Weather Alert: ପ୍ରବଳ ବର୍ଷା ନେଇ Orange-Yellow Warning ଜାରି
Advertisement

Weather Alert: ପ୍ରବଳ ବର୍ଷା ନେଇ Orange-Yellow Warning ଜାରି

ଆସନ୍ତାକାଲି ଠାରୁ ବର୍ଷାର ପରିମାଣ ସାମାନ୍ୟ ହ୍ରାସ ପାଇବା ସହ କେବଳ ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।

ଫଟୋ ସୌଜନ୍ୟ: ଟ୍ୱିଟର@mcbbsr

ଭୁବନେଶ୍ୱର: ଆହୁରି ଘନୀଭୂତ ହେଲା ଲଘୁଚାପ। ଏହାକୁ ନଜରରେ ରଖି ଆସନ୍ତା ୨୪ ଘଣ୍ଟାରେ ବିଭିନ୍ନ ଜିଲ୍ଲା ଉଦ୍ଦେଶ୍ୟରେ ୟେଲୋ-ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଗୁରୁବାର ବଙ୍ଗୋପ ସାଗର ଠାରେ ସୃଷ୍ଟି ହୋଇଥିବା ଲଘୁଚାପ ବଳୟ ଆହୁରି ଘନୀଭୂତ ହୋଇ ଉତ୍ତର ପଶ୍ଚିମ ବଙ୍ଗୋପ ସାଗରରେ ଶୁକ୍ରବାର ୱେଲ୍ ମାର୍କ୍ଡ ଲୋ ପ୍ରେସରରେ ପରିଣତ ହୋଇ ଉତ୍ତର ଓଡିଶା ଏବଂ ପଶ୍ଚିମବଙ୍ଗ ଉପକୂଳରେ ରହିଛି।

ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କିଛି ସ୍ଥାନରେ ବିକ୍ଷିପ୍ତ ଭାବେ ପ୍ରବଳରୁ ଅତି ପ୍ରବଳ ସହ ଭୀଷଣ ବର୍ଷା (Heavy Rain) ହେବା ନେଇ ମଧ୍ୟ କିଛି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ପାଣିପାଗ ବିଜ୍ଞାନ କେନ୍ଦ୍ରର (Bhubaneswar Meteorological Centre) ଆକଳନ ମୁତାବକ ଆସନ୍ତାକାଲି ସକାଳ ସାଢେ ୮ଟା ମଧ୍ୟରେ ସୁନ୍ଦରଗଡ, ଝାରସୁଗୁଡା, କେଉଁଝର, ଦେଓଗଡ, ସମ୍ବଲପୁର, ସୋନପୁର, ବରଗଡ, ବଲାଙ୍ଗିର, ନୂଆପଡା ଆଦି ଜିଲ୍ଲାରେ ଅତି ପ୍ରବଳ ବର୍ଷା ସମ୍ଭାବନା ଥିବାରୁ କୃତିମ ଜଳବନ୍ଦୀ, ଟ୍ରାଫିକ୍ ଜାମ୍ ସ୍ଥିତି ହେତୁ ଅରେଞ୍ଜ ୱାର୍ଣ୍ଣିଂ (Orange Warning) ଏବଂ ନବରଙ୍ଗପୁର, ମାଲକାନଗିରି, କୋରାପୁଟ, କଳାହାଣ୍ଡି, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀ ଆଦି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ (Yellow Warning) ଜାରି କରାଯାଇଛି। 

Also Read: ଗୋଟିଏ ଘନୀଭୂତ ହେବା ପରେ ଆସୁଛି ଆଉ ଏକ ଲଘୁଚାପ

ଆସନ୍ତାକାଲି ଠାରୁ ବର୍ଷାର ପରିମାଣ ସାମାନ୍ୟ ହ୍ରାସ ପାଇବା ସହ କେବଳ ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଆସନ୍ତା ୨୮ ତାରିଖ ସକାଳ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାକୁ ସତର୍କ ସୂଚନା ଜାରି ହୋଇଛି। ଏହା ସହ ଲଘୁଚାପ (Low Pressure) ପ୍ରଭାବରେ ସମୁଦ୍ର ଅଶାନ୍ତ ହେତୁ ୨୫ ତାରିଖ ସକାଳ ପର୍ଯ୍ୟନ୍ତ ମତ୍ସଜୀବୀଙ୍କୁ (Fisherman) ସମୁଦ୍ର ପ୍ରବେଶ ନେଇ ବାରଣ କରାଯାଇଛି।