ଗିରଫ ପରେ ଭାଇରାଲ ହେଲା Raj Kundra ଙ୍କ ପୁରୁଣା ଟ୍ୱିଟ୍ - 'ରାଜନେତାମାନେ ଦେଖନ୍ତି PORN'
Advertisement

ଗିରଫ ପରେ ଭାଇରାଲ ହେଲା Raj Kundra ଙ୍କ ପୁରୁଣା ଟ୍ୱିଟ୍ - 'ରାଜନେତାମାନେ ଦେଖନ୍ତି PORN'

ରାଜ କୁନ୍ଦ୍ରା (Raj Kundra) ଗିରଫ ହେବା ପରେ ତାଙ୍କର ଏକ ପୁରୁଣା ଟ୍ୱିଟ୍ ଭାଇରାଲ ହେବାରେ ଲାଗିଛି । ଏହି ଟ୍ୱିଟରେ ସେ ଗଣଦୁଷ୍କର୍ମ ଓ ଅଶ୍ଳୀଳତା ବିଷୟରେ କହିଛନ୍ତି । 

ପ୍ରତୀକାତ୍ମକ ଛବି

ମୁମ୍ବାଇ: ରାଜ କୁନ୍ଦ୍ରାଙ୍କୁ (Raj Kundra) ଅଶ୍ଳୀଳ ଫିଲ୍ମ ବନାଇବା ମାମଲାରେ ମୁମ୍ବାଇ ପୋଲିସର (Mumbai Police) କ୍ରାଇମ ବ୍ରାଞ୍ଚ ଟିମ୍ ଗିରଫ କରିଛି । ୧୯ ଜୁଲାଇରେ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ (Shilpa Shetty) ସ୍ୱାମୀ ତଥା ଜଣାଶୁଣା ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କୁ ଗିରଫ କରାଯାଇଥିଲା । ମୁମ୍ବାଇ ପୋଲିସର ଜଣେ ଅଧିକାରୀ ଏହି ବିଷୟରେ ସୂଚନା ଦେଇଛନ୍ତି । କୁନ୍ଦ୍ରା ଗିରଫ ହେବା ପରଠାରୁ ତାଙ୍କର ଏକ ପୁରୁଣା ଟ୍ୱିଟ୍ ଜୋରଦାର ଭାଇରାଲ ହେବାରେ ଲାଗିଛି । ଏହି ଟ୍ୱିଟରେ ସେ ବେସ୍ୟାବୃତ୍ତି ଓ ଅଶ୍ଳୀଳତା (Pornography) ବିଷୟରେ କହିଛନ୍ତି ।

ଏହି ସମୟରେ ସୋସିଆଲ ମିଡିଆରେ ରାଜ କୁନ୍ଦ୍ରାଙ୍କ (Raj Kundra) ଦୁଇଟି ଟ୍ୱିଟ ଭାଇରାଲ ହେବାରେ ଲାଗିଛି । ପ୍ରଥମ ଟ୍ୱିଟରେ ସେ ଲେଖିଛନ୍ତି ଯେ 'ବର୍ତ୍ତମାନର ପର୍ଣ୍ଣ ବନାମ ବେସ୍ୟାବୃତ୍ତି' । କ୍ୟାମେରାରେ ଯୌନ ସମ୍ପର୍କ ପାଇଁ କାହାକୁ ଦେୟ ଦେବା କାହିଁକି ଆଇନଗତ? ଏହା ପରସ୍ପରଠାରୁ କିପରି ଭିନ୍ନ ହୋଇପାରେ? ୨୯ ମାର୍ଚ୍ଚ ୨୦୧୨ ରେ କୁନ୍ଦ୍ରା ଏହି ଟ୍ୱିଟ୍ କରିଥିଲେ । ଏ ବାବଦରେ କୁନ୍ଦ୍ରା ଆଉ ଏକ ଟ୍ୱିଟ୍ ମଧ୍ୟ କରିଛନ୍ତି ।

ଦ୍ୱିତୀୟ ଟ୍ୱିଟ୍ ସେ ୩ ମଇ ୨୦୧୨ ରେ କରିଥିଲେ । ଏଥିରେ ସେ ଲେଖିଛନ୍ତି ଯେ ବର୍ତ୍ତମାନର ଅଭିନେତା କ୍ରିକେଟ୍ ଖେଳୁଛନ୍ତି । କ୍ରିକେଟରମାନେ ରାଜନୀତି କରୁଛନ୍ତି ଓ ରାଜନେତାମାନେ ପର୍ଣ୍ଣ ଦେଖୁଛନ୍ତି ଓ ପର୍ଣ୍ଣ ତାରକାମାନେ ଅଭିନେତା ହେବାକୁ ଯାଉଛନ୍ତି । କୁନ୍ଦ୍ରା ଗିରଫ ହେବା ପରଠାରୁ ପ୍ରାୟ ନଅ ବର୍ଷର ଏହି ଦୁଇଟି ଟ୍ୱିଟ୍ ବର୍ତ୍ତମାନ ହେଡଲାଇନରେ ରହିଛି । ବର୍ତ୍ତମାନ ପୋଲିସ ମଧ୍ୟ ଏହି ଟ୍ୱିଟ୍  ବିଷୟରେ ରାଜ କୁନ୍ଦ୍ରାଙ୍କୁ ପଚରାଉଚରା କରିବାରେ ଲାଗିଛି ।

fallback

ଏଥି ସହିତ ମୁମ୍ବାଇ ପୋଲିସ କମିଶନର ହେମନ୍ତ ନାଗରାଲେ କହିଛନ୍ତି ଯେ ବ୍ୟବସାୟୀ କୁନ୍ଦ୍ରାଙ୍କୁ ସୋମବାର ଦିନ ଅଶ୍ଳୀଳ ଫିଲ୍ମ ଓ ଏହାକୁ କିଛି ଆପ୍ସ ମାଧ୍ୟମରେ ସୋସିଆଲ ମିଡିଆରେ ପବ୍ଲିଶ କରିବା ଅଭିଯୋଗରେ ଗିରଫ କରାଯାଇଛି । ନାଗରାଲେ କହିଛନ୍ତି ଯେ ଏହି ପୁରା ଧାରାବାହିକରେ ରାଜ କୁନ୍ଦ୍ରା ମୁଖ୍ୟ ଷଡଯନ୍ତ୍ରକାରୀ ଓ ଏ ବାବଦରେ ପୋଲିସ ପାଖରେ ପର୍ଯ୍ୟାପ୍ତ ପ୍ରମାଣ ରହିଛି ।

ଅଧିକ ପଢ଼ନ୍ତୁ: PM Kisan Yojana ରେ ଘୋଟାଲା! ୪୨ ଲକ୍ଷ ଅଯୋଗ୍ୟ ଚାଷୀ ପାଇଛନ୍ତି ୩୦୦୦ କୋଟି ଟଙ୍କା

୪ ଫେବୃଆରୀରେ ମାଲୱାନୀ ପୋଲିସ ଷ୍ଟେସନରେ ରାଜ କୁନ୍ଦ୍ରାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା । ତା’ପରେ ଜଣେ ମହିଳା ପୋଲିସ ନିକଟକୁ ଯାଇ କୁନ୍ଦ୍ରାଙ୍କ ବିରୋଧରେ ଅଭିଯୋଗ କରିଥିଲେ ଓ ଗୁରୁତର ଆରୋପ ଲଗାଇଥିଲେ । ଜଣେ ପୋଲିସ ଅଧିକାରୀଙ୍କ କହିବାନୁସାରେ, ଅଭିଯୋଗ ଆଧାରରେ ପୋଲିସ ବ୍ୟବସାୟୀଙ୍କ ବିରୋଧରେ ଏଫ୍ଆଇଆର୍ ପଞ୍ଜିକୃତ କରିଥିଲା ଓ ସମଗ୍ର ମାମଲାକୁ ମୁମ୍ବାଇ କ୍ରାଇମ୍ ବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଥିଲା ।