ହାତରେ ଲାଗିଲା ଆଉ ଏକ ଫୁଟେଜ୍, ଏବେବି ରହସ୍ୟଘେରରେ ଝରାଫୁଲ ଡେଥ୍ ମିଷ୍ଟ୍ରି
Advertisement

ହାତରେ ଲାଗିଲା ଆଉ ଏକ ଫୁଟେଜ୍, ଏବେବି ରହସ୍ୟଘେରରେ ଝରାଫୁଲ ଡେଥ୍ ମିଷ୍ଟ୍ରି

ଝରାଫୁଲ ଓ ଅଭିଯୁକ୍ତ ବୟଫ୍ରେଣ୍ଡ ରାକେଶ ଏକ ଫାଷ୍ଟଫୁଡ ଦୋକାନରେ ବିରିୟାନି ଖାଇବାର ଦୃଶ୍ୟ ରହିଛି । କିନ୍ତୁ ଏହି ଫୁଟେଜରେ ଝରାଫୁଲ ଅସୁସ୍ଥ ରହିଥିବା ଏକ ପ୍ରକାର ସ୍ପଷ୍ଟ ହୋଇଛି ।

ହାତରେ ଲାଗିଲା ଆଉ ଏକ ଫୁଟେଜ୍, ଏବେବି ରହସ୍ୟଘେରରେ ଝରାଫୁଲ ଡେଥ୍ ମିଷ୍ଟ୍ରି

ରାଜେଶ ସାମନ୍ତରାୟ, ଭୁବନେଶ୍ବର: ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ଛାତ୍ରୀ ଝରାଫୁଲ ଡେଥ୍ ମିଷ୍ଟ୍ରିର ଗୋଟିଏ ପରେ ଗୋଟିଏ ଫର୍ଦ୍ଦ ଖୋଲିବାରେ ଲାଗିଛି । ଗଣମାଧ୍ୟମ ହାତରେ ଲାଗିଛି ଆଉ ଏକ ସିସିଟିଭି ଫୁଟେଜ୍ । ଯେଉଁଥିରେ ଝରାଫୁଲ ଓ ଅଭିଯୁକ୍ତ ବୟଫ୍ରେଣ୍ଡ ରାକେଶ ଏକ ଫାଷ୍ଟଫୁଡ ଦୋକାନରେ ବିରିୟାନି ଖାଇବାର ଦୃଶ୍ୟ ରହିଛି । କିନ୍ତୁ ଏହି ଫୁଟେଜରେ ଝରାଫୁଲ ଅସୁସ୍ଥ ରହିଥିବା ଏକ ପ୍ରକାର ସ୍ପଷ୍ଟ ହୋଇଛି । ସେ ବାନ୍ତି କରୁଥିବାର ଭିଡିଓ ବି ରହିଛି । ସେପଟେ ଅଧିକ ତଦନ୍ତ ପାଇଁ ଝରାଫୁଲ ଓ ରାକେଶ ରହିଥିବା ଭୁବନେଶ୍ବରର ଓୟୋ ହୋଟେଲରେ ଯାଜପୁର ପୋଲିସ ରେଡ କରିଛି । ଗେଷ୍ଟ ହାଉସ ରେଜିଷ୍ଟର ସମେତ ସିସିଟିଭି ଫୁଟେଜ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି।

ଘନେଇବାରେ ଲାଗିଛି ଝରାଫୁଲ ଡେଥ୍ ମିଷ୍ଟ୍ରି (Jharaphula Death Mistery) । ଅଭିଯୁକ୍ତ ଗିରଫ ହୋଇ କୋର୍ଟଚାଲାଣ ହୋଇ ସାରିଥିଲେ ବି ମୃତ୍ୟୁର ଅସଲ କାରଣ ଜଣାପଡିନାହିଁ । ଆଉ ମୃତ୍ୟୁର କାରଣ ଜାଣିବା ପାଇଁ ଯାଜପୁର ପୋଲିସ (Jajpur Police) ଅପେକ୍ଷା କରିଛି ପୋଷ୍ଟ ମର୍ଟମ ଓ ଭିସେରା ରିପୋର୍ଟକୁ । ଏଭଳି ପରିସ୍ଥିତିରେ ସାମ୍ନାକୁ ଆସିଛି ରାକେଶ ଓ ଝରାଫୁଲଙ୍କ ଆଉ ଏକ ସିସିଟିଭି ଫୁଟେଜ୍ (CCTV Phootage) । ଯାହା ଜାନୁଆରୀ ୨୬ ତାରିଖ ବା ମୃତ୍ୟୁର ଗୋଟିଏ ଦିନ ପୂର୍ବର । ଏହି ଭିଡିଓରେ ଉଭୟ ଦିନ ୧୨ଟା ୨୦ ମିନିଟରେ ଲିଙ୍ଗରାଜ ରେଳ ଷ୍ଟେସନ ନିକଟରେ ଥିବା ଏକ ଫାଷ୍ଟଫୁଡ୍ ଦୋକାନ (FastFood)ରେ ପହଞ୍ଚିବାର ଦୃଶ୍ୟ ରହିଛି । 

fallback

Also Read: ଗାଇଡ଼ଲାଇନ ଜାରି କଲେ ରାଜ୍ୟ ସରକାର, ଫେବୃଆରୀରେ ମିଳିବ ଏହିସବୁ ସୁବିଧା...

ଏହା ପରେ ଦୋକାନକୁ ଯାଇ ବିରିୟାନୀ (Biriyani) ଅର୍ଡର କରିଛି ରାକେଶ । ଉଭୟ ବିରିୟାନୀ ଖାଇଥିବା ବେଳେ ଝରାଫୁଲ କିନ୍ତୁ ଅସୁସ୍ଥତା କାରଣରୁ ବିଚଳିତ ହେଉଥିବା ନଜର ଆସିଛି । ଏପରିକି ଦୋକାନର ଏକ କୋଣରେ ଝରାଫୁଲ ବାନ୍ତି କରିବାର ମଧ୍ୟ ନଜର ଆସିଛି । ଏହି ଫାଷ୍ଟଫୁଡ୍ ଦୋକାନରେ ପ୍ରାୟ ୪୫ ମିନିଟ ରହିବା ପରେ ଉଭୟ ଗାଡି ନେଇ ବାହାରି ଯାଇଛନ୍ତି । ଫାଷ୍ଟଫୁଡ୍ ଦୋକାନୀଙ୍କ ସୂଚନା ଅନୁସାରେ ଯୁବତୀ ଜଣକ ଅସୁସ୍ଥ ଥିଲେ, ତାଙ୍କର ପେଟ କଣ ହେଉଥିଲା, ସେ ବାନ୍ତି କରିଥିଲେ  । ବିରିୟାନୀ ସେତେଟା ଖାଇନଥିଲେ ।

Also Read: ଦିଲ୍ଲୀ ବିସ୍ଫୋରଣ ପଛରେ 'ଜୈଶ ଉଲ ହିନ୍ଦ', ତଦନ୍ତ ଜାରି

ସେପଟେ ମାମଲାର ଅଧିକ ତଦନ୍ତ ପାଇଁ ଖଣ୍ଡଗିରି ଧର୍ମ ବିହାର OYO ସାଇଶକ୍ତି ଗେଷ୍ଟ ହାଉସ (Sai Shakti Guest House) ରେ ରେଡ କରିଛି ଯାଜପୁର ପୋଲିସ । ସାଇଣ୍ଟିଫିକ୍ ଟିମ ସହ ପୋଲିସ ତଦନ୍ତ କରିଛି । ଜଣାପଡିଛି ଗେଷ୍ଟ ହାଉସର ୨୦୧ ନମ୍ବର ରୁମରେ ରାକେଶ ଓ ଝରାଫୁଲ ୨୬ ତାରିଖ ରାତି କଟାଇଥିଲେ । ସେମାନେ ଯିବା ପରେ ଏହି ରୁମ ୨୭ ତାରିଖ ପର ଠାରୁ ବନ୍ଦ ଥିଲା । ତେଣୁ ପୋଲିସ ଏହି ରୁମରୁ ଫିଙ୍ଗର ପ୍ରିଣ୍ଚ, ଆପତ୍ତିଜନକ ସାମଗ୍ରୀ, ଗେଷ୍ଟ ହାଉସ ରେଜିଷ୍ଟାର ସହ ଉଭୟଙ୍କ ପରିଚୟ ପତ୍ର ଜବତ କରିଛି । ଯାଜପୁର SDPO କହିଛନ୍ତି ଏଠାରୁ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ପ୍ରମାଣ ମିଳିଛି, ସିସିଟିଭି ଫୁଟେଜ ବି ଜବତ କରାଯାଇଛି । ଅପେକ୍ଷା ରହିଛି ତ କେବଳ ଭିସେରା ରିପୋର୍ଟ (Visera report) କୁ ।

fallback

Also Read: ରେଲୱେ ପୁଣି ଦେଲା ଗୁଡ୍ ନ୍ୟୁଜ୍!

ଏତେ ସବୁ ପରେ ବି ଏବେ ବି ରହସ୍ୟାବୃତ୍ତ ହୋଇ ରହିଛି ଝରାଫୁଲଙ୍କ ମୃତ୍ୟୁର କାରଣ ।

Edited: Zee Odisha Desk