରିବା ପରେ ଏଥର ଘରେ ଘରେ ଉତ୍ସବ ପାଳନ ହେବ। ଭୁବନେଶ୍ବର (Bhubaneswar) ସ୍ଥିତ ପବିତ୍ର ପୁଷ୍କରିଣୀ ବିନ୍ଦୁ ସାଗର (Bindu sagar) ରେ ବୁଡ଼ ସହ ଡଙ୍ଗା ଭସାଣୀ ଉପରେ ରୋକ୍ ଲଗାଯାଇଛି। ସମସ୍ତ ଘାଟ ଏବଂ ପୋଖରୀରେ ପୋଲିସ ମୁତୟନ ରହିବେ। କୋଭିଡ ନିୟମ ଭାଙ୍ଗି ଡଙ୍ଗା ଭସାଇଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଭୁବନେଶ୍ବର ଡିସିପି (DCP) ଉମାଶଙ୍କର ଦାସ କହିଛନ୍ତି।
ସରକାରଙ୍କ କୋରୋନା କଟକଣା ପାଇଁ ଚଳିତବର୍ଷ ଡଙ୍ଗା ଭସାଇବା ବିଧି ଏକପ୍ରକାର ଠପ୍ ହୋଇଛି। ସମୂହ ବୋଇତ ବନ୍ଦାଣକୁ ବାରଣ କରାଯାଇଥିବା ବେଳେ ଘରେ ରହି ଉତ୍ସବ ପାଳନ କରିବାକୁ ସଭିଏଁ ମନସ୍ଥ କରିଛନ୍ତି। ଫଳରେ ଦୀର୍ଘ ବର୍ଷ ଧରି ଛୋଟ ବଡ ଡଙ୍ଗା ତିଆରି କରୁଥିବା କାରିଗର ହତାଶ ହୋଇପଡିଛନ୍ତି।
ଭୁବନେଶ୍ବର ବିନ୍ଦୁସାଗର ଅଂଚଳର କାରିଗର ହୃଷିକେଶ ବେହେରା କହିଛନ୍ତି, "୧୫ ବର୍ଷ ଧରି ସେ ବିନ୍ଦୁସାଗର ଓ ଚନ୍ଦ୍ରଶେଖରପୁର ବୋଇତ ବନ୍ଦାଣ ଉତ୍ସବ ଲାଗି ଡଙ୍ଗା ପ୍ରସ୍ତୁତ କରୁଛନ୍ତି। ହେଲେ ଏବର୍ଷ ନା ବଡ ନା ଛୋଟ କୌଣସି ଡଙ୍ଗା ପାଇଁ ଅର୍ଡର ଆସିନାହିଁ। କୋଭିଡ ସ୍ଥିତିରେ ସମସ୍ତ ପାର୍ବଣ ଋୁତୁ ଉପରେ ରୋକ ଲାଗିବା ପରେ ଏହାଦ୍ବାରା ଯାହା ଦୁଇ ପଇସା ରୋଜଗାର କରିଥାନ୍ତେ ତା’ବି ଗଲା।"
କାର୍ତ୍ତିକ ପୂର୍ଣ୍ଣିମା ବା ରାସ ପୂର୍ଣ୍ଣିମା ନାମରେ ପରିଚିତ ଏହି ପର୍ବ ଓଡିଶାର ଆଚାର ବିଚାର, ଚାଲିଚଳଣୀ ତଥା ଧର୍ମୀୟ ଭାବନା ସହିତ ଜଡ଼ିତ। ଏହାକୁ ଢେର ଆଗରୁ ଆଖି ଆଗରେ ରଖି ଡଙ୍ଗା କାରିଗରମାନେ ପ୍ରସ୍ତୁତି ଆରମ୍ଭ କରିଦେଇଥାନ୍ତି। ହେଲେ ଦିନ କେଇଟା ପୂର୍ବରୁ ପ୍ରଶାସନ କଟକଣା ଲଗାଇବା ପରେ ଏଥର ବେପାର ଉଜୁଡିଯାଇଛି। କିଛି ଆଶା ଓ ଆଶଙ୍କାରେ ତିଆରି କରୁଥିବା ଡଙ୍ଗାକୁ ନେଇ ପସରା ମେଲିଥିବା ବେଳେ ବେପାର ଠପ୍ ହୋଇଥିବା କହିଛନ୍ତି ୟୁନିଟ ୧ର ବ୍ୟବସାୟୀ।
Also Read: ଶ୍ରୀକ୍ଷେତ୍ରରେ କାର୍ତ୍ତିକ ବ୍ରତ ପାଳନକୁ ନେଇ ସଜାଗ ପ୍ରଶାସନ
କଦଳୀ ପାଟୁଆ ହେଉ ଅବା କାଗଜ କି ସୋଲ, ପେଟି ଆଦିରେ ଭିନ୍ନ ଭିନ୍ନ ଡଙ୍ଗା ଏବେ ଅଲୋଡା ହୋଇ ପଡିରହିଛି। ତେବେ କୋରୋନା ପାଇଁ ଚଳିତବର୍ଷ ପାର୍ବଣ ଋତୁ ଆରମ୍ଭରୁ କଟକଣା ଜାରି ହୋଇ ଆସୁଛି। ଧିରେ ଧିରେ ସ୍ଥିତିକୁ ଦେଖି ସରକାର ପଦକ୍ଷେପମାନ ନେଉଛନ୍ତି। ଯାହାକୁ କିଛି ମାନୁଛନ୍ତି ତ କିଛି ନାରାଜ। ସେ ଯାହା ହେଉନାହିଁ ନା କାହିଁକି, ମହାମାରୀ କାଳରେ ଆମକୁ ପ୍ରଥମେ ସତର୍କ ପରେ ଉତ୍ସବ ପାଳନ କରିବା ଆବଶ୍ୟକ।