ରାଜନୀତି ମୈଦାନରେ ମହିଳା ସଂରକ୍ଷଣ ବିଲ, ସଂସଦରେ ଦାବି ଆଉ ରାଜ୍ୟରେ ଭିଡ଼ାଓଟରା
Advertisement

ରାଜନୀତି ମୈଦାନରେ ମହିଳା ସଂରକ୍ଷଣ ବିଲ, ସଂସଦରେ ଦାବି ଆଉ ରାଜ୍ୟରେ ଭିଡ଼ାଓଟରା

ମହିଳା ସଂରକ୍ଷଣ ବିଲ ଲାଗୁ କରିବା ପାଇଁ  ସବୁ ରାଜ୍ୟ ଦାବି କରିବାକୁ ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଥମ ଦିବସ ବିରୋଧଦୀଙ୍କ ହଟ୍ଟଗୋଳରେ ଶୋଷ ହୋଇଥିବା ବେଳେ ଆଗକୁ ଏ ନେଇ କିଛି ଅଗ୍ରଗତି ହେଉଛି କି ନାହିଁ, ତା ଉପରେ ସମସ୍ତଙ୍କ ନଜର ।

ରାଜନୀତି ମୈଦାନରେ ମହିଳା ସଂରକ୍ଷଣ ବିଲ,  ସଂସଦରେ ଦାବି ଆଉ ରାଜ୍ୟରେ ଭିଡ଼ାଓଟରା

ଚନ୍ଦନ ପାଇକରାୟ, ଭୁବନେଶ୍ୱର: ରାଜନୀତି ମଇଦାନରେ ମହିଳା ସଂରକ୍ଷଣ ବିଲ। ସଂସଦରେ ଦାବି ।  ରାଜ୍ୟରେ ଭିଡ଼ାଓଟରା । ମହିଳା ସଂରକ୍ଷଣ ବିଲ୍ ଲାଗୁ କରିବା ପାଇଁ ବିଜେଡି ସୁପ୍ରିମୋ ବିଗତ ଦିନରେ ଜୋର ଦେଇଥିବା ବେଳେ ଏବେ ସଂସଦରେ ଏହାକୁ ଉଠାଇବା ନେଇ ପ୍ରସ୍ତୁତ ସାଂସଦ । ତେବେ ବିଜେଡିର କହିବା ଅନୁସାରେ ମହିଳାମାନଙ୍କୁ ଦଳ ସବୁବେଳେ ଗୁରୁତ୍ବ ଦେଇ ଆସିଛି । ହେଲେ ଜାଣିଶୁଣି କେନ୍ଦ୍ର ସରକାର ଏହି ବିଲ ଲାଗୁ କରୁନାହାଁନ୍ତି । ତେବେ ବିଜେପିର କହିବା ଅନୁସାରେ ମହିଳା ସଂରକ୍ଷଣ ବିଲ କେବଳ ରାଜନୀତି କରିବା ପାଇଁ ବିଜେଡି ଦାବି କରୁଛି । ନଚେତ୍ ମହିଳାଙ୍କ ସୁରକ୍ଷା କଥା କେବେବି ବିଜେଡି ଚିନ୍ତା କରିନାହିଁ । ସମାନ କଥା ମଧ୍ୟ କଂଗ୍ରେସ ରଖିଛି । 

ପଞ୍ଚାୟତ ସ୍ତର ହେଉ ଅବା ବିଧାନସଭା ଅଥବା ସଂସଦ (Parliament) । ସବୁଠି ମହିଳାଙ୍କୁ ଅଗ୍ରାଧିକାର ଦେବା ପାଇଁ ଦାବି । ସମସ୍ତ କ୍ଷେତ୍ରରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବା ପାଇଁ ବିଜେଡିର ଦାବି । ୨୦୧୯ ସାଧାରଣ ନିର୍ବାଚନରୁ ଉଭୟ ବିଧାନସଭା ଓ ଲୋକସଭା (Loksabha) ରେ ୩୩ ପ୍ରତିଶତ ମହିଳାଙ୍କୁ ପ୍ରାର୍ଥୀ କରିବା ସହ ସାରା ଦେଶରେ ଉଦାରହରଣ ସୃଷ୍ଟି କରିଥିଲା ବିଜେଡି । ଏଥିସହ ବିଜେଡିର କାର୍ଯ୍ୟକାରିଣୀ ବୈଠକରେ ମଧ୍ୟ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ (Naveen Patnaik) ଏକଥାକୁ ଗୁରୁତ୍ବ ଦେବା ସହ ମହିଳା ସଂରକ୍ଷଣ ବିଲ ଲାଗୁ କରିବା ପାଇଁ ଜନ ଆନ୍ଦୋଳନ କରିବାକୁ କର୍ମୀଙ୍କୁ ଆହ୍ବାନ ଦେଇଥିଲେ।

Also Read: ରାତିପାହିଲେ ବାହୁଡ଼ା ଯାତ୍ରା, ଜାଣନ୍ତୁ କେତେବେଳେ କେଉଁ ନୀତିକାନ୍ତି ?

ଏବେ ସଂସଦରେ ମହିଳା ସଂରକ୍ଷଣ ବିଲ (Women's Reservation Bill) ପାରିତ କରିବା ପାଇଁ ବିଜେଡି ସାଂସଦଙ୍କ ଦାବି । ସେପଟେ ବିରୋଧୀଙ୍କ ଯୁକ୍ତି ମହିଳାଙ୍କ ସୁରକ୍ଷା ନେଇ ବିଜେଡି କେବେବି ଚିନ୍ତା କରିନାହିଁ । ରାଜ୍ୟରେ ମହିଳାଙ୍କ ଉପରେ ଅତ୍ୟାଚାର ବୃଦ୍ଧି ପାଇଛି । ହେଲେ ମହିଳାଙ୍କ ସୁରକ୍ଷା ନେଇ ରାଜନୀତି କରୁଛି ବିଜେଡି । କେବଳ ରାଜନୈତିକ ଉଦ୍ଦେଶ୍ୟରେ ମହିଳା ସଂରକ୍ଷଣ ବିଲ ଲାଗୁ କରିବା ପାଇଁ ବିଜେଡି ଦାବି କରୁଛି । ବାସ୍ତବିକ ଇଚ୍ଛାଶକ୍ତି ନାହିଁ । ମହିଳା ସଂରକ୍ଷଣ ବିଲ ଲାଗୁ କରିବା ପାଇଁ  ସବୁ ରାଜ୍ୟ ଦାବି କରିବାକୁ ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଥମ ଦିବସ ବିରୋଧଦୀଙ୍କ ହଟ୍ଟଗୋଳରେ ଶୋଷ ହୋଇଥିବା ବେଳେ ଆଗକୁ ଏ ନେଇ କିଛି ଅଗ୍ରଗତି ହେଉଛି କି ନାହିଁ, ତା ଉପରେ ସମସ୍ତଙ୍କ ନଜର ।