Odisha News: ରାଜ୍ୟରେ ନିବେଶ କଲେ ମିଳିବ ଷ୍ଟକ୍‍ ଏକ୍ସଚେଞ୍ଜ ସହାୟତା
Advertisement

Odisha News: ରାଜ୍ୟରେ ନିବେଶ କଲେ ମିଳିବ ଷ୍ଟକ୍‍ ଏକ୍ସଚେଞ୍ଜ ସହାୟତା

Odisha News: ଓଡ଼ିଶାରେ ନିବେଶ କରିଲେ ସେମାନଙ୍କୁ ରାଜ୍ୟ ସରକାର ଷ୍ଟକ୍‍ ଏକ୍ସଚେଞ୍ଜରେ ତାଲିକାଭୁକ୍ତ ହେବାକୁ ସହାୟତା ଦେବେ । 

ସୌ: ସୋସିଆଲ ମିଡିଆ

ଭୁବନେଶ୍ୱର, (ଜୀ ଓଡ଼ିଶା): ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପାନୁଷ୍ଠାନ ପାଇଁ ଖୁସି ଖବର । ଓଡ଼ିଶାରେ ନିବେଶ କରିଲେ ସେମାନଙ୍କୁ ରାଜ୍ୟ ସରକାର ଷ୍ଟକ୍‍ ଏକ୍ସଚେଞ୍ଜରେ ତାଲିକାଭୁକ୍ତ ହେବାକୁ ସହାୟତା ଦେବେ । ଫଳରେ ଏହିପରି ଶିଳ୍ପାନୁଷ୍ଠାନ ଆବଶ୍ୟକ ପୁଞ୍ଜି ସଂଗ୍ରହ ସୁବିଧା ହେବ । ଏଥିଲାଗି ରାଜ୍ୟ ସରକାର ପ୍ରତ୍ୟେକ ଅନୁଷ୍ଠାନକୁ  ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସହାୟତା ଯୋଗାଇଦେବେ ବୋଲି କହିଛି ଏମ୍‍ଏସ୍‍ଏମ୍‍ଇ ବିଭାଗ ।
   
ଏନଏସଇ କିମ୍ବା ବିଏସଇରେ ଲିଷ୍ଟେଡ୍ ହେବା ପରେ କମ୍ପାନୀ ପକ୍ଷରୁ ଏମଏସଏମଇ ବିଭାଗକୁ ଆବଶ୍ୟକ ଦସ୍ତାବିଜ୍ ସହ ଆବେଦନ କଲେ ଏ ବାବଦରେ ଖର୍ଚ୍ଚ ହୋଇଥିବା ଅର୍ଥ ରାଜ୍ୟ ସରକାର  ୩୦ ଦିନ ଭିତରେ ପ୍ରଦାନ କରିବେ ବୋଲି ଏହି ବିଜ୍ଞପ୍ତିରେ କୁହାଯାଇଛି ।