Private Schoolରୁ ପିଲାଙ୍କୁ ବାହାର କରିବାକୁ ବାଧ୍ୟ ହେଉଛନ୍ତି ଅଭିଭାବକ
Advertisement

Private Schoolରୁ ପିଲାଙ୍କୁ ବାହାର କରିବାକୁ ବାଧ୍ୟ ହେଉଛନ୍ତି ଅଭିଭାବକ

ସୋମବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରିଛନ୍ତି। ସର୍ଭେ ରିପୋର୍ଟ ଅନୁସାରେ ଗ୍ରାମାଞ୍ଚଳର ଛଅରୁ ୧୪ ବର୍ଷ ବୟସର ପିଲାମାନଙ୍କର ବିଦ୍ୟାଳୟରେ ନାମଲେଖା ହ୍ରାସ ହୋଇଛି।

ଫାଇଲ ଫଟୋ

ନୂଆଦିଲ୍ଲୀ: କୋରୋନା ଯୋଗୁଁ ଭାରତର ଶିକ୍ଷା ବ୍ୟବସ୍ଥାରେ ବହୁତ ପ୍ରଭାବିତ ହୋଇଛି। ମହାମାରୀ ହେତୁ ଅଭିଭାବକମାନେ ନିଜ ପିଲାମାନଙ୍କୁ ଘରୋଇ ବିଦ୍ୟାଳୟରୁ ବାହାର କରି ସରକାରୀ ଶିକ୍ଷାନୁଷ୍ଠାନରେ ଭର୍ତ୍ତି କରିବାକୁ ବାଧ୍ୟ ହେଉଛନ୍ତି। ଏହି କାରଣରୁ ପିଲାଙ୍କର ଭବିଷ୍ୟତ ପ୍ରତିକୂଳ ପରିସ୍ଥିତି ଦେଇ ଗତି କରୁଛି। ସୋମବାର ସଂସଦରେ ଉପସ୍ଥାପିତ ହୋଇଥିବା ଅର୍ଥନୈତିକ ସର୍ଭେ ରିପୋର୍ଟରେ କୁହାଯାଇଛି ଯେ, ସ୍ଥିତିର ସୁଧାର ଆଣିବା ପାଇଁ ସରକାରୀ ବିଦ୍ୟାଳୟରେ ଅଧିକ ବିନିଯୋଗ କରିବା ଆବଶ୍ୟକ। 

ସୋମବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରିଛନ୍ତି। ସର୍ଭେ ରିପୋର୍ଟ ଅନୁସାରେ ଗ୍ରାମାଞ୍ଚଳର ଛଅରୁ ୧୪ ବର୍ଷ ବୟସର ପିଲାମାନଙ୍କର ବିଦ୍ୟାଳୟରେ ନାମଲେଖା ହ୍ରାସ ହୋଇଛି। ମହାମାରୀ ସମୟରେ ଅନଲାଇନ୍ ଶିକ୍ଷାକୁ ଅଧିକ ଗୁରୁତ୍ୱ ଦିଆଯିବାରୁ ଡିଜିଟାଲ୍ ଦୂରତା ବୃଦ୍ଧି ପାଇଛି। ସରକାରୀ ସର୍ବେକ୍ଷଣ ଏବଂ ASAR ପରି ବେସରକାରୀ ଏଜେନ୍ସି ଦ୍ୱାରା କରାଯାଇଥିବା ସର୍ଭେ ଉପରେ ଆଧାର କରି ଏହି ସର୍ଭେ କରାଯାଇଥିଲା।

Also Read: Union Budget 2022 : ମୋଦି ସରକାର ଉପରେ କ'ଣ ରହିଛି ଲୋକଙ୍କ ଆଶା? ଅନେକ ସ୍ୱପ୍ନ ଦେଖିଛି ଓଡ଼ିଶା

ଅର୍ଥନୈତିକ ସର୍ଭେ ରିପୋର୍ଟରେ କୁହାଯାଇଛି ଯେ, ASARର ସର୍ବେକ୍ଷଣ ଅନୁସାରେ ମହାମାରୀ ସମୟରେ ଗ୍ରାମାଞ୍ଚଳର ସର୍ବାଧିକ ଛଅରୁ ୧୪ ବର୍ଷ ବୟସର ପିଲା ସ୍କୁଲରେ ନାମ ଲେଖାଇନାହାନ୍ତି। ଏହି ସଂଖ୍ୟା ୨୦୧୮ରେ ୨.୫% ଥିଲା କିନ୍ତୁ ୨୦୨୧ରେ ତାହା ବୃଦ୍ଧି ପାଇ ୪.୬ ପ୍ରତିଶତକୁ ବୃଦ୍ଧି ପାଇଛି। ସାତରୁ ଦଶ ବର୍ଷ ବୟସର ପିଲାମାନଙ୍କ ନାମଲେଖା ହାର ମଧ୍ୟ ଅଧିକ ହ୍ରାସ ହୋଇଛି।

ମହାମାରୀ ସମୟରେ ଗ୍ରାମାଞ୍ଚଳର ସମସ୍ତ ବୟସ ବର୍ଗର ପିଲାମାନେ ଘରୋଇ ବିଦ୍ୟାଳୟରୁ ବାହାରି ସରକାରୀ ବିଦ୍ୟାଳୟରେ ନାମ ଲେଖାଇଛନ୍ତି। ସ୍ୱଳ୍ପ ମୂଲ୍ୟର ଘରୋଇ ବିଦ୍ୟାଳୟ ବନ୍ଦ ହେବା ଏବଂ ପିତାମାତାଙ୍କ ଉପରେ ଆର୍ଥିକ ବୋଝ ହେତୁ ଏପରି ଘଟିଥିଲା। କୋରୋନା କାରଣରୁ ଚାକିରି ହରାଇବା କିମ୍ବା ଆୟ ଠପ୍ ହେବା ହେତୁ ପିତାମାତାଙ୍କୁ ଆର୍ଥିକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଛି। ଏହି କାରଣରୁ ସେ ପିଲାମାନଙ୍କର ଶିକ୍ଷାର ଖର୍ଚ୍ଚ ପୂରଣ କରିବାରେ ବିଫଳ ହୋଇଥିଲେ।

Also Read: Union Budget 2022 LIVE: ବଜେଟର ଏକ ନକଲକୁ ରାଷ୍ଟ୍ରପତିଙ୍କୁ ହସ୍ତାନ୍ତର କଲେ ଅର୍ଥମନ୍ତ୍ରୀ, ୧୧ ଟାରେ ବଜେଟ୍

ତେବେ କୋରୋନା ସମୟରେ ସ୍ମାର୍ଟ ଫୋନର ଉପଲବ୍ଧତା ବୃଦ୍ଧି ପାଇଛି। ୨୦୧୮ ମସିହାରେ ଏହା ୩୬.୫ ପ୍ରତିଶତ ଥିଲା। ଯାହା ୨୦୨୧ ମସିହାରେ ତାହା ୬୭.୬ ପ୍ରତିଶତକୁ ବୃଦ୍ଧି ପାଇଛି। ରିପୋର୍ଟ ଅନୁଯାୟୀ, ବରିଷ୍ଠ ଛାତ୍ରମାନଙ୍କ ଅପେକ୍ଷା କନିଷ୍ଠ ବା ଜୁନିୟର ଛାତ୍ରମାନେ ଅନଲାଇନ୍ କ୍ଲାସ୍ ସମୟରେ ଅଧିକ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ସରକାରୀ ବିଦ୍ୟାଳୟଗୁଡ଼ିକର ସ୍ଥିତିକୁ ସୁଧାରିବା ଆବଶ୍ୟକ, କାରଣ ଏହି ବିଦ୍ୟାଳୟଗୁଡ଼ିକ ଜନସଂଖ୍ୟାର ଏକ ମାତ୍ର ସହାୟତା ଅଟେ ବୋଲି ଅର୍ଥନୈତିକ ସର୍ଭେ ରିପୋର୍ଟରେ କୁହାଯାଇଛି।