ଆଉ ଶୁଭିବନି ତାଙ୍କ ହାତରୁ ତବଲାର ଶବ୍ଦ

ସେ ଓଡ଼ିଆ ଭଜନଠୁ ଆରମ୍ଭ କରି ଚଳଚିତ୍ର , ଆକାଶବାଣୀ ଓ ଦୂରଦର୍ଶନ ସହ ଅନେକ ଘରୋଇ ଟିଭି ଚ୍ୟାନେଲର କାର୍ଯ୍ୟକ୍ରମରେ କାମ କରି ଦର୍ଶକଙ୍କ ଅତିପ୍ରିୟ ହୋଇପାରିଥିଲେ । 

ଆଉ ଶୁଭିବନି ତାଙ୍କ ହାତରୁ ତବଲାର ଶବ୍ଦ
ବିଶିଷ୍ଟ ତବଲା ବାଦକ ରାଧାକାନ୍ତ ନନ୍ଦ

ସୌଭାଗ୍ୟ ରଞ୍ଜନ ମିଶ୍ର, ଭୁବନେଶ୍ୱର: ଓଡ଼ିଶାର ବିଶିଷ୍ଟ ତବଲା ବାଦକ ରାଧାକାନ୍ତ ନନ୍ଦ ଆଉ ନାହାନ୍ତି । ଏପରି ଏକ ସତକୁ ବିଶ୍ୱାସ କରିପାରୁନାହାନ୍ତି ତାଙ୍କର ବନ୍ଧୁ, ପରିବାର ବର୍ଗଙ୍କ ସହ ଓଡ଼ିଶାବାସୀ । ସ୍ୱର୍ଗତଃ ରାଧାକାନ୍ତ ନନ୍ଦ ବହୁ ପ୍ରତିଭାର ଅଧିକାରୀ ସହ ଜଣେ ଭଲ ମଣିଷ ଥିଲେ । ବିଶେଷକରି ତବଲା ବାଦ୍ୟ କ୍ଷେତ୍ରରେ ସାରା ଓଡ଼ିଶାରେ ସେ ଖୁବ୍ ଲୋକପ୍ରିୟ ଥିଲେ ।

ସେ ଓଡ଼ିଆ ଭଜନଠୁ ଆରମ୍ଭ କରି ଚଳଚିତ୍ର , ଆକାଶବାଣୀ ଓ ଦୂରଦର୍ଶନ ସହ ଅନେକ ଘରୋଇ ଟିଭି ଚ୍ୟାନେଲର କାର୍ଯ୍ୟକ୍ରମରେ କାମ କରି ଦର୍ଶକଙ୍କ ଅତିପ୍ରିୟ ହୋଇପାରିଥିଲେ । ଆଜି ନମ୍ଭେମ୍ୱର ୩୦ରେ ତାଙ୍କର ଭୁବନେଶ୍ୱରରେ ଏକ ସାଂସ୍କୁତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାର ମଧ୍ୟ ଥିଲା । କିନ୍ତୁ ଦୁର୍ଭାଗ୍ୟ ବଶତଃ ସେ ଆଉ ଆମମାନଙ୍କ ଗହଣରେ ନାହାନ୍ତି । ଦୀର୍ଘଦିନ ହେବ କ୍ୟାନ୍ସରରେ ପିଡ଼ିତ ଥିଲେ ମଧ୍ୟ ସେ ଖୁବ୍ ଦକ୍ଷଭାବେ ନିଜର କାର୍ଯ୍ୟ ସମ୍ପାଦନ କରୁଥିଲେ କିନ୍ତୁ ଆଜି କଟକର ଏକ ଘରୋଇ ହସ୍ପିଟାଲରେ ତାଙ୍କର ୫୮ ବର୍ଷରେ ପରଲୋକ ହୋଇଥିବା ସୂଚନା ମିଳିଛି । ଏହି ମହାନ୍ କଳାକାରଙ୍କ ବିୟୋଗରେ ଓଡ଼ିଆ ସଙ୍ଗୀତ ଜଗତରେ ଶୋକର ଛାୟା ଖେଳିଯାଇଛି ।