Hunter Biden:ପୁଅ ପାଇଁ ଟେନସନରେ ବାଇଡେନ୍
Advertisement

Hunter Biden:ପୁଅ ପାଇଁ ଟେନସନରେ ବାଇଡେନ୍

ଆମେରିକାର ରାଷ୍ଟ୍ରପତି ଜୋ ବିଡେନଙ୍କ ପୁଅ ହଣ୍ଟର୍ ପୁଣି ଥରେ ଏହି ଖବରରେ ଅଛନ୍ତି। ବୁଧବାର ଦିନ ଆମେରିକା ସଂସଦ ରାଷ୍ଟ୍ରପତି ଜୋ ବିଡେନଙ୍କ ବିରୋଧରେ  ମହାଭିଯୋଗର ତଦନ୍ତକୁ ଅନୁମୋଦନ କରିଛି। ଏହାର କାରଣ ହେଉଛନ୍ତି ଆମେରିକା ରାଷ୍ଟ୍ରପତିଙ୍କ ପୁଅ ହଣ୍ଟର୍ ବିଡେନ। 53 ବର୍ଷିୟ ହଣ୍ଟର୍ ବିଡେନ ସହିତ ଅନେକ ବିବାଦ ଗୁନ୍ଥି ହୋଇଛି । ଡ୍ରଗ୍

SOCIAL MEDIA

Hunter Biden:

ଆମେରିକାର ରାଷ୍ଟ୍ରପତି ଜୋ ବିଡେନଙ୍କ ପୁଅ ହଣ୍ଟର୍ ପୁଣି ଥରେ ଏହି ଖବରରେ ଅଛନ୍ତି। ବୁଧବାର ଦିନ ଆମେରିକା ସଂସଦ ରାଷ୍ଟ୍ରପତି ଜୋ ବିଡେନଙ୍କ ବିରୋଧରେ  ମହାଭିଯୋଗର ତଦନ୍ତକୁ ଅନୁମୋଦନ କରିଛି। ଏହାର କାରଣ ହେଉଛନ୍ତି ଆମେରିକା ରାଷ୍ଟ୍ରପତିଙ୍କ ପୁଅ ହଣ୍ଟର୍ ବିଡେନ। 53 ବର୍ଷିୟ ହଣ୍ଟର୍ ବିଡେନ ସହିତ ଅନେକ ବିବାଦ ଗୁନ୍ଥି ହୋଇଛି । ଡ୍ରଗ୍ ସେବନ ଏବଂ ଟିକସ ଫାଙ୍କିବା ଅଭିଯୋଗଠାରୁ ନିଶା ସେବନର ଅଭିଯୋଗ ତାଙ୍କ ବିରୋଧରେ ରହିଛି ।  ବିଳାସପୂର୍ଣ୍ଣ ଜୀବନକୁ ଭଲ ପାଉଥିବା ହଣ୍ଟରଜୁନ୍ ମାସରେ  ବେଆଇନ ଅସ୍ତ୍ରଶସ୍ତ୍ର ରଖିଥିବା ସ୍ୱୀକାର କରିଥିଲେ। ଛାଡପତ୍ର ପରେ ତାଙ୍କ ପତ୍ନୀ କ୍ୟାଥରିନ୍ ମଧ୍ୟ ତାଙ୍କ ବିରୋଧରେ ଅନେକ ଖୁଲାସା କରିଥିଲେ ଯାହା ପରିସ୍ଥିତିକୁ ଆହୁରି ଖରାପ କରିଦେଇଥିଲା।

କ୍ୟାଥରିନ୍ ଅଭିଯୋଗ କରିଥିଲେ ଯେ  ଡ୍ରଗ୍, ମଦ୍ୟପାନ ଏବଂ ଷ୍ଟ୍ରିପ୍ କ୍ଲବରେ ହଣ୍ଟର ଅଧିକ ଟଙ୍କା ଖର୍ଚ୍ଚ କରିବା କାରଣରୁ ତାଙ୍କ ଆର୍ଥିକ ସ୍ଥିତି ଖରାପ ହୋଇଯାଇଥିଲା । ନିଶା ସେବନ ପାଇଁ ତାଙ୍କୁ ପୁନର୍ବାସ କେନ୍ଦ୍ରକୁ ମଧ୍ୟ  ପଠା ଯାଇଥିବା କଥା ସେ କହିଥିଲେ ।

ଭାଇଙ୍କ ମୃତ୍ୟୁ ପରେ ନିଶାର ଶିକାର

ଆମେରିକୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ହଣ୍ଟରର ବଡ ଭାଇ ବିଉ ବିଡେନ 2015 ରେ କର୍କଟ ରୋଗରେ ମୃତ୍ୟୁ ବରଣ କରିଥିଲେ। ଭାଇଙ୍କ ମୃତ୍ୟୁ ପରେ ହଣ୍ଟର ଦିନସାରା ମଦରେ ଡୁବି ରହୁଥିଲେ । ଭାଇଙ୍କୁ ହରାଇବା ଦୁଃଖ ତାଙ୍କୁ ମଦ ଓ ଅନ୍ୟ ନିଶା ଆଡକୁ ଟାଣି ନେଇଥିଲା । ଦିନ ସାରା ଘରେ ରହୁଥିବା ହଣ୍ଟର କେବଳ ମଦ କିଣିବା ପାଇଁ ଘରୁ ବାହାରକୁ ଯାଉଥିଲେ। ଅବଶ୍ୟ, ପରେ ସେ ଡ୍ରଗ୍ ଅଭ୍ୟାସରୁ ମୁକ୍ତି ପାଇବା ପାଇଁ ଚିତ୍ର ଆଙ୍କିବା ଆରମ୍ଭ କରିଥିଲେ। କିନ୍ତୁ ଏହାକୁ ନେଇ ବିବାଦ ଆରମ୍ଭ ହୋଇଥିଲା। ଯେତେବେଳେ କିଛି ଲୋକ ତାଙ୍କ ପେଣ୍ଟିଂକୁ କୋଚି କୋଟି ଟଙ୍କା ଦେଇ କିଣିଥିଲେ ।  ବିରୋଧୀ ଦଳ ଏହାକୁ ନେଇ ପ୍ରଶ୍ନ ଉଠାଇଥିଲେ।

ଆମେରିକାର ୱିଲମିଙ୍ଗଟନ୍ ସହରରେ ଜନ୍ମଗ୍ରହଣ କରିଥିବା ହଣ୍ଟର୍ ଏହି ନାମକୁ ତାଙ୍କ ମାତାଙ୍କ ଉପନାମରୁ ପାଇଥିଲେ । ଏକ ସଡ଼କ ଦୁର୍ଘଟଣାରେ ତାଙ୍କ ମା ଏବଂ ସାନ ଭଉଣୀ ନାଓମିଙ୍କର ମୃତ୍ୟୁ ହୋଇଥିବା ବେଳେ ତାଙ୍କୁ ଦୁଇ ବର୍ଷ ହୋଇଥିଲା। ଏହି ସମୟରେ ହଣ୍ଟରର ମୁଣ୍ଡରେ ଆଘାତ ଲାଗିଥିଲା ଏବଂ ବଡ ଭାଇଙ୍କ ଗୋଡ ଭାଙ୍ଗିଯାଇଥିଲା।

ଉଭୟ ଭାଇ ଡାକ୍ତରଖାନାରେ ଅନେକ ମାସ ବିତାଇଥିଲେ। ଜର୍ଜେଟାଉନ୍ ୟୁନିଭରସିଟିରୁ ବିଏ ଏବଂ ୟେଲ୍ ୟୁନିଭରସିଟିରୁ ଆଇନ୍ ଡିଗ୍ରୀ ହାସଲ କରିଥିଲେ । ତା’ପରେ ସେ ଏକ କ୍ୟାଥୋଲିକ୍ ଗୋଷ୍ଠୀରେ ଯୋଗଦାନ କଲେ ଏବଂ ସେଠାରେ ସେ ପ୍ରଥମ ଥର ପାଇଁ କ୍ୟାଥରିନ୍ଙ୍କୁ ଭେଟିଥିଲେ । ଦୁହେଁ 1993 ରେ ବିବାହ କରିଥିଲେ ଏବଂ 2017 ରେ ଉଭୟଙ୍କ ମଧ୍ଯରେ ବିବାହ ବିଛେଦ ହୋଇଥିଲା ।

ବିବାଦର ଅନ୍ୟନାମ ହଣ୍ଟର

ହଣ୍ଟରଙ୍କ ନାମ ଆମେରିକାରେ ବିବାଦର ପର୍ଯ୍ୟାୟ ହୋଇଯାଇଛି । | 2013ରେ ସେ ଆମେରିକା ନୌସେନା ରିଜର୍ଭରେ ଯୋଗ ଦେଇଥିଲେ କିନ୍ତୁ ପ୍ରଥମ ଦିନରେ କୋକେନ ନେଇ ଧରାପଡିଥିଲେ। ଫଳରେ ତାଙ୍କୁ ସେନାରୁ ବାହାର କରି ଦିଆଯାଇଥିଲା ।  2019 ରେ ଆଉ ଗୋଟିଏ ମାମଲା ତାଙ୍କୁ ବିବାଦୀୟ କରିଥିଲା । ଡିଏନ୍ଏ ରିପୋର୍ଟରୁ ଜଣାପଡିଥିଲା ଯେ, ତାଙ୍କର ବିବାହ ବାହରେ ଗୋଟିଏ ସନ୍ତାନ ଅଛି । ସେ ଆର୍କାନାସ୍ ନାମକ ଡ୍ୟାନ୍ସର ସନ୍ତାନର ପିତା ବୋଲି ଡିଏନଏ ରିପୋର୍ଟରୁ ଜଣା ପଡିଥିଲା ।

sସେହିଭଳି ୩ ବର୍ଷ ତଳେ ତାଙ୍କର କିଛି ବ୍ୟକ୍ତିଗତ ଫଟୋ ଭାଇରାଲ ହୋଇଥିଲା । 2020 ମସିହାରେ ଏକ ମରାମତି ଦୋକାନରୁ ତାଙ୍କ ଲାପଟପରେ  ଥିବା କିଛି ବ୍ୟକ୍ତିଗତ ଫଟୋ ଭାଇରାଲ୍ ହୋଇଥିଲା । ଯାହାକୁ ଆମେରିକା ସଂସଦରେ ବିରୋଧୀଦଳ ନେତାମାନେ ଉପସ୍ଥାପନ କରିଥିଲେ । ମିଡିଆ ରିପୋର୍ଟରେ ଦର୍ଶାଯାଇଛି ଯେ ଲାପଟପରେ ହଣ୍ଟର୍ ଏବଂ ତାଙ୍କ ସହାୟକଙ୍କ ଆପତ୍ତିଜନକ ଫଟୋଗ୍ରାଫ୍ ରହିଛି।

କେବେଳ ଏତିକି ନୁହେଁ ସେ ମଧ୍ଯ ଚୀନଠାରୁ ଟଙ୍କା ନେଉଥିବା ଅଭିଯୋଗ ହୁଏ । ଚୀନର  ଇକ୍ୱିଟି କମ୍ପାନୀ ବିଏଚଆର ଏବଂ ୟୁକ୍ରେନ ଶକ୍ତି କମ୍ପାନୀ ବୁରିସମା ହୋଲଡିଂରୁ ବେଆଇନ ଭାବେ ସେ ଅର୍ଥ ନେଇଥିବା ଅଭିଯୋଗ ହୋଇଛି।