ସଂସଦରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ, ଆଗାମୀ ବଜେଟ୍ ଭବିଷ୍ୟତବାଦୀ
Advertisement
Article Detail0/zeeodisha/odisha2310471

ସଂସଦରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ, ଆଗାମୀ ବଜେଟ୍ ଭବିଷ୍ୟତବାଦୀ

କୋଟି କୋଟି ଦେଶବାସୀଙ୍କ ତରଫରୁ ମୁଁ ଭାରତର ନିର୍ବାଚନ ଆୟୋଗକୁ କୃତଜ୍ଞତା ଜଣାଉଛି। ଏହା ବିଶ୍ୱର ସବୁଠାରୁ ବଡ଼ ନିର୍ବାଚନ ଥିଲା। 

ସଂସଦରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ, ଆଗାମୀ ବଜେଟ୍ ଭବିଷ୍ୟତବାଦୀ

ନୂଆଦିଲ୍ଲୀ: ସଂସଦର ଉଭୟ ଗୃହକୁ ମିଳିତ ଭାବେ ସମ୍ବୋଧନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ୧୮ତମ ଲୋକସଭା ଗଠନ ପରେ ସଂସଦର ମିଳିତ ବୈଠକରେ ଏହା ଶ୍ରୀମତୀ ମୁର୍ମୁଙ୍କର ପ୍ରଥମ ସମ୍ବୋଧନ। ତେବେ ଏହି ଅବସରରେ ଶ୍ରୀମତୀ ମୁର୍ମୁ ଆଗାମୀ ବଜେଟକୁ ନେଇ ଅଭିଭାଷଣ ରଖିଛନ୍ତି। ଆଗାମୀ ବଜେଟ୍‌ କିପରି ହେବ ସେନେଇ ଅଭିଭାଷଣରେ ସୂଚନା ଦେଇଛନ୍ତି। 

ରାଷ୍ଟ୍ରପତି କହିଛନ୍ତି ଯେ, ଆଗାମୀ କେନ୍ଦ୍ର ବଜେଟ୍ ଭବିଷ୍ୟତବାଦୀ ହେବ ଏବଂ ଏହା ସରକାରଙ୍କ ସୁଦୂର ପ୍ରସାରୀ ନୀତି ପ୍ରତିଫଳିତ କରିବ। 

ଗୃହରେ ଲୋକସଭା ନିର୍ବାଚନ ସମ୍ପର୍କରେ ରାଷ୍ଟ୍ରପତି କହିଛନ୍ତି ଯେ, କୋଟି କୋଟି ଦେଶବାସୀଙ୍କ ତରଫରୁ ମୁଁ ଭାରତର ନିର୍ବାଚନ ଆୟୋଗକୁ କୃତଜ୍ଞତା ଜଣାଉଛି। ଏହା ବିଶ୍ୱର ସବୁଠାରୁ ବଡ଼ ନିର୍ବାଚନ ଥିଲା। 

ସେ କହିଛନ୍ତି, ମୋ ସରକାର ଅର୍ଥନୀତି, ଉତ୍ପାଦନ, ସେବା ଏବଂ କୃଷିର ତିନୋଟି ସ୍ତମ୍ଭକୁ ସମାନ ଗୁରୁତ୍ୱ ଦେଉଛନ୍ତି। ପିଏଲ୍‌ଆଇ ଯୋଜନା ଏବଂ ବ୍ୟବସାୟ କରିବାର ସହଜତା ଏକ ବୃହତ ପରିମାଣରେ ବିନିଯୋଗ ଏବଂ ନିଯୁକ୍ତି ସୁଯୋଗ ବୃଦ୍ଧି କରୁଛି।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି ଯେ, ସରକାର ଖରିଫ ଫସଲର ଏମଏସପି ମଧ୍ୟ ବୃଦ୍ଧି କରିଛନ୍ତି। ଏହାକୁ ଧ୍ୟାନରେ ରଖି ନୀତି ପ୍ରସ୍ତୁତ କରାଯାଇଛି ଯେ ଆମେ ଅଧିକରୁ ଅଧିକ ଆତ୍ମନିର୍ଭରଶୀଳ ହେବା ଉଚିତ।