ଭାରତୀୟ ଡାକ ବିଭାଗ ପୋଷ୍ଟ ଆସିଷ୍ଟାଣ୍ଟ, ସର୍ଟିଂ ଆସିଷ୍ଟାଣ୍ଟ, ମଲ୍ଟି ଟାସ୍କିଂ ଷ୍ଟାଫ୍ କ୍ୟାଡରରେ ଭେକେନ୍ସି ବାହାରିଛି । ଇଣ୍ଡିଆ ପୋଷ୍ଟର ଅଫିସିଆଲ୍ ୱେବସାଇଟ୍ indiapost.gov.in ରେ ଆପଣ ଏହି ପୋଷ୍ଟଗୁଡିକ ପାଇଁ ଅନଲାଇନ୍ ଆବେଦନ କରିପାରିବେ ।
Trending Photos
ନୂଆଦିଲ୍ଲୀ: ଭାରତୀୟ ଡାକ ବିଭାଗ (Indian Postal Department) ଆପଣଙ୍କୁ କୋରୋନାର ସଙ୍କଟ ସମୟରେ ସରକାରୀ ଚାକିରି କରିବାର ସୁଯୋଗ (Government Job Opportunity) ଦେଉଛି । ବାସ୍ତବରେ ଡାକ ବିଭାଗ ଅନେକ ପଦବୀରେ ନିଯୁକ୍ତି ବାହାରିଛି । ଭାରତୀୟ ଡାକ ବିଭାଗର ପଞ୍ଜାବ ସର୍କଲ ପୋଷ୍ଟ ଆସିଷ୍ଟାଣ୍ଟ, ସର୍ଟିଂ ଆସିଷ୍ଟାଣ୍ଟ, ମଲ୍ଟି ଟାସ୍କିଂ ଷ୍ଟାଫ୍ କ୍ୟାଡର ଭେକେନ୍ସି ବାହାର କରିଛି । ଯଦି ଆପଣ ଏଥିରୁ କୌଣସି ପଦବୀ ପାଇଁ ଆବେଦନ କରିବାକୁ ଚାହାଁନ୍ତି, ତେବେ ଆପଣ ଇଣ୍ଡିଆ ପୋଷ୍ଟର ଅଫିସିଆଲ୍ ୱେବସାଇଟ୍ indiapost.gov.in ଭିଜିଟ୍ କରି ଅନଲାଇନରେ ଆବେଦନ କରିପାରିବେ । ଏଥିପାଇଁ ଫର୍ମ ପୂରଣ କରିବାର ଶେଷ ତାରିଖ ହେଉଛି ୧୮ ଅଗଷ୍ଟ ୨୦୨୧ ରହିଛି ।
ଇଚ୍ଛୁକ ପ୍ରାର୍ଥୀମାନେ https://www.indiapost.gov.in/vas/Pages/IndiaPostHome.aspx ଭିଜିଟ କରି ସିଧାସଳଖ ଆବେଦନ କରିପାରିବେ । ଯଦି ଆପଣ ବିଜ୍ଞପ୍ତି ଦେଖିବାକୁ ଚାହାଁନ୍ତି, ତେବେ ଆପଣ ଏହି ଲିଙ୍କ୍ https://www.indiapost.gov.in/VAS/Pages/Recruitment/IP_09072021_Punjab.pdf କ୍ଲିକ କରି ଦେଖିପାରିବେ । ଡାକ ବିଭାଗରେ ମୋଟ ୫୭ ଟି ପଦବୀରେ ଭେକେନ୍ସି ବାହାରିଛି ।
ଅଧିକ ପଢ଼ନ୍ତୁ: ଗିରଫ ପରେ ଭାଇରାଲ ହେଲା Raj Kundra ଙ୍କ ପୁରୁଣା ଟ୍ୱିଟ୍ - 'ରାଜନେତାମାନେ ଦେଖନ୍ତି PORN'
ଜାଣନ୍ତୁ କେଉଁ ପଦବୀରେ କେତେ ପଦ ଖାଲି
ପୋଷ୍ଟ ବିଭାଗର ପଞ୍ଜାବ ସର୍କଲରେ ଡାକ ସହାୟକ ପାଇଁ ୪୫ ଟି ପଦବୀରେ ନିଯୁକ୍ତି ହେବ । ଏହି ସମୟରେ, ସର୍ଟିଂ ଆସିଷ୍ଟାଣ୍ଟ ପାଇଁ ୯ ଟି ପଦବୀ ଖାଲି ଅଛି । ଏହା ବ୍ୟତୀତ ମଲ୍ଟି ଟାସ୍କିଂ ଷ୍ଟାଫର 3ଟି ପଦ ପାଇଁ ଆବେଦନ ମଗାଯାଇଛି ।
ଅଧିକ ପଢ଼ନ୍ତୁ: PM Kisan Yojana ରେ ଘୋଟାଲା! ୪୨ ଲକ୍ଷ ଅଯୋଗ୍ୟ ଚାଷୀ ପାଇଛନ୍ତି ୩୦୦୦ କୋଟି ଟଙ୍କା
ଆବେଦନକାରୀଙ୍କ ଯୋଗ୍ୟତା କ’ଣ ହେବା ଉଚିତ୍
ଯଦି ଆପଣ ପୋଷ୍ଟ ଆସିଷ୍ଟାଣ୍ଟ କିମ୍ବା ସର୍ଟିଂ ଆସିଷ୍ଟାଣ୍ଟ ପାଇଁ ଆବେଦନ କରିବାକୁ ଚାହାଁନ୍ତି, ତେବେ ଆପଣଙ୍କର କୌଣସି ସ୍ୱୀକୃତିପ୍ରାପ୍ତ ବୋର୍ଡରୁ ଦ୍ୱାଦଶ କିମ୍ବା ଏହାର ସମାନତା ଶିକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଆବଶ୍ୟକ । ଏହା ସହିତ ଆବେଦନକାରୀ ମଧ୍ୟ ଏକ ସ୍ୱୀକୃତିପ୍ରାପ୍ତ ଅନୁଷ୍ଠାନରୁ କମ୍ପ୍ୟୁଟରର ମୌଳିକ ଜ୍ଞାନର ପ୍ରମାଣପତ୍ର ପାଇଥିବା ଉଚିତ୍ । ମଲ୍ଟି ଟାସ୍କିଂ ପଦବୀ ପାଇଁ ଦଶମ ପାସ୍ ରହିବା ଆବଶ୍ୟକ । ଏଥିସହ ସ୍ଥାନୀୟ ଭାଷା ବିଷୟରେ ଜ୍ଞାନ ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।