ବ୍ୟବସାୟ ବଢ଼ାଇବାକୁ ଚାହୁଁଛନ୍ତି? ଫେସବୁକରୁ ନିଅନ୍ତୁ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲୋନ, ଜାଣନ୍ତୁ ଡିଟେଲ୍ସ
Advertisement

ବ୍ୟବସାୟ ବଢ଼ାଇବାକୁ ଚାହୁଁଛନ୍ତି? ଫେସବୁକରୁ ନିଅନ୍ତୁ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲୋନ, ଜାଣନ୍ତୁ ଡିଟେଲ୍ସ

ଭାରତରେ ଛୋଟ ବ୍ୟବସାୟୀଙ୍କ ପାଇଁ ଫେସବୁକ (Facebook) ଏକ ବଡ ସ୍କିମ ଘୋଷଣା କରିଛି । ବର୍ତ୍ତମାନ ଆପଣ କୌଣସି ଗ୍ୟାରେଣ୍ଟି ବିନା ଫେସବୁକରୁ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ନେଇପାରିବେ ।

ପ୍ରତୀକାତ୍ମକ ଛବି

ନୂଆଦିଲ୍ଲୀ: ଯଦି ଆପଣ ଜଣେ ଛୋଟ ବ୍ୟବସାୟୀ ଓ ଆପଣଙ୍କର ବ୍ୟବସାୟ ବୃଦ୍ଧି ପାଇଁ ଲୋନ ଚାହୁଁଛନ୍ତି । ତେବେ ଆପଣ ଫେସବୁକରୁ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲୋନ (Facebook Loan) ପାଇପାରିବେ । କୌଣସି ବନ୍ଧକ ବିନା ଆପଣ ଏହି ଲୋନକୁ ମାତ୍ର ୫ ଦିନରେ ପାଇପାରିବେ ।

ଏହି କମ୍ପାନୀ ସହିତ ସହଭାଗୀତା
ଅନୁବନ୍ଧିତ ୱେବସାଇଟ୍ ଜି ବିଜନେସ୍ ଅନୁଯାୟୀ ସୋସିଆଲ୍ ମିଡିଆ (Social Media) କ୍ଷେତ୍ରର ସବୁଠୁ ବଡ଼ କମ୍ପନୀ ଫେସବୁକ୍ (Facebook) ବର୍ତ୍ତମାନ ଲୋନ କ୍ଷେତ୍ରରେ ପାଦ ଥାପିଛି । କମ୍ପାନୀ ବିଶ୍ୱରେ ପ୍ରଥମ ଥର ପାଇଁ ଭାରତ ପାଇଁ 'ସ୍ମଲ ବିଜିନେସ ଲୋନ ଇନିସିଏଟିଭ' ସ୍କିମ ଘୋଷଣା କରିଛି । ଏହି ସ୍କିମ ପାଇଁ ଫେସବୁକ୍ ଆର୍ଥିକ କମ୍ପାନୀ ଇଣ୍ଡିଫି (Indifi) ସହିତ ସହଭାଗୀ ହୋଇଛି, ଅର୍ଥାତ୍ ଏହି ଯୋଜନା ପାଇଁ ଲୋନ ଏହି କମ୍ପାନୀ ଦ୍ୱାରା ଉପଲବ୍ଧ ହେବ ।

ଅଧିକ ପଢ଼ନ୍ତୁ: ତାଲିବାନର ଭୟରେ ଦେଶ ଛାଡୁଥିବା ଆଫଗାନିସ୍ତାନିଙ୍କୁ ଏହି ଦେଶମାନେ ଦେଉଛନ୍ତି ଆଶ୍ରୟ, ଭାରତ ମଧ୍ୟ ସାମିଲ..

୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲୋନ ନେଇପାରିବେ
ଫେସବୁକ୍ ଇଣ୍ଡିଆର (Facebook India) ଉପାଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଅଜିତ ମୋହନ କହିଛନ୍ତି ଯେ ଏହି ସ୍କିମର ଉଦ୍ଦେଶ୍ୟ ହେଉଛି କିଛି ବନ୍ଧକ ନ ରଖି କ୍ଷୁଦ୍ର ବ୍ୟବସାୟୀଙ୍କ (MSME) ପୁଞ୍ଜିର ଆବଶ୍ୟକତା ପୂରଣ କରିବା । ସେ କହିଛନ୍ତି ଯେ ଏହି ଯୋଜନା ଅଧୀନରେ ଫେସବୁକର ପ୍ଲାଟଫର୍ମରେ ବିଜ୍ଞାପନ ଦେଉଥିବା ଛୋଟ ଉଦ୍ୟୋଗୀମାନେ ପାଞ୍ଚ ଲକ୍ଷରୁ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲୋନ ନେଇପାରିବେ । ଏହି ଲୋନ ଉପରେ ସେମାନଙ୍କୁ ୧୭ ରୁ ୨୦ ପ୍ରତିଶତ ହାରରେ ସୁଧ ଦେବାକୁ ପଡିବ ।  ଇଣ୍ଡିଫି ମଧ୍ୟ ଆବେଦନକାରୀଙ୍କଠାରୁ ଲୋନ ଆବେଦନ ଉପରେ କୌଣସି ପ୍ରକ୍ରିୟାକରଣ ଶୁଳ୍କ ଆଦାୟ କରିବ ନାହିଁ ।

ଅଧିକ ପଢ଼ନ୍ତୁ: ସେପ୍ଟେମ୍ବରରେ ପ୍ରତିଦିନ ଆସିପାରେ ୪ ଲକ୍ଷ ମାମଲା, ୨ ଲକ୍ଷ ICU ବେଡ୍ ପ୍ରସ୍ତୁତ ରଖ - NITI ଆୟୋଗ

୫ ଦିନ ମଧ୍ୟରେ ମିଳିଯିବ ଲୋନ
ପରିଚାଳନା ନିର୍ଦ୍ଦେଶକ କହିଛନ୍ତି ଯେ ସମସ୍ତ ଆବଶ୍ୟକୀୟ ଦଲିଲ ପାଇବା ପରେ ୫ ଦିନ ମଧ୍ୟରେ ଇଣ୍ଡଫି କମ୍ପାନୀ ଆବେଦନକାରୀ ଲୋନ ରାଶି ରିଲିଜ କରିବ । ଏହି ଲୋନ ପାଇଁ, ବ୍ୟବସାୟୀମାନଙ୍କୁ କୌଣସି ବନ୍ଧକ ରଖିବାକୁ ପଡିବ ନାହିଁ । ମହିଳା ବ୍ୟବସାୟୀମାନେ ମଧ୍ୟ ସୁଧ ହାରରେ ୦.୨ ପ୍ରତିଶତ ରିହାତି ପାଇବେ । ଏହି କାର୍ଯ୍ୟକ୍ରମରେ ଫେସବୁକର କୌଣସି ରାଜସ୍ୱ ଅଂଶ ନାହିଁ । ଏହି ଯୋଜନା ସ୍ୱାଧୀନ ଋଣ ଭାଗୀଦାରୀ ଯଥା  ଇଣ୍ଡିଫି ମାଧ୍ୟମରେ ଚାଲିବ । ଦେଶର ୨୦୦ ସହର ପାଇଁ ଏହି ସ୍କିମ ଆରମ୍ଭ ହୋଇଛି ।