ବରିଷ୍ଠ ପ୍ରଶାସକ ଏସଏନ ତିଓ୍ୱାରୀଙ୍କ ଦେହାନ୍ତ
Advertisement
Article Detail0/zeeodisha/odisha724067

ବରିଷ୍ଠ ପ୍ରଶାସକ ଏସଏନ ତିଓ୍ୱାରୀଙ୍କ ଦେହାନ୍ତ

ଆରପାରିରେ ପୂର୍ବତନ ବରିଷ୍ଠ ପୋଲିସ ପ୍ରଶାସକ ଏସ.ଏନ ତିଓ୍ୱାରୀ । ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ ଶ୍ୟାମ ନାରାୟଣ ତିୱାରୀ ବା ଏସ୍ ଏନ୍ ତିୱାରୀ ଆଉ ଆମ ଗହଣରେ ନାହାନ୍ତି । ୮୧ ବର୍ଷ ବୟସରେ ସେ ଦେହତ୍ୟାଗ କରିଛନ୍ତି । ଦୀର୍ଘ ଦିନ ହେବ କର୍କଟ ରୋଗରେ ପୀଡିତ ହୋଇ ଭୁବନେଶ୍ୱର ଏକ ଘରୋଇ ଡାକ୍ତାରଖାନାରେ ଚିକିସ୍ତ୍ରାଧିନ ଅବସ୍ଥାରେ ମୃତ୍ୟୁ ଘଟିଛି ।&nb

ବରିଷ୍ଠ ପ୍ରଶାସକ ଏସଏନ ତିଓ୍ୱାରୀଙ୍କ ଦେହାନ୍ତ

ଭୁବନେଶ୍ୱର: ଆରପାରିରେ ପୂର୍ବତନ ବରିଷ୍ଠ ପୋଲିସ ପ୍ରଶାସକ ଏସ.ଏନ ତିଓ୍ୱାରୀ । ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ ଶ୍ୟାମ ନାରାୟଣ ତିୱାରୀ ବା ଏସ୍ ଏନ୍ ତିୱାରୀ ଆଉ ଆମ ଗହଣରେ ନାହାନ୍ତି । ୮୧ ବର୍ଷ ବୟସରେ ସେ ଦେହତ୍ୟାଗ କରିଛନ୍ତି । ଦୀର୍ଘ ଦିନ ହେବ କର୍କଟ ରୋଗରେ ପୀଡିତ ହୋଇ ଭୁବନେଶ୍ୱର ଏକ ଘରୋଇ ଡାକ୍ତାରଖାନାରେ ଚିକିସ୍ତ୍ରାଧିନ ଅବସ୍ଥାରେ ମୃତ୍ୟୁ ଘଟିଛି । 

ସ୍ୱର୍ଗତ ତିୱାରୀ ୧୯୬୩ ମସିହାରେ ଆଇପିଏସ୍ ଅଧିକାରୀ ଭାବେ କର୍ମମୟ ଜୀବନ ଆରମ୍ଭ କରିଥିଲେ । ଏହାରି ଭିତରେ ରାଜ୍ୟ ପୋଲିସ ଓ କେନ୍ଦ୍ରୀୟ ସୁରକ୍ଷା ସଂସ୍ଥାର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପଦପଦବୀରେ ରହିଥିଲେ । ସେ ଓଡିଶାର ପ୍ରଥମ ଓ ଏକମାତ୍ର ପୁଲିସ ଅଧିକାରୀ ଯିଏକି ଏସପିଜି ର ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ । 

ସେ ୮୧ ବର୍ଷ ବୟସ ରେ ବି ଦକ୍ଷ ଓ ଦୃଢମନା ରହି ଗଣମାଧ୍ୟମର ବିଭିନ୍ନ ପ୍ରସଙ୍ଗରେ ନିଜର ଅଭିଜ୍ଞତା ସହ ନାନା ଘଟଣା ଦୁର୍ଘଟଣାରେ ଆଲୋଚନା ଏବଂ ପରାମର୍ଶ ଦେଇ ବେଶ୍ ଚର୍ଚ୍ଚାରେ ରହିଥିଲେ । ତେବେ ତାଙ୍କର ଦେହାନ୍ତ ଖବର ପରେ ଶୁଭେଚ୍ଛୁ ଓ ଅନୁଗାମୀ ଭୁବନେଶ୍ବର ବାସଭବନରେ ଶେଷ ଦର୍ଶନ କରିଥିଲେ । ପରେ ସତ୍ୟନଗର ଶ୍ମଶାନରେ ତାଙ୍କର ଅନ୍ତେଷ୍ଟିକ୍ରିୟା ସଂପାଦନ କରାଯାଇଥିବା ପରିବାର ପକ୍ଷରୁ ସୂଚନା ଦିଆଯାଇଛି ।