China Economic Slowdown: ଚୀନର ଅର୍ଥନୈତିକ ଅଭିବୃଦ୍ଧିରେ ମନ୍ଥରତା ଭାରତ ପାଇଁ ବରଦାନ; ଜାଣନ୍ତୁ ଏପରି କାହିଁକି କହୁଛନ୍ତି ବିଶେଷଜ୍ଞ
Advertisement
Article Detail0/zeeodisha/odisha1311177

China Economic Slowdown: ଚୀନର ଅର୍ଥନୈତିକ ଅଭିବୃଦ୍ଧିରେ ମନ୍ଥରତା ଭାରତ ପାଇଁ ବରଦାନ; ଜାଣନ୍ତୁ ଏପରି କାହିଁକି କହୁଛନ୍ତି ବିଶେଷଜ୍ଞ

China Economic Slowdown: ଅନେକ ବିଶେଷଜ୍ଞ ବିଶ୍ୱାସ କରନ୍ତି ଯେ ଚୀନର ଅର୍ଥନୈତିକ ଅଭିବୃଦ୍ଧିରେ ମନ୍ଥରତା ଭାରତ ପାଇଁ ଲାଭଦାୟକ ପ୍ରମାଣିତ ହୋଇପାରେ । ଭାରତ ଚୀନ୍‌କୁ ଏକ ବିଶ୍ୱ ଯୋଗାଣ ହବ୍ ଭାବରେ ବଦଳାଇପାରେ । କହିରଖୁଛୁ ଯେ ଚୀନର ଅର୍ଥନୈତିକ ଅଭିବୃଦ୍ଧି ହାରର ଆକଳନ ହ୍ରାସ କରିଛି ।

ସୌ: ସୋସିଆଲ ମିଡିଆ

China Economic Slowdown: ଗ୍ଲୋବାଲ୍ ରେଟିଂ ଏଜେନ୍ସି ମୁଡିସ୍ (Global rating agency Moody's) ୨୦୨୨ ବର୍ଷ ପାଇଁ ଚୀନର ଆର୍ଥିକ ଅଭିବୃଦ୍ଧିର ହ୍ରାସ ନେଇ ପୂର୍ବାନୁମାନ କରିଛି । ସଦ୍ୟତମ ରିପୋର୍ଟ ଅନୁଯାୟୀ, ବିଶ୍ୱର ଦ୍ୱିତୀୟ ବୃହତ୍ତମ ଅର୍ଥନୀତିର ଅଭିବୃଦ୍ଧି ହାର ୩.୫ ପ୍ରତିଶତ ରହିବ ବୋଲି ଆକଳନ କରାଯାଇଛି । ପୂର୍ବରୁ ଏହା ୪.୫ ପ୍ରତିଶତ ହେବ ବୋଲି ଆଶା କରାଯାଉଥିଲା । ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ ଘରୋଇ ତଥା ବୈଷୟିକ କାରଣରୁ ଚିନରେ ଅର୍ଥନୈତିକ ଅଭିବୃଦ୍ଧିର ମନ୍ଥରତା (Economic Slowdown) ଭାରତର ଉତ୍ପାଦନ କ୍ଷେତ୍ର ପାଇଁ ଏକ ସୁଯୋଗ ଅଟେ ।

ବିଶେଷଜ୍ଞଙ୍କ କହିବାନୁସାରେ, ଏହାକୁ ଦୃଷ୍ଟିରେ ରଖି ପୁଞ୍ଜି ବିନିଯୋଗକୁ ଆକର୍ଷିତ କରିବା ଓ ଏକ ବିକଳ୍ପ ବିଶ୍ୱ ଯୋଗାଣ ହବ୍ ଭାବରେ ଉଭା ହେବା ପାଇଁ ଭାରତ ଏହାର ଉତ୍ପାଦନ କ୍ଷେତ୍ରକୁ ମଜବୁତ କରିବା ଆବଶ୍ୟକ । ସମ୍ପତ୍ତି କ୍ଷେତ୍ରରେ ସମସ୍ୟା ତଥା କୋଭିଡ ମହାମାରୀକୁ ରୋକିବା ପାଇଁ କ୍ରମାଗତ 'ଲକଡାଉନ୍' ଯୋଗୁଁ ଚୀନ୍‌ର ଆର୍ଥିକ ଅଭିବୃଦ୍ଧି ହାର ଚଳିତ ବର୍ଷ ୩.୫ ପ୍ରତିଶତକୁ ଖସି ଆସିବ ବୋଲି ଆକଳନ କରାଯାଇଛି । ଏଥିସହ ତାଇୱାନକୁ ନେଇ ଆମେରିକା ଓ ଚୀନ୍ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇ ଭୌଗୋଳିକ ଅସ୍ଥିରତାରେ ପରିଣତ ହୋଇପାରେ । ଏହା ବିଶ୍ୱର ଦ୍ୱିତୀୟ ବୃହତ୍ତମ ଅର୍ଥନୀତିରୁ କଞ୍ଚାମାଲ ଓ ଯନ୍ତ୍ରପାତି ଯୋଗାଣ ଉପରେ ପ୍ରତିକୂଳ ପ୍ରଭାବ ପକାଇପାରେ ।

ଆନନ୍ଦ ରାଠୀ ସେୟାର ଆଣ୍ଡ ଷ୍ଟକ୍ ବ୍ରୋକର୍ସର ମୁଖ୍ୟ ଅର୍ଥନୀତିଜ୍ଞ ସୁଜନ ହଜ୍ରା କହିଛନ୍ତି ଯେ ଏସବୁ ଭାରତ ପାଇଁ କିଛି ସକାରାତ୍ମକ ଜିନିଷ ଆଣିବ । ସେ କହିଛନ୍ତି, “ପ୍ରଥମେ ଚିନରେ ଥିବା ଅନିଶ୍ଚିତତା ଭାରତକୁ ଏକ ବିକଳ୍ପ ବିଶ୍ୱ ଯୋଗାଣ କେନ୍ଦ୍ର ଭାବରେ ଆକର୍ଷିତ କରିପାରେ । ଦ୍ୱିତୀୟତ ବିଶ୍ୱର ନିବେଶକମାନଙ୍କ ପାଇଁ ଉଦୀୟମାନ ବଜାରରେ ପାଣ୍ଠି ଆବଣ୍ଟନର ଅଂଶ ଚୀନ୍ ଅପେକ୍ଷା ବୃଦ୍ଧି ପାଇପାରେ । ପୋର୍ଟଫୋଲିଓ ମ୍ୟାନେଜର, ଇନକ୍ରିଡ ପିଏମଏସ ଆଦିତ୍ୟ ସୁଦ କହିଛନ୍ତି ଯେ ଚୀନ୍‌ର ମନ୍ଥରତା ଭାରତକୁ ବିଶ୍ୱ ମୂଲ୍ୟ ଶୃଙ୍ଖଳରେ ଅଂଶଧନ ବଢ଼ାଇବାକୁ ସୁଯୋଗ ଦେବ । ସେ କହିଛନ୍ତି ଯେ ସରକାରଙ୍କ ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ (PLI) ଯୋଜନା ସମେତ ବିଭିନ୍ନ ପଦକ୍ଷେପ ସାମଗ୍ରୀ ରପ୍ତାନି ବୃଦ୍ଧିରେ ସହାୟକ ହେବ ।

ଘରୋଇ କମ୍ପାନୀଗୁଡିକର ସ୍ୱାର୍ଥ ରକ୍ଷା ପାଇଁ ବିଭିନ୍ନ ଚିକିତ୍ସାରେ ବ୍ୟବହୃତ ଚିନର ନିର୍ମିତ ଔଷଧ ଅଫଲୋକ୍ସାସିନ୍ ଉପରେ ପାଞ୍ଚ ବର୍ଷ ପାଇଁ ଆଣ୍ଟି ଡମ୍ପିଂ ଡ୍ୟୁଟି ଲାଗୁ କରିବାକୁ ବାଣିଜ୍ୟ ମନ୍ତ୍ରଣାଳୟ ସୁପାରିଶ କରିଛି । ଡିଜିଟିଆର ଜାଣିବାକୁ ପାଇଛି ଯେ ଚାଇନାରୁ ଔଷଧ ଭାରତକୁ ଡମ୍ପିଂ ମୂଲ୍ୟରେ (ବହୁତ କମ୍ ମୂଲ୍ୟରେ) ପଠାଯାଇ ଘରୋଇ ଶିଳ୍ପ ଉପରେ ପ୍ରଭାବ ପକାଉଛି । କହିରଖୁଛୁ ଯେ ଆରତୀ ଡ୍ରଗ୍ସ ଲିମିଟେଡ୍ ଚିନକୁ ଦ୍ୱାରା ଡ୍ରଗ୍ ପଠାଇବା ଡମ୍ପିଂ ମୂଲ୍ୟ ଉପରେ ଅଭିଯୋଗ କରିଛି ଓ ତଦନ୍ତ ଦାବି କରିଛି, ଏହା ପରେ ଡିଜିଟିଆର୍ ଏହି ଘଟଣାର ତଦନ୍ତ କରିଥିଲା ।

ଏହା ବି ପଢନ୍ତୁ: ସାଧାରଣ ଜନତାଙ୍କ ପାଇଁ ନୂଆ ଟେନସନ; ବର୍ତ୍ତମାନ ପ୍ରତ୍ୟେକ UPI ପେମେଣ୍ଟ ପାଇଁ ଲାଗିପାରେ ଚାର୍ଜ!