ICICI ବ୍ୟାଙ୍କରେ ମହଙ୍ଗା ହେଲା ଏହି ସର୍ଭିସ; ୧ ଅଗଷ୍ଟ ବଦଳିଯିବ ନିୟମ, ଜାଣନ୍ତୁ ଡିଟେଲ୍ସ
Advertisement

ICICI ବ୍ୟାଙ୍କରେ ମହଙ୍ଗା ହେଲା ଏହି ସର୍ଭିସ; ୧ ଅଗଷ୍ଟ ବଦଳିଯିବ ନିୟମ, ଜାଣନ୍ତୁ ଡିଟେଲ୍ସ

ICICI ବ୍ୟାଙ୍କ ୧ ଅଗଷ୍ଟରୁ ଏହାର ଅନେକ ନିୟମରେ ପରିବର୍ତ୍ତନ କରିବାକୁ ଯାଉଛି । ପରିବର୍ତ୍ତିତ ନିୟମ ଅନୁଯାୟୀ, ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ପରେ ବର୍ତ୍ତମାନ ଆଇସିଆଇସିଆଇ ବ୍ୟାଙ୍କ ମଧ୍ୟ ଏହାର ଅନେକ ସର୍ଭିସକୁ ମହଙ୍ଗା କରିବାକୁ ଯାଉଛି । 

 

ପ୍ରତୀକାତ୍ମକ ଛବି

ନୂଆଦିଲ୍ଲୀ: ICICI Bank ଅଗଷ୍ଟ ୧ ତାରିଖରୁ ଏହାର ଅନେକ ନିୟମରେ ପରିବର୍ତ୍ତନ କରିବାକୁ ଯାଉଛି । ପରିବର୍ତ୍ତିତ ନିୟମ ଅନୁଯାୟୀ, ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ପରେ ବର୍ତ୍ତମାନ ଆଇସିଆଇସିଆଇ ବ୍ୟାଙ୍କ (ICICI Bank) ମଧ୍ୟ ଏହାର ଅନେକ ସର୍ଭିସକୁ ମହଙ୍ଗା କରିବାକୁ ଯାଉଛି । ୧ ଅଗଷ୍ଟରୁ ବ୍ୟାଙ୍କର ATM ରୁ ଟଙ୍କା ଉଠାଇବା, ନଗଦ ଟଙ୍କା ଉଠାଣ କରିବା ମହଙ୍ଗା ହେବ । ଏହା ସହିତ ଚେକ୍ ବୁକ୍ ନିୟମରେ (Cheque book) ମଧ୍ୟ ପରିବର୍ତ୍ତନ ହେବାକୁ ଯାଉଛି । 

ଆଇସିଆଇସିଆଇ ବ୍ୟାଙ୍କ ଏହାର ଗ୍ରାହକମାନଙ୍କୁ ୪ଟି ଫ୍ରି ଟ୍ରାନ୍ଜେକ୍ସନ (Free Transaction) କରିବାର ସୁବିଧା ଦେଇଥାଏ । ୪ ଥର ଟଙ୍କା ଉଠାଇବା ପରେ ଆପଣଙ୍କୁ ଏବେ ଚାର୍ଜ ଦେବାକୁ ପଡିବ । ୧ ଜୁଲାଇରୁ ଏସବିଆଇ ବ୍ୟାଙ୍କ (SBI) ମଧ୍ୟ ସମାନ ନିୟମ ପରିବର୍ତ୍ତନ କରି ସାରିଛି । ୧ ଅଗଷ୍ଟରୁ କେଉଁ ନିୟମ ପରିବର୍ତ୍ତନ ହେବାକୁ ଯାଉଛି ଜାଣନ୍ତୁ..

ଦେବାକୁ ପଡିବ ଚାର୍ଜ
ଅଗଷ୍ଟରୁ ଆଇସିଆଇସିଆଇ ବ୍ୟାଙ୍କ ଗ୍ରାହକମାନେ ନିଜ ଘରୋଇ ଶାଖାରୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟଙ୍କା ଉଠାଇ ପାରିବେ । 
ଯଦି ଏହାଠାରୁ ଅଧିକ ଉଠାଇଲେ ଆପଣଙ୍କୁ ପ୍ରତି ୧୦୦୦ ଟଙ୍କାରେ ୫ ଟଙ୍କା ଦେବାକୁ ପଡିବ । 
ଘରୋଇ ଶାଖା ବ୍ୟତୀତ ଅନ୍ୟ କୌଣସି ଶାଖାଗୁଡ଼ିକରୁ ପ୍ରତିଦିନ ୨୫,୦୦୦ ଟଙ୍କା ପର୍ଯ୍ୟନ୍ତ ନଗଦ ଟଙ୍କା ଉଠାଇବା ପାଇଁ କୌଣସି ଏକ୍ସଟ୍ରା ଚାର୍ଜ ଲାଗିବ ନାହିଁ । 
ଏହା ପରେ ପ୍ରତି ୧୦୦୦ ଟଙ୍କା ଉଠାଇବା ଉପରେ ୫ ଟଙ୍କା ଚାର୍ଜ ଦେବାକୁ ପଡିବ । 

ଅଧିକ ପଢ଼ନ୍ତୁ: ୨୦ ଜୁଲାଇରୁ ୨ ଅଗଷ୍ଟ ମଧ୍ୟରେ ହେବ JEE Main ପରୀକ୍ଷା, ଏଠାରେ ଦେଖନ୍ତୁ ସମସ୍ତ ଡିଟେଲ୍ସ

ଚେକ୍ ବୁକ୍ ଉପରେ କେତେ ଚାର୍ଜ ଲାଗିବ
୨୫ ପୃଷ୍ଠା ଚେକ୍ ବୁକ୍ ମାଗଣା ହେବ । 
ଏହା ପରେ ଆପଣଙ୍କୁ ଅତିରିକ୍ତ ଚେକବୁକ୍ ପାଇଁ ୧୦ ପୃଷ୍ଠା ପ୍ରତି ୨୦ ଟଙ୍କା ଦେବାକୁ ପଡିବ । 

ଅଧିକ ପଢ଼ନ୍ତୁ: ୨ କୋଟି ଟଙ୍କା ଜିତିବାର ସୁଯୋଗ ଦେଉଛି ଏହି ସରକାରୀ କମ୍ପାନୀ, କେବଳ ଏହା କରନ୍ତୁ

ଏଟିଏମ୍ ଇଣ୍ଟରଚେଞ୍ଜ୍ ଟ୍ରାନ୍ଜେକ୍ସନ
ବ୍ୟାଙ୍କର ୱେବସାଇଟ୍ ଅନୁଯାୟୀ ଏଟିଏମ୍ ଇଣ୍ଟରଚେଞ୍ଜ୍ ଟ୍ରାନ୍ଜେକ୍ସନ ପାଇଁ ମଧ୍ୟ ଚାର୍ଜ ଆଦାୟ କରାଯିବ ।
ଗୋଟିଏ ମାସରେ ୬ ଟି ମେଟ୍ରୋ ଲୋକେସନରେ ଟ୍ରାନ୍ଜେକ୍ସନରେ ପ୍ରଥମ ୩ ଟି ମାଗଣା ହେବ ।
ଅନ୍ୟ ସମସ୍ତ ସ୍ଥାନରେ ଏକ ମାସରେ ପ୍ରଥମ ୫ ଟି ଟ୍ରାନ୍ଜେକ୍ସନ ମାଗଣା ହେବ  ।
ଏହାପରେ ଆର୍ଥିକ କାରବାର ପାଇଁ ୨୦ ଟଙ୍କା ଓ ଅଣ-ଆର୍ଥିକ କାରବାର ପାଇଁ ୮.୫୦ ଟଙ୍କା ଚାର୍ଜ କରାଯିବ ।