Trending Photos
Indian Budget:
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଷଷ୍ଠ ଥର ପାଇଁ ସାଧାରଣ ବଜେଟ୍ ଉପସ୍ଥାପନ କରିଛନ୍ତି। ଚଳିତ ବର୍ଷର ବଜେଟ୍ ମଧ୍ୟବର୍ତ୍ତୀକାଳୀନ ଅଟେ । ବଜେଟ୍ ଉପସ୍ଥାପନ କରିବାର କିଛି ଦିନ ପୂର୍ବରୁ ହାଲୱା ସମାରୋହ ପରି କିଛି ବଜେଟ୍ ସମ୍ବନ୍ଧୀୟ ପରମ୍ପରା ଦଶନ୍ଧି ଦଶନ୍ଧି ଧରି ଚାଲିଆସୁଛି । ଏପରି ଅନେକ ପରମ୍ପରା ଅଛି ଯାହା ସମୟ ସହିତ କିନ୍ତୁ ବଦଳି ଯାଇଛି। ସ୍ୱାଧୀନ ଭାରତର ପ୍ରଥମ ବଜେଟ୍ ୨୬ ନଭେମ୍ବର ୧୯୪୭ ରେ ଉପସ୍ଥାପିତ ହୋଇଥିଲା । ଦେଶର ପ୍ରଥମ ଅର୍ଥମନ୍ତ୍ରୀ ଆର.କେ ଶଣମୁଖମ୍ ଚେଟି ଏହାକୁ ଅପରାହ୍ନ ୫ ଟାରେ ଉପସ୍ଥାପନ କରିଥିଲେ। ଆଜି ବି ବଜେଟରେ ସରକାରଙ୍କ ରୋଜଗାର ଏବଂ ଖର୍ଚ୍ଚର ହିସାବ ରହିଛି। ତେବେ ସମୟ ସହିତ ବଜେଟ୍ ଉପସ୍ଥାପନ କରିବାର ପରମ୍ପରା ବଦଳିଛି। ଚାଲନ୍ତୁ ଏହିପରି କିଛି ପରିବର୍ତ୍ତନ ଉପରେ ନଜର ପକାଇବା ।
୧. ଆୟକର ଆରମ୍ଭ
୧୬୪ ବର୍ଷ ପୂର୍ବେ ଭାରତରେ ବଜେଟ୍ ଆରମ୍ଭ ହୋଇଥିଲା ।ଫେବୃଆରୀ ୧୮, ୧୮୬୦ରେ ଜେମ୍ସ ୱିଲସନଙ୍କ ଦ୍ୱାରା ଭାରତର ପ୍ରଥମ ବଜେଟ୍ ଉପସ୍ଥାପିତ ହୋଇଥିଲା। ଅବିଭକ୍ତ ଭାରତରେ ଭାଇସରୟ ଲର୍ଡ କ୍ୟାନିଂଙ୍କ ପରିଷଦରେ ଜେମ୍ସ ଜଣେ ଅର୍ଥନୈତିକ ବିଶେଷଜ୍ଞ ଥିଲେ। ତାଙ୍କର ବଜେଟ୍ ଐତିହାସିକ ଥିଲା ।୧୮୫୮ ମସିହାରେ ଭାରତର ପ୍ରଶାସନ ଇଷ୍ଟ ଇଣ୍ଡିଆ କମ୍ପାନୀ ହାତରୁ ବ୍ରିଟିଶ ମହାରାଣୀଙ୍କ ହାତକୁ ଯାଇଥିଲା।
ଏହି ବଜେଟରେ ଆୟକର ଆଇନ ପ୍ରଣୟନ କରାଯାଇଥିଲା। ବ୍ରିଟିଶ ରାଜଙ୍କ ରୋଜଗାର ବୃଦ୍ଧି ପାଇଁ ଏହାକୁ ଅଣାଯାଇଥିଲା । ଆୟକର ଲାଗୁ ସପକ୍ଷରେ ଯୁକ୍ତି ରଖିବାକୁ ଯାଇ ୱିଲସନ କହିଥିଲେ ଯେ, ଭାରତରେ ବ୍ରିଟିଶ ସରକାର ବ୍ୟବସାୟ ପାଇଁ ସୁରକ୍ଷିତ ପରିବେଶ ତିଆରି କରିଛନ୍ତି। ତେଣୁ ଧନୀକଙ୍କଠାରୁ ଆୟକର ଶୁଳ୍କ ହିସାବରେ ସଂଗ୍ରହ କରିବା ଯୁକ୍ତିଯୁକ୍ତ ।
୨- ହିନ୍ଦୀରେ ମଧ୍ୟ ବଜେଟ୍ ଆସିଥିଲା
1୯୪୭ ରୁ ୧୯୫୫ ପର୍ଯ୍ୟନ୍ତ ବଜେଟ୍ କେବଳ ଇଂରାଜୀରେ ଉପସ୍ଥାପିତ ହୋଇଥିଲା । ୧୯୫୫-୫୬ ରୁ ସରକାର ଏହାକୁ ହିନ୍ଦୀରେ ମଧ୍ୟ ପ୍ରକାଶ କରିବା ଆରମ୍ଭ କଲେ । ଏହି ପରିବର୍ତ୍ତନର ଶ୍ରେୟ ଭାରତର ତୃତୀୟ ଅର୍ଥମନ୍ତ୍ରୀ ଥିବା ସିଡି ଦେଶମୁଖଙ୍କୁ ଦିଆଯାଏ । ହିନ୍ଦୀରେ ବଜେଟ୍ ପ୍ରକାଶ ହେବା ଦ୍ୱାରା ଏହା ସାଧାରଣ ଲୋକଙ୍କ ପାଇଁ ଉପଲବ୍ଧ ହୋଇ ପାରିଲା । ସେବେଠାରୁ ଉଭୟ ହିନ୍ଦୀ ଏବଂ ଇଂରାଜୀ ଭାଷାରେ ବଜେଟ୍ ଭାଷଣ ପ୍ରସ୍ତୁତ ହେଉଛି।
୩- ସନ୍ଧ୍ୟା ପରିବର୍ତ୍ତେ ସକାଳେ ବଜେଟ୍ ଉପସ୍ଥାପନ
୧୯୯୯ ପର୍ଯ୍ୟନ୍ତ, ସନ୍ଧ୍ୟାରେ ବଜେଟ୍ ଉପସ୍ଥାପିତ ହୋଇଥିଲା । ବ୍ରିଟିଶ ଶାସନ କାଳରୁ ଏହି ପରମ୍ପରା ଚାଲିଥିଲା। ବ୍ରିଟେନର ଟାଇମ୍ ଜୋନ୍ ଅନୁଯାୟୀ ଏହା କରାଯାଇଥିଲା, ଯେଉଁଠାରେ ସକାଳ ୧୧ ଟାରେ ବଜେଟ୍ ଉପସ୍ଥାପିତ ହେଉଥିଲା । ସେହି ଅନୁଯାୟୀ ଭାରତରେ ବଜେଟ୍ ଅପରାହ୍ନ ୫ ଟାରେ ଉପସ୍ଥାପିତ ହୋଇଥିଲା। କିନ୍ତୁ ୧୯୯୯ରେ ଅଟଳ ବିହାରୀ ବାଜପେୟୀ ସରକାର ଏହାକୁ ପରିବର୍ତ୍ତନ କରିଥିଲେ। ଏହି ପରମ୍ପରାକୁ ଭାଙ୍ଗି ତତ୍କାଳୀନ ଅର୍ଥମନ୍ତ୍ରୀ ଯଶବନ୍ତ ସିହ୍ନା ସକାଳ ୧୧ ଟାରେ ଦେଶ ସମ୍ମୁଖରେ ବଜେଟ୍ ଉପସ୍ଥାପନ କରିଥିଲେ।
୪- ଫେବୃଆରୀ ୧ରେ ବଜେଟ୍
ବର୍ତ୍ତମାନ ବଜେଟ୍ 1 ଫେବୃଆରୀରେ ସଂସଦରେ ଉପସ୍ଥାପିତ ହେଉଛି । ତେବେ କିଛି ବର୍ଷ ତଳ ପର୍ଯ୍ୟନ୍ତ ଫେବୃଆରୀ ମାସର ଶେଷ ତାରିଖ ଅର୍ଥାତ୍ ୨୮ କିମ୍ବା ୨୯ ତାରିଖରେ ଉପସ୍ଥାପିତ ହେଉଥିଲା । ୨୦୧୭ ରେ ତତ୍କାଳୀନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ପ୍ରଥମ ଥର ପାଇଁ ୧ ଫେବୃଆରୀରେ ବଜେଟ୍ ଉପସ୍ଥାପନ କରିଥିଲେ। ସେବେଠାରୁ ବଜେଟର ପ୍ରତିବର୍ଷ ଫେବ୍ରୁଆରୀ ୧ ତାରିଖରେ ଆସୁଛି ।
୫- ୯୨ ବର୍ଷ ପୁରୁଣା ରେଳ ବଜେଟ୍ ଉପସ୍ଥାପନ କରିବାର ପରମ୍ପରା ସମାପ୍ତ
୨୦୧୭ ରେ ତତ୍କାଳୀନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ବଜେଟରେ ଆଉ ଏକ ପରମ୍ପରା ପରିବର୍ତ୍ତନ କରିଥିଲେ । ରେଳବାଇ ଏବଂ ସାଧାରଣ ବଜେଟ୍ ଏକାଠି ଉପସ୍ଥାପିତ ହେବା ପୂର୍ବରୁ ରେଳ ବଜେଟ୍ ପୃଥକ ଭାବରେ ଉପସ୍ଥାପିତ ହେଉଥିଲା । ରେଳମନ୍ତ୍ରୀ ଯାହାକୁ ରଖୁଥିଲେ । ୧୯୨୪ ମସିହାରେ ବ୍ରିଟିଶ ସରକାର ଏହା ଆରମ୍ଭ କରିଥିଲେ। ସେତେବେଳେ ସରକାରଙ୍କ ଆୟର ଏକ ବଡ଼ ଅଂଶ ରେଳବାଇରୁ ଆସୁଥିଲା। ରିପୋର୍ଟ ଅନୁଯାୟୀ, ରେଳ ବଜେଟ୍ ମୋଟ ୟୁନିଅନ୍ ବଜେଟର ୮୦ ପ୍ରତିଶତରୁ ଅଧିକ ଥିଲା।ପରେ ରେଳ ବଜେଟର ଅଂଶ ହ୍ରାସ ପାଇବାରେ ଲାଗିଲା। ଫେବୃଆରୀ ୧, ୨୦୧୭ରେ ଅରୁଣ ଜେଟଲୀ ସ୍ୱାଧୀନ ଭାରତର ପ୍ରଥମ ମିଳିତ ବଜେଟ୍ ଉପସ୍ଥାପନ କରିଥିଲେ। ଏହା ସହିତ ୯୨ ବର୍ଷ ଧରି ଚାଲିଆସୁଥିବା ପରମ୍ପରାର ପରିସମାପ୍ତି ଘଟିଥିଲା ।
୬- ଚମଡ଼ା ବ୍ରିଫକେସରୁ ଲାଲ ବହିଖାତା
ଚଳିତ ବର୍ଷ ମଧ୍ୟ ନିର୍ମଳା ସୀତାରମଣ ଏକ ଲାଲ୍ ଲେଜର(ବହିଖାତା) ନେଇ ସଂସଦ ଆସିଥିଲେ । ଏହି ବହିଖାତାର ପରମ୍ପରା କେବଳ ଗତ କିଛି ବର୍ଷ ମଧ୍ୟରେ ଆରମ୍ଭ ହୋଇଛି । ଏହାପୂର୍ବରୁ ଏକ ଚମଡ଼ା ବ୍ରିଫକେସରେ ବଜେଟ୍ କାଗଜପତ୍ର ବହନ କରିବାର ପରମ୍ପରା ଥିଲା । ବାସ୍ତବରେ ବଜେଟ୍ ଶବ୍ଦ ଫରାସୀ ଶବ୍ଦ ‘ବୁଜେ’ରୁ ସୃଷ୍ଟ । ବୁଜେ ଅର୍ଥ ଚମଡା ବ୍ୟାଗ ।
ଭାରତର ପ୍ରଥମ ବଜେଟ୍ ପରଠାରୁ ଚମଡ଼ା ବ୍ୟାଗରେ ବଜେଟ୍ କାଗଜପତ୍ର ବହନ କରିବାର ପରମ୍ପରା ରହିଆସିଛି। ୧୯୪୭ର ପ୍ରଥମ ବଜେଟ୍ ପାଇଁ ଏକ ଲାଲ୍ ଚମଡ଼ା ବ୍ରଫକେସ୍ ବ୍ୟବହୃତ ହୋଇଥିଲା । ପରେ, କିଛି ମନ୍ତ୍ରୀ ବଜେଟ୍ କାଗଜପତ୍ରକୁ କଳା ବ୍ରିଫକେସ୍ ଏବଂ କେତେକ ଅନ୍ୟ ଡିଜାଇନ୍ ବ୍ୟାଗରେ ରଖି ସଂସଦକ ଆଣିଥିଲେ । ତେବେ ସବୁବେଳେ ଚମଡା ବ୍ୟାଗ ଏବଂ ବ୍ରଫକେସ୍ ପାଇଁ ବ୍ୟବହୃତ ହେଉଥିଲା । ୨୦୧୯ ମସିହାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ପରମ୍ପରାକୁ ପରିବର୍ତ୍ତନ କରିଥିଲେ। ପ୍ରଥମ ଥର ପାଇଁ ସେ ପାରମ୍ପାରିକ ଚମଡ଼ା ବ୍ରିଫକେସ୍ ବଦଳରେ ଏକ ଲାଲ୍ ଲେଜରରେ ବଜେଟ୍ ଉପସ୍ଥାପନ କରିଥିଲେ ।
୭- ଏବଂ ବର୍ତ୍ତମାନ କାଗଜହୀନ ବଜେଟ୍ |
୨୦୨୧ ର ବଜେଟ୍ ଉପସ୍ଥାପନ କରିବାବେଳେ ନିର୍ମଳା ସୀତାରମଣ ଅନ୍ୟ ଏକ ପରମ୍ପରା ଆରମ୍ଭ କରିଥିଲେ । କରୋନା ସମୟର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦେଶର ପ୍ରଥମ 'କାଗଜହୀନ ବଜେଟ୍' ଉପସ୍ଥାପନ କରିଥିଲେ। କାଗଜର ସ୍ଥାନ ନେଇଥିଲା ଟାବଲେଟ୍ । ସେବେଠାରୁ ସୀତାରମଣ କେବଳ ନିଜ ଟାବଲେଟରୁ ବଜେଟ୍ ପଢନ୍ତି ।