ହୋଟେଲରେ ଯୁବତୀଙ୍କୁ ଅସଦାଚରଣ
Advertisement
Article Detail0/zeeodisha/odisha611488

ହୋଟେଲରେ ଯୁବତୀଙ୍କୁ ଅସଦାଚରଣ

ଭୁବନେଶ୍ୱର କଟକରୋଡ ସ୍ଥିତ ଏକ ହୋଟେଲରେ ବଙ୍ଗୀୟ ଯୁବତୀଙ୍କୁ ଅସଦଚରଣ ଅଭିଯୋଗ

ସୌଜନ୍ୟ: ସୋସିଆଲ ମିଡିଆ

ସରୋଜ ବେହେରା, ଭୁବନେଶ୍ୱର: ଭୁବନେଶ୍ୱର କଟକରୋଡ ସ୍ଥିତ ଏକ ହୋଟେଲରେ ବଙ୍ଗୀୟ ଯୁବତୀଙ୍କୁ ଅସଦଚରଣ ଅଭିଯୋଗ । ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ ପରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ପୋଲିସ । ହୋଟେଲ ଆଶିର୍ବାଦରୁ ପୋଲିସ ସିସିଟିଭି ଜବତ କରିବା ସହ ହୋଟେଲ ରୁମରୁ ଆପତ୍ତିଜନକ ସାମଗ୍ରୀ ଜବତ କରିଛି । ହୋଟେଲରେ ଅନେକ ସମୟରେ ଯୁବତୀମାନଙ୍କୁ ଆଣି ଦେହ ବ୍ୟବସାୟରେ ଲିପ୍ତ କରୁଥିଲେ ଏଜେଣ୍ଟମାନେ । ଏଥିରେ ହୋଟେଲର ମ୍ୟାନେଜର ଓ କର୍ମଚାରୀମାନେ ମଧ୍ୟ ସମ୍ପୃକ୍ତ ଥିବା କହିଛନ୍ତି କେୟାର ଟେକର । ଅନେକ ଦିନ ହେବ ଏଠାକୁ ଏଭଳି ଢଙ୍ଗରେ ଯୁବତୀମାନଙ୍କୁ ଆଣି ବ୍ୟବସାୟ କରାଯାଉଥିଲା । ଗତକାଲି କୌଣସି କାରଣ ଯୋଗୁଁ ଯୁବତୀଙ୍କ ସହ ଗ୍ରାହକଙ୍କ ବଚସା ହେବା ପରେ କଥା ପଦାକୁ ଆସିଥିଲା ବୋଲି କହିଛନ୍ତି ହୋଟେଲର କେୟାର ଟେକର ।

ଏହା ପୂର୍ବରୁ ମଧ୍ୟ କଟକରୋଡର ଏକାଧିକ ହୋଟେଲରେ ଏଭଳି ଗ୍ରାହକମାନେ ଆସି ରାତି ରଙ୍ଗିନ କରିଥାନ୍ତି । ଅନେକ ଥର କମିଶନରେଟ ପୋଲିସ ପକ୍ଷରୁ ଚଢାଉ ମଧ୍ୟ କରାଯାଇଛି । ଏହା ପରେ ମଧ୍ୟ ଏସବୁ ହୋଟେଲରେ ମ୍ୟାନେଜର ଓ ମାଲିକଙ୍କ ସହ ମିଶି ଦେହ ବ୍ୟାପାର ଜୋରଦାର ଚାଲିଛି । ହୋଟେଲର ରେଜିଷ୍ଟ୍ରାରକୁ ଯାଞ୍ଚ କଲାବେଳେ ଅନେକ ଗ୍ରାହକ ଓ ଦେହଜୀବୀ ନିୟମିତ ଆସୁଥିବା ଦେଖିବାକୁ ମିଳିଛି । ଏବେ ପୋଲିସ ସେମାନଙ୍କ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ନେଉଛି ତାହା ଉପରେ ସମସ୍ତଙ୍କ ନଜର ରହିଛି ।

ବିଶେଷ କରି ହୋଟେଲରୁ ଆସୁଥିବା ଏହି ଯୁବତୀ ମାନେ ବଙ୍ଗୀୟ ହୋଇଥିବା ବେଳେ କିଛି ଦିନ ସେମାନେ ଏଠାରେ ରହିବା ପରେ ପୁଣି ପଶ୍ଚିମବଙ୍ଗ ଚାଲିଯାଆନ୍ତି । ଏଭଳି କି ବାଂଲାଦେଶରୁ ଅନେକ ଯୁବତୀଙ୍କୁ ଅଣାଯାଇ ଏହି ବ୍ୟବସାୟରେ ଲିପ୍ତ କରାଯାଉଥିବା ଅଭିଯୋଗ ମଧ୍ୟ ହୋଇଛି । ଆଗକୁ ନୂଆ ବର୍ଷ । ଲୋକେ ଉପଭୋଗ କରିବା ପାଇଁ ଏଭଳି ଛୋଟ ଛୋଟ ହୋଟେଲକୁ ପସନ୍ଦ କରିଥାନ୍ତି । ଏଭଳି ପରିସ୍ଥିତିରେ ପୋଲିସ ସତର୍କ ନ ହେଲେ ଆଗାମୀ ସମୟରେ କୌଣସି ଅଘଟଣ ନ ଘଟିବ ତାହା ଏଡାଇ ଦିଆଯାଇ ନ ପାରେ ।