ଆସନ୍ତାକାଲି ୬ ଜିଲ୍ଲା ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି, କଳାହାଣ୍ଡି ଓ କନ୍ଧମାଳରେ ଘନ କୁହୁଡି ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।
Trending Photos
ଶାନ୍ତସ୍ୱରୁପ ରାଉତ, ଭୁବନେଶ୍ୱର: ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନକୁ ଘନ କୁହୁଡି ଜନିତ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର । ଆସନ୍ତକାଲି ସକାଳ ୮ଟା ୩୦ ମଧ୍ୟରେ ୧୧ ଜିଲ୍ଲା ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି, କନ୍ଧମାଳ, ବୌଦ୍ଧ, ନୟାଗଡ, କଟକ, ଅନୁଗୋଳ, ଢେଙ୍କାନାଳ ଓ କଳାହାଣ୍ଡିରେ ଘନ କୁହୁଡି ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।
ଏହାସହ ଦକ୍ଷିଣ ଆଭ୍ୟନ୍ତରୀଣ ଓଡି଼ଶା (Odisha) ସହ ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଂଜ ଓ ଉପକୂଳ ଓଡିଶାର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି ସମ୍ଭାବନା ରହିଛି । ସେହିପରି ଆସନ୍ତାକାଲି ୬ ଜିଲ୍ଲା ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି, କଳାହାଣ୍ଡି ଓ କନ୍ଧମାଳରେ ଘନ କୁହୁଡି ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଏହାପରେ ତାପମାତ୍ରା ୩ ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ହେବାର ସମ୍ଭାବନା ରହିଛି ।
Also Read: Coronavirus Updates : ଦିନକର ବ୍ରେକ୍ ପରେ ବଢ଼ିଲା ସଂକ୍ରମଣ, ରେଡ୍ ଜୋନରେ ଛଅ ଜିଲ୍ଲା
ଏହସହ ୨୧ ତାରିଖରୁ ଉତ୍ତର-ଉପକୂଳ ଓ ଆଭ୍ୟନ୍ତରୀଣ ଓଡି଼ଶାର କିଛି ଜିଲ୍ଲାରେ ହାଲୁକା ବର୍ଷା ସମ୍ଭାବନା ନେଇ ପୂର୍ବାନୁମାନ କରିଛି କେନ୍ଦ୍ର (Metrological Department) । ସେପଟେ ଗତ ୨୪ ଘଣ୍ଟା ରେ ୯ ଟି ସ୍ଥାନରେ ୧୧ଡ଼ିଗ୍ରୀରୁ କମ୍ ତାପମାତ୍ରା ରେକର୍ଡ ହୋଇଛି।