୨୦ ଜୁଲାଇରୁ ୨ ଅଗଷ୍ଟ ମଧ୍ୟରେ ହେବ JEE Main ପରୀକ୍ଷା, ଏଠାରେ ଦେଖନ୍ତୁ ସମସ୍ତ ଡିଟେଲ୍ସ
Advertisement

୨୦ ଜୁଲାଇରୁ ୨ ଅଗଷ୍ଟ ମଧ୍ୟରେ ହେବ JEE Main ପରୀକ୍ଷା, ଏଠାରେ ଦେଖନ୍ତୁ ସମସ୍ତ ଡିଟେଲ୍ସ

JEE Main Exam Dates: ଜେଇଇ ମେନର ତୃତୀୟ ପର୍ଯ୍ୟାୟ ଓ ଚତୁର୍ଥ ପର୍ଯ୍ୟାୟ ପରୀକ୍ଷା ପାଇଁ ତାରିଖ ଘୋଷଣା କରାଯାଇଛି । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ଏହା ଘୋଷଣା କରିଛନ୍ତି ।

 

ରମେଶ ପୋଖରିଆଲ ନିଶଙ୍କ (ଫାଇଲ ଫଟୋ)

ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ  (Ramesh Pokhriyal) ଜେଇଇ ମେନ୍ (JEE Main) ପରୀକ୍ଷାର ତୃତୀୟ ତଥା ଚତୁର୍ଥ ପର୍ଯ୍ୟାୟ ପାଇଁ ନୂତନ ତାରିଖ ଘୋଷଣା କରିଛନ୍ତି । ଏହି ପରୀକ୍ଷା ଜୁଲାଇ ମାସରେ କରାଯିବ ।

ପରୀକ୍ଷା ତାରିଖ
ଶିକ୍ଷା ମନ୍ତ୍ରୀ ନିଶଙ୍କ ଏହା କହିଛନ୍ତି ଯେ JEE Main ପରୀକ୍ଷାର ତୃତୀୟ ପର୍ଯ୍ୟାୟ ଜୁଲାଇ ୨୦ ରୁ ଜୁଲାଇ ୨୫ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ସେହିଭଳି JEE Main ପରୀକ୍ଷାର ଚତୁର୍ଥ ପର୍ଯ୍ୟାୟ ଜୁଲାଇ ୨୭ ରୁ ଅଗଷ୍ଟ ୨ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ।

ଛାତ୍ରଛାତ୍ରୀମାନଙ୍କୁ ପୁନର୍ବାର ଆବେଦନ କରିବାର ସୁଯୋଗ
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ ଯଦି କୌଣସି କାରଣରୁ JEE Main ର ତୃତୀୟ ପର୍ଯ୍ୟାୟ ପାଇଁ ହାଜର ହୋଇନାହାଁନ୍ତି ତେବେ ସେହି ଛାତ୍ରମାନଙ୍କୁ NTA ଦ୍ୱିତୀୟ ସୁଯୋଗ ଦିଆଯିବ । ଏହିପରି ଛାତ୍ରମାନେ ସେମାନଙ୍କର ଅନଲାଇନ୍ ଆବେଦନ ଫର୍ମ ପୂରଣ କରି ୬ ଜୁଲାଇ ରାତି ୮ ରୁ ୮ ଜୁଲାଇ ରାତି ୧୧.୫୦ ପର୍ଯ୍ୟନ୍ତ ଅନଲାଇନ୍ ମାଧ୍ୟମରେ ଆବେଦନ ଫର୍ମ ଦାଖଲ କରିପାରିବେ । ସେହିଭଳି ଚତୁର୍ଥ ପର୍ଯ୍ୟାୟ ପରୀକ୍ଷାର ଛାତ୍ରମାନେ ୯ ଜୁଲାଇରୁ ଜୁଲାଇ ୧୨ ମଧ୍ୟରେ ଅନଲାଇନରେ ଆବେଦନ କରିପାରିବେ ।

ଛାତ୍ରଛାତ୍ରୀମାନଙ୍କୁ ମିଳିବ ନିଜ ମନପସନ୍ଦର ପରୀକ୍ଷା କେନ୍ଦ୍ର ବାଛିବାର ସ୍ୱାଧୀନତା
କେବଳ ଏତିକି ନୁହେଁ ଶିକ୍ଷା ମନ୍ତ୍ରୀ କହିଛନ୍ତି, 'ଛାତ୍ରମାନେ ନିଜ ପସନ୍ଦର ପରୀକ୍ଷା କେନ୍ଦ୍ର ବାଛିବା ପାଇଁ ମଧ୍ୟ ସ୍ୱାଧୀନତା ପାଇବେ । କୋଭିଡ -୧୯ ଯୋଗୁଁ ସାମାଜିକ ଦୂରତାକୁ ସୁନିଶ୍ଚିତ କରିବା ପାଇଁ ଗତ ବର୍ଷ ତୁଳନାରେ ଆମେ ପରୀକ୍ଷା କେନ୍ଦ୍ର ସଂଖ୍ୟାକୁ ଦ୍ୱିଗୁଣିତ କରିଛୁ ।

ଅଧିକ ପଢ଼ନ୍ତୁ: ୨ କୋଟି ଟଙ୍କା ଜିତିବାର ସୁଯୋଗ ଦେଉଛି ଏହି ସରକାରୀ କମ୍ପାନୀ, କେବଳ ଏହା କରନ୍ତୁ 

୪ଟି ସେସନରେ ହେବ ପରୀକ୍ଷା
ବାସ୍ତବରେ, ଜାତୀୟ ପରୀକ୍ଷା ଏଜେନ୍ସି (NTA) ଚଳିତ ବର୍ଷ ଠାରୁ ୪ଟି ସେସନରେ JEE Main ପରୀକ୍ଷା କରିବାକୁ ଘୋଷଣା କରିଥିଲା । ଯେଉଁଥିରେ ଫେବୃଆରୀ ଓ ମାର୍ଚ୍ଚ ୨୦୨୧ ର ଦୁଇଟି ସେସନ କରାଯାଇଥିଲା । ବର୍ତ୍ତମାନ ପରବର୍ତ୍ତୀ ସେସନର ପରୀକ୍ଷା ଏପ୍ରିଲ ଓ ମେ ମାସରେ ହେବାକୁ ପ୍ରସ୍ତାବ ଦିଆଯାଇଥିଲା ଯାହାକୁ କୋରୋନା ମହାମାରୀ କାରଣରୁ ସ୍ଥଗିତ ରଖାଯାଇଥିଲା । ଏପ୍ରିଲ ଓ ମେ ପରୀକ୍ଷା ଅଗଷ୍ଟ ଓ ସେପ୍ଟେମ୍ବରରେ ହୋଇପାରେ ବୋଲି ଆଶା କରାଯାଉଛି ।