୭୨ତମ ବନ ମହୋତ୍ସବ; ପରିବେଶ ପାଇଁ ସମର୍ପିତ ଉପାନ୍ତର ମଣିଷ
Advertisement

୭୨ତମ ବନ ମହୋତ୍ସବ; ପରିବେଶ ପାଇଁ ସମର୍ପିତ ଉପାନ୍ତର ମଣିଷ

ନିଳକଣ୍ଠେଶ୍ୱର ଶୈବ ପୀଠରେ ଅନୁଷ୍ଠିତ ବନ ମହୋତ୍ସବ (72th Banamostav) ରେ ଅତିଥି ଭାବେ ସମାଜସେବୀ ନିରଞ୍ଜନ ସାହୁ, ଗ୍ରାମ ରୋଜଗାର ସେବକ, ଜ୍ୟୋତି ରଞ୍ଜନ ସାହୁଙ୍କ ସମେତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ଯୋଗଦେଇ ଥିଲେ। ବଉଳ, ପିପଳ, ଡାଲିମ୍ବ, ଲିମ୍ବ ଭଳି ବିଭିନ୍ନ ପ୍ରଜାତିର ବୃକ୍ଷ ରୋପଣ (plantation) କରାଯିବା ସହିତ ନିଜେ ଲଗାଇଥିବା ବୃକ୍ଷ ଗୁଡିକ ବଡ଼ ହେବା ପର୍ଯ୍ୟନ୍ତ ଦାୟିତ୍ୱ ନେବା ପାଇଁ ସମସ୍ତେ ଶପଥପାଠ କରିଥିଲେ।

୭୨ତମ ବନ ମହୋତ୍ସବ; ପରିବେଶ ପାଇଁ ସମର୍ପିତ ଉପାନ୍ତର ମଣିଷ

ବୌଦ୍ଧ: ହରଭଙ୍ଗା ବ୍ଲକର ଦୁର୍ଗମ ତଥା ଉପାନ୍ତ ପଂଚାୟତ ମାଧପୁର ରେଞ୍ଜ ଅଧିନସ୍ଥ ତଳଗାଁ ଓ ଆଡେଣିଗଡ଼ ଗ୍ରାମପଞ୍ଚାୟତରେ ୭୨ତମ ବନ ମହୋତ୍ସବ ପାଳିତ ହୋଇଛି। ତଳଗାଁ ଗ୍ରାମ ପଞ୍ଚାୟତ ସଦର ମହକୁମା ନିଳକଣ୍ଠେଶ୍ୱର ଶୈବ ପୀଠର ପଛ ପାର୍ଶ୍ଵ ପୋଖରୀ ହିଡରେ ବୃକ୍ଷ ରୋପଣ କରାଯାଇଛି। ସ୍ଥାନୀୟ ବନପାଳ କଲେକ୍ଟର ବେହେରା, ବନରକ୍ଷୀ ପ୍ରକାଶ ପ୍ରଧାନ, ସୁଶାନ୍ତ କୁମାର ସାହୁଙ୍କ ଅଧ୍ୟକ୍ଷତା ବନ ମହୋତ୍ସବ ପାଳନ କରାଯାଇଛି।

ନିଳକଣ୍ଠେଶ୍ୱର ଶୈବ ପୀଠରେ ଅନୁଷ୍ଠିତ ବନ ମହୋତ୍ସବ (72th Banamostav) ରେ ଅତିଥି ଭାବେ ସମାଜସେବୀ ନିରଞ୍ଜନ ସାହୁ, ଗ୍ରାମ ରୋଜଗାର ସେବକ, ଜ୍ୟୋତି ରଞ୍ଜନ ସାହୁଙ୍କ ସମେତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ଯୋଗଦେଇ ଥିଲେ। ବଉଳ, ପିପଳ, ଡାଲିମ୍ବ, ଲିମ୍ବ ଭଳି ବିଭିନ୍ନ ପ୍ରଜାତିର ବୃକ୍ଷ ରୋପଣ (plantation) କରାଯିବା ସହିତ ନିଜେ ଲଗାଇଥିବା ବୃକ୍ଷ ଗୁଡିକ ବଡ଼ ହେବା ପର୍ଯ୍ୟନ୍ତ ଦାୟିତ୍ୱ ନେବା ପାଇଁ ସମସ୍ତେ ଶପଥପାଠ କରିଥିଲେ। ସ୍ଥାନୀୟ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ର ସଦସ୍ୟାମାନଙ୍କ ଏଭଳି ନିଷ୍ପତ୍ତିକୁ ଅଂଚଳାବାସୀ ବେଶ ପ୍ରଶଂସା କରିଛନ୍ତି। 

fallback

ଅନ୍ୟପଟେ ଆଡେଣିଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଆଡେଣିଗଡ଼ ବନପାଳ ଏବଂ ବନରକ୍ଷୀ ସୁନୀଲ ପ୍ରଧାନ, ସୁନୀଲ କ୍ଷେତିଙ୍କ ଅଧ୍ୟକ୍ଷତାରେ ୭୨ତମ ବନ ମହୋତ୍ସବ ପାଳନ କରାଯାଇଛି। ଏଥିରେ ଆଡେଣିଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଅଭିଷେକ ଉଡୁ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ବୃକ୍ଷ ରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏହାପରେ ଗୋଛାବାରି ଗ୍ରାମର ଭି.ଏସ.ଏସ କମିଟିର ମହିଳା ଓ ପୁରୁଷ ସଦସ୍ୟମାନେ ଯୋଗ ଦେଇ କଦମ୍ବ, ଲିମ୍ବ, ଅଁଳା, ଡାଲିମ୍ବ, କାଜୁ ଚାରା ରୋପଣ କରିଥିଲେ।